No Result
View All Result
ବାଲିଅନ୍ତା (ଓଡ଼ିଶା ତାଜା ନ୍ୟୁଜ୍) ଜୟଦେବ :- ଜୟଦେବ ନିର୍ବାଚନ ମଣ୍ଡଳୀ ବାଳକାଟି ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ବିଜେପି ଖୋର୍ଦ୍ଧା ଜିଲ୍ଲା ପୂର୍ବତନ ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ସୁବାସ ଜେନାଙ୍କ ବାସଭବନ ଠାରେ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ମହାରଣାଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି ।
ଜିଲ୍ଲା ଉପସଭାପତି ମାଗୁଣି ଚରଣ ସେଠୀ, ଜିଲ୍ଲା ଅନୁସୂଚିତ ଜାତି ସଭାପତି ଶିବ ମଲ୍ଲିକ, ଜିଲ୍ଲାପରିଷଦ ପ୍ରାର୍ଥୀ ଝିଲି ସାମନ୍ତରା,ପୂର୍ବତନ ମଣ୍ଡଳ ସଭାପତି କ୍ଷେତ୍ରମୋହନ ବେହେରା, ମଣ୍ଡଳ ଅନୁସୂଚିତ ଜାତି ସଭାପତି ବଳରାମ ବେହେରା ପ୍ରଭୃତି ବିଜେପିର ପ୍ରତିଷ୍ଠା ଦିବସ ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅନୁସୂଚିତ ଜାତି ସାଧାରଣ ସମ୍ପାଦକ ସୋମନାଥ ଭୋଇ,
ପ୍ରତାପଶାସନ ପଞ୍ଚାୟତ ସଭାପତି ବାସୁଦେବ ସାହୁ,ପୁରୋହିତପୁର ପଞ୍ଚାୟତ ସଭାପତି ଆଦିତ୍ୟ ନାୟକ ସମେତ ମଣ୍ଡଳର ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ନାରୀନେତ୍ରୀ ଉପସ୍ଥିତ ଥିଲେ ।ମୁଖ୍ୟବକ୍ତା ଶ୍ରୀଯୁକ୍ତ ସୁବାସ ଜେନାଙ୍କ ବକ୍ତବ୍ୟ ପରେ ପୂର୍ଣ୍ଣକାଳୀନ ବରିଷ୍ଠ ନେତା ବ୍ରଜକିଶୋର ଠାକର ଧନ୍ୟବାଦ ଅର୍ପଣ କଲା ପରେ ସଭାପତି ସଭା ସାଙ୍ଗ କଲେ । ବିଜେପି ଜିନ୍ଦାବାଦ ବୋଲି ନାରାବାଜି ଦେଇଥିଲେ ।
No Result
View All Result