No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ଜିଲ୍ଲା କଟକ ସଦର ଥାନା ଅନ୍ତର୍ଗତ ଫୁଲନଖରା ନିକଟସ୍ଥ ଶାସୋଳ ଗ୍ରାମର ବିଜୟ କୁମାର ସାମନ୍ତରାୟଙ୍କ ସୁପୁତ୍ର ତଥା ଗଞ୍ଜାମ ଜିଲ୍ଲା ହୁମ୍ମା ଫାଣ୍ଡିର ଭାରପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଶୁଭ୍ରଜିତ ସାମନ୍ତରାୟ ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ଗଞ୍ଜାମ ଜିଲ୍ଲାର ଶ୍ରେଷ୍ଠ ସବ୍ ଇନିସପେକ୍ଟର ଭାବେ ପୁରସ୍କୃତ ହୋଇଛନ୍ତି । ସବ ଇନିସପେକ୍ଟର ଶ୍ରୀ ସାମନ୍ତରାୟଙ୍କ କାର୍ଯ୍ୟ ଦକ୍ଷତା,

ଫାଣ୍ଡିକୁ ଅଭିଯୋଗ ନେଇଆସୁଥିବା ଜନସାଧାରଣଙ୍କ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା, ଆଇନ ଶୃଙ୍ଖଳା ରକ୍ଷା କରିବା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବାରୁ ଏପ୍ରିଲ ପହିଲା ଓଡିଶା ଦିବସ ଅବସରରେ ୯୦ ତମ ପୋଲିସ ପ୍ରତିଷ୍ଠା ଦିବସରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତାଙ୍କୁ ଜିଲ୍ଲାର ଶ୍ରେଷ୍ଠ ସବ ଇନିସପେକ୍ଟର ସମ୍ମାନରେ ସମ୍ମାନିତ କରିଥିଲେ ।

ଏହି ସମ୍ମାନ ପାଇବା ପରେ ସବ୍ ଇନିସପେକ୍ଟର ଶୁଭ୍ରଜିତ ସାମନ୍ତରାୟଙ୍କୁ ହୁମା ଫାଣ୍ଡି ଅଧିନରେ ଥିବା ସମସ୍ତ ଗ୍ରାମର ବୁଦ୍ଧିଜୀବିଙ୍କ ସମେତ କଟକ ସଦର ଥାନାର ଶାସୋଳ ଏବଂ ଫୁଲନଖରା ଅଞ୍ଚଳ ସମେତ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁକ ଛୁଟୁଛି ।
No Result
View All Result