No Result
View All Result
ରେନବୋ ଚମ୍ପିୟାନ ହୋଇଥିବେଳେ ଗୋପ ରନର୍ସଅପ ହୋଇଥିଲା
ଗୋପ (ଓଡ଼ିଶା ତାଜା ନ୍ୟୁଜ୍) ଗୋପ :- ଗୋପ ମା ଭବାନୀ ଭଲିବଲ ଦିବାରାତ୍ରି ଟୁର୍ନାମେଣ୍ଟ ଗତ କାଲି ଅନୁଷ୍ଠିତ ହୋଇଯାଇଛି l ଏଥିରେ ଓଡିଶା ର ବଛା ବଛା ମୋଟ ଚାରୋଟି ଦଳ ଅଂଶଗ୍ରହଣ କରିଥିଲେ l ବାଲେଶ୍ୱର ଭଲିବଲ ଟିମ, ପୁରୀ ଭଲିବଲ ଟିମ, ଭୁବନେଶ୍ୱର ରେନବୋ ଭଲିବଲ ଟିମ ପରସ୍ପର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟା ସମୟରେ ଗୋପ ଥାନା ର ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ପଡ଼ିହାରୀ ଓ ବରିଷ୍ଟ କ୍ରୀଡ଼ାବିତ କୃଷ୍ଣଚନ୍ଦ୍ର ପୃଷ୍ଠି, ଙ୍କ ଦ୍ଵାରା ଅନୁଷ୍ଠାନ ଭାବେ ଉଦ୍ଘାଟନ କରାଯାଇଥିଲା l ସମ୍ନାନୀୟ ଅତିଥିଭାବେ ନିଗମାନନ୍ଦ ହାଇସ୍କୁଲ ର ପ୍ରଧାନଶିକ୍ଷକ ସୁବାସ ଚଦ୍ର ପ୍ରଧାନ, ଯୁବନେତା ମନ୍ଦୀପ ପାଇକେରାୟ, ଯୋଗ ଦେଇଥିଲେ l

ପରବର୍ତ୍ତୀ ମ୍ୟାଚ ରେ ମୁଖ୍ୟ ଅତିଥିଭାବେ ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗ ଦେଇଥିଲେ, ସମ୍ମାନୀୟ ଅତିଥିଭାବେ ଗୋପ ପଞ୍ଚାୟତ ସରପଞ୍ଚ ସୁଲୋଚନା ଦାସ, ବିଜେପି ଯୁବମୋର୍ଚା ସଭାପତି ଶିବପ୍ରସାଦ ସ୍ୱାଇଁ , ଗୋପ ବ୍ଲକ ର କଂଗ୍ରେସ ର ବିଶିଷ୍ଟ ଯୁବନେତା ଜିତେନ୍ଦ୍ର ସାହୁ ( ବୁଟୁ ) ପ୍ରଭୁତି ଅଂଶଗ୍ରହଣ କରିଥିଲେ l ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଦାଶ ଖେଳ ଓ ଖେଳାଳି ଙ୍କୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ବୋଲି ବିବେଚନା କରିଥିଲେ l ପରିଶେଷରେ ଆୟୋଜକ ଦଳ ଓ ଭୁବନେଶ୍ୱର ରେନବୋ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା l
ସେଥିରେ ରେନବୋ ଭୁବନେଶ୍ୱର ଗୋପ କୁ ହରାଇ ଚମ୍ପିଆନ ଟ୍ରଫି ସହିତ 10 ହାଜର ଏକ ଟଙ୍କା ଗ୍ରହଣ କରିଥିଲା l ଠିକ ସେହିପରି ଉପ ବିଜେତା ଦଳ ମା ଭବାନୀ ଭଲିବଲ ଟିମ କୁ 8 ହାଜର ଏକ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା l ଉକ୍ତ ମ୍ୟାଚ କୁ ଦୁଇଜଣ ଜାତୀୟ ସ୍ତରୀୟ ରେଫରୀ ଙ୍କ ଦ୍ଵାରା ପରିଚାଳିତ କରାଯାଇଥିଲା ସେମାନେ ହେଲେ :- ଶ୍ରୀକାନ୍ତ ନାୟକ ( ବୁଟୁ ) ଓ ବିଦ୍ୟୁତଭୂଷଣ ରଥ ଠିକ ଦୁଇଜଣ ରାଜ୍ୟସ୍ତରୀୟ ଦୁଇଜଣ ରେଫରୀ ମଧ୍ୟ ସହାୟତା କରିଥିଲେ ସେମାନେ ହେଲେ କିଶୋର ମିଶ୍ର ଓ ପ୍ରିୟାରଞ୍ଜନ ସାହୂ l

ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ଗୋପ ଭଲିବଲ ଟିମ ର ପିଣ୍ଟୁ ଙ୍କୁ ପ୍ରଦାନ କରାଯାଇଥିଲା l ଶ୍ରେଷ୍ଠ ସେଣ୍ଟର ମ୍ୟାନ ଭାବେ ଭୁବନେଶ୍ୱର ର ରେନବୋ ଙ୍କୁ ପ୍ରଦାନ କରାଯାଇଥିଲା l ଆଉ ଶ୍ରେଷ୍ଠ ପ୍ରତିରକ୍ଷା ଖେଳାଳି ଭାବେ ଗୋପ ଟିମ ର ଅନିଲ କୁମାର ସେନାପତି ଙ୍କୁ ପ୍ରଦାନ କରାଯାଇଥିଲା l ବେଷ୍ଟେ ଲିବ୍ରୋ ଭାବେ ଭୁବନେଶ୍ୱର ର ରେନବୋ ଦଳ କୁ ପ୍ରଦାନ କରାଯାଇଥିଲା l ଖେଳ କୁ ପରିଚାଳନା ରେ ସହାୟତା କରିଥିଲେ ସୁବାସ ସାର, ରାଜା ସାର, ମଣ୍ଟା, ଓ ମା ଭବାନୀ ବୁଲିବଲ ଟିମ ର ସମସ୍ତ ଖେଳାଳି l ପରିଶେଷରେ ଉତ୍ସର୍ଗ ପରିବାର ପକ୍ଷରୁ ସ୍କୁଲ ପରିସରକୁ ସଂପୂର୍ଣ୍ଣ ସଫେଇ କରାଯାଇଥିଲା l
No Result
View All Result