No Result
View All Result
ନିଆଳି (ଓଡ଼ିଶା ତାଜା ନ୍ୟୁଜ୍) ନିଆଳି :- ନିଆଳି ଟାଉନ କ୍ଲବ ପକ୍ଷରୁ ଇଦ୍ ମିଲନ ସ୍ଥାନୀୟ ସାହୁ ପ୍ୟାଲେସ ନିଆଳି ଠାରେ ମହା ଆନନ୍ଦ ଉଲ୍ଲାସରେ ମଧ୍ୟରେ ପାଳିତ ହୋଇଯାଇଛି, ନିଆଳି ଟାଉନ କ୍ଲବର ସଭାପତି ରାଜେନ୍ଦ୍ର ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଇଦ୍ ମିଲନରେ ଶେଖ୍ ମହିଉଦିନି, ଏସ କେ ୟାକୁବ, ଶିକ୍ଷାବିତ ନଟବର ଷଡଙ୍ଗୀ, ସାହିତ୍ୟକ ଡ଼କ୍ଟର ତ୍ରିନାଥ ପଟ୍ଟନାୟକ, ପୁର୍ବତନ ତହସିଲଦାର ଏସ ଏନ ଅହମ୍ମଦ, ଡାକ୍ତର ଅଧୀରାଜ କୁମାର ପରିଡା, ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ନିଆଳି ହେଉଛି ଭାଇଚାରାର ମାଟି,
ଏଠି ହିନ୍ଦୁ ଏବଂ ମୁସଲମାନ ଭାଇ ଭାଇ ଅଟନ୍ତି, ସେମାନଙ୍କ ମଧ୍ୟରେ ଭାଇଚାରାର ସମ୍ପର୍କ ବହୁ ଆବାହନ କାଳରୁ ରହିଆସିଛି, ତାକୁ ସବୁ ଦିନ ଲାଗି ସୁଦୃଢ଼ ଏବଂ ଅତୁଟ ରଖିବା ପାଇଁ ଆଜି ନିଆଳି ଟାଉନ କ୍ଲବ ଯେଉଁ ଇଦ୍ ମିଲନ କାର୍ଯ୍ୟକ୍ରମ ହାତକୁ ନେଇଛି ତାହା ଉଚ୍ଚ ପ୍ରଂଶସ୍ ନୀୟ , ଏଠି ଟାଉନ କ୍ଲବ ଦ୍ବାରା ଯେଉଁ କାର୍ଯ୍ୟକ୍ରମ କରାଯାଇଅଛି ତାହା ହିନ୍ଦୁ ଏବଂ ମୁସଲମାନ ଭାଇ ଭାଇ ମଧ୍ୟରେ ଭାଇଚାରା ସମ୍ପର୍କ ସବୁ ଦିନ ପାଇଁ ମଜବୁତ କରିବ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଛନ୍ତି ।
ଏହି ଇଦ୍ ମିଲନ କାର୍ଯ୍ୟକ୍ରମ ପରିପେଖିରେ ନିଆଳି ଟାଉନ କ୍ଲବ ପକ୍ଷରୁ ନିମନ୍ତ୍ରଣ କରାଯାଇଥିବା ନିଆଳିର ପାଖାପାଖି, ନିଆଳି, ମଝିଖଣ୍ଡ, ସିପେଇ ମହଲା, ଅଥଙ୍ଘା ଆଦି ବସ୍ତିର ସେକ ହସନ୍, ଜପ୍ରୁଲା ଖାଁ, ଏସ କେ କରାମତ, ଆଇନଜୀବି ଅବଦୁଲ ବାରି, ଏସ କେ ରୟାନ, ଏସ କେ ଫିରାଜ୍, ସେକ ଇବ୍ରାହିମ୍, ଏସ କେ ମନାନ, ଏସ କେ ଗୟାସ ଉଦିନି, ସମେତ ୫୦ ରୁ ଉର୍ଦ୍ଧ୍ବ ମୂରବୀମାନଙ୍କୁ ହିନ୍ଦୁ ଭାଇ ମାନଙ୍କ ଦ୍ଵାରା ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ହିନ୍ଦୁଙ୍କ ପର୍ବର ଦୁର୍ଗା ପୂଜା ଏବଂ ମୁସଲମାନ ଭାଇମାନଙ୍କର ପର୍ବ ଇଦ୍ ପର୍ବ ଉତ୍ସଵରେ ଯେପରି ହିନ୍ଦୁ ଏବଂ ମୁସଲମାନ ଭାଇମାନଙ୍କ ମଧ୍ୟରେ ପରଷ୍ପର ସହଯୋଗର ସମ୍ପର୍କ ରହି ଆସିଛି, ତାହାକୁ ଯେପରି ଆହୁରି ଅତୁଟ ରଖାଯିବ ସେଥି ପାଇଁ ସମସ୍ତ ହିନ୍ଦୁ ଏବଂ ମୁସଲମାନ ଭାଇମାନଙ୍କର ସହଯୋଗ ରହିବା ଆବଶ୍ୟକ ବୋଲି ଏ ଇଦ୍ ମିଲନ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ କହିଥିଲେ ।
ନିଆଳି ଟାଉନ କ୍ଲବର କର୍ମ କର୍ତ୍ତାଙ୍କର ଏପରି ପ୍ରସସନୀୟ କାର୍ଯ୍ୟକୁ ଉକ୍ତ ଉତ୍ସଵରେ ସ୍ୱାଗତ କରାଯାଇଥିଲା । ଏହି ଇଦ୍ ମିଲନ କାର୍ଯ୍ୟକ୍ରମରେ ନିଆଳି ଟାଉନ କ୍ଲବର ସଂପାଦକ କାଳନ୍ଦୀ ସ୍ବାଇଁ, ମହାପାତ୍ର ଧରଣୀଧର ପଣ୍ଡା, ସୌଜ ରଞ୍ଜନ ମଲ୍ଲିକ, ଜୟରାମ ବେହେରା, ଟୁଲିଆ ବାରିକ୍, ଅମରେନ୍ଦ୍ର ସାହୁ, କାର୍ତ୍ତିକ ଷଡଙ୍ଗୀ ପ୍ରମୁଖ ପରିଚାଳନାର ସହଯୋଗ କରିଥିଲା ବେଳେ କ୍ଳବର ଉପସଭାପତି ସୁକାନ୍ତ କୁମାର ସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result