No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- କଟକର ବାଲିଯାତ୍ରା ଉପର ପଡ଼ିଆରେ ଚାଲିଥିବା ୨୧ ତମ କଟକ ବୈଶାଖୀ ବାଣିଜ୍ୟ ମେଳାରେ ପ୍ରବଳ ଜନଗହଳି ଲାଗିଥିଲା ବେଳେ କଟକ- ବାରବାଟି ବିଧାୟିକା ଇଂ ସୋଫିଆ ଫିର୍ଦ୍ଦୋଶ ଏହି କାର୍ଯ୍ୟକ୍ରମର ସାଂସ୍କୃତିକ ସନ୍ଧ୍ୟାର ଅତିଥି ଭାବେ ଯୋଗଦେଇଥିଲେ। ପ୍ରବଳ ଜନଗହଳି ମଧ୍ୟରେ ଗୋଟିଏ ପଟେ ବାଣିଜ୍ୟ ଚାଲିଥୂଲା ବେଳେ ଏହି କାର୍ଯ୍ୟକ୍ରମର ଅନ୍ଯ ପଟେ ସାଂସ୍କୃତିକ ମଞ୍ଚ ଏହି ମେଳାକୁ ଆହୁରି ସୁନ୍ଦର କରିଦେଇଥିଲା ।
ଆଜି ମେଳର ୯ ମ ସନ୍ଧ୍ୟା ର ମୂଖ୍ୟ ଆକର୍ଷଣ ଥୂଲା ପ୍ରଥମ ଥର ଲାଗି କଟକ ତେଲୁଗୁ ସମାଜ ପକ୍ଷରୁ ଦଳଗତ ଦାଣ୍ଡିଆ ନୃତ୍ୟ ପ୍ରଦର୍ଶନ। ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମରେ ପ୍ରଦର୍ଶନ ଲାଗି ମାତ୍ର ୧୦ ମିନିଟ ସମୟର ଅନୁମତି ମିଳିଥିଲା ବେଳେ ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ କଟକ ସୂତାହାଟ ତେଲୁଗୁ ସମାଜର କଳାକାରମାନଙ୍କର ଦାଣ୍ଡିଆ ନୃତ୍ୟ ସମସ୍ତ ଙ୍କର ମନ ମୋହିନେଇଥୂଲା ।
ସୂତାହାଟ ତେଲୁଗୁ ସମାଜର ଅଧୂଷ୍ଠାତ୍ରୀ ଦେବୀ ମା’ଷୋଲାପୁରୀଙ୍କ ଆଶ୍ରିବାଦକୁ ନିର୍ଦ୍ଦେଶନା ବୋଲି ମନରେ ଭାବି ସମାଜର ନୃତ୍ୟଶିଳ୍ପୀ ସୁଶ୍ରୀ ରୋଜି,ମୋନିକା, ଭବାନୀ,ଲକ୍ଷ୍ମୀ, ଗୈାତମୀ, ଦୀପୁ, ଆରତୀ, ପ୍ରଶାନ୍ତି ଓ ମେଘନା ଦଳଗତ ଭାବେ ନୃତ୍ୟ ପ୍ରଦର୍ଶନ କରି ସାଂସ୍କୃତିକ ସନ୍ଧ୍ୟା କୁ ସଫଳ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଦେଖଣାହାରୀ ମନୋଭରି ଉପଭୋଗ କରିବା ସହ ପ୍ରଶଂସା କରିଛନ୍ତି ।
No Result
View All Result