କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ଥାନା ତେଲଙ୍ଗାପେଣ୍ଠ ନିକଟସ୍ଥ ସିଏମସି ୫୮ ନମ୍ବର ୱ।ର୍ଡ଼ ନୂଆଗଡ଼ ଗ୍ରାମର ମା’ ହାଡ଼ବାଇଙ୍କ ଯାତ୍ରା ମହୋତ୍ସବ ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ରାତିରେ ଉଦଯାପିତ ହେବ । ଏହି ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଦିନ ସନ୍ଧ୍ୟାରେ ମା’ ହାଡ଼ବାଇଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା । ନୂଆଗଡ଼ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ବିକ୍ରମ କେଶରୀ ଶତପଥୀଙ୍କ ସଭାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କମିଶନରେଟ ପୋଲିସ କଟକ ଯୋନ-୪-ଏ ସି ପି ଅମିତାଭ ମହାପାତ୍ର ମୁଖ୍ୟ ଅତିଥି ,
କଟକ ସଦର ଥାନା ଆଇଆଇସି ଓମ୍ ପ୍ରକାଶ ମହାନ୍ତି, ୫୮ ନମ୍ବର ୱ।ର୍ଡ଼ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ପୂର୍ବତନ ସରପଞ୍ଚ ପିତବାସ ମହାପାତ୍ର ,ଯାତ୍ରା କମିଟିର ଅଧ୍ୟକ୍ଷ ଶିଶିର ରାଉତରାୟ , କେଦାର ନାଥ ସିଂ ,ପ୍ରଶାନ୍ତ କୁମାର ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ରଥ , ଗୋପାଳପୁର ମଣ୍ଡଳ ବିଜେପି ସଭାପତି ନିହାର ପଣ୍ଡା, ପ୍ରଦିପ ଖୁଣ୍ଟିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
୮ ତାରିଖରୁ ମା’ ହାଡ଼ବାଇଙ୍କ ପୀଠରେ ଯଞ କାର୍ଯ୍ୟ ଆରମ୍ଭ ହୋଇ ୧୨ ତାରିଖରେ ପୂର୍ଣ୍ଣାହୁତି ଦିଆଯାଇ ଯଞ କାର୍ଯ୍ୟ ସମାପନ କରାଯିବ । ଚଳିତ ବର୍ଷ ଗ୍ରାମର ପ୍ରତ୍ୟେକ ପୁରୁଷ ଏ ଯୁବକମାନେ ମା’ ହାଡ଼ବାଇଙ୍କ ଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ପାଇଁ , ନୂଆଗଡ଼ ଗ୍ରାମର ସମସ୍ତ ଯୁବକ ମାନେ ଯାତ୍ରା ସରିବା ପର୍ଯ୍ୟନ୍ତ ନିଶା ସେବନ ନକରିବା ପାଇଁ ଅତିଥି ମାନେ କହିଥିଲେ । ଯାତ୍ରା ଆରମ୍ଭ ଦିନ ଶାସକ ଦଳର ନେତାମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ ।