No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ବ୍ରହ୍ମଗିରି :- ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଳକ୍ ଅନ୍ତର୍ଗତ ଗୋଖରା ସ୍ଥିତ ମୃତ୍ୟୁଞ୍ଜୟ କଲ୍ୟାଣ ମଣ୍ଡପରେ ସଂସ୍କୃତି କଳା ମନ୍ଦିର ତରଫରୁ ଦୁଇ ଦିନିଆ ଉତ୍କଳ ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ବ୍ଳକ୍ ଶିକ୍ଷାଧିକାରୀ କୁମର ପାତ୍ର, ମୁଖ୍ୟ ବକ୍ତା ରୂପେ ସଂସ୍କୃତି ଗବେଷକ ରବିନାରାୟଣ ପ୍ରଧାନ, ସମ୍ମାନିତ ଅତିଥି ରୂପେ ତତ୍ତ୍ୱ କବି ବିଭୁ ଦାସ,ଭିକାରି ଚରଣ ଜେନା, ପୁରୀ ଜିଲ୍ଲା ଓଷ୍ଟା କାର୍ଯକାରୀ ସଭାପତି ପବିତ୍ର ମୋହନ ଦାସ, ବ୍ରହ୍ମା କୁମାରୀ ମଞ୍ଜୁଲତା ଦେବୀ,ଗାୟକ ସୌରଭ ପର୍ଶୁରାମ ସାସମଲ,

ସମାଜସେବୀ ଶ୍ୟାମଳେନ୍ଦୁ ପ୍ରଧାନ, ଶିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନ,ଭଜନ ତୀର୍ଥ ଭାଗିରଥି ଦଳାଇ ପ୍ରମୁଖ ଯୋଗଦେଇ ଉତ୍କଳ ଦିବସ ପାଳନର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଉତ୍କଳ ଦିବସ ଆମ ସାଢ଼େ ଚାରି କୋଟି ଓଡିଆଙ୍କ ଅସ୍ମିତାର ପ୍ରତୀକ| ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ର ସୁରକ୍ଷା ସହିତ ସବୁ ସ୍ତରରେ ଓଡିଆତ୍ୱ ର ଟେକ ରଖିବାକୁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ।ଏହି ମହୋତ୍ସବରେ ସଂସ୍କୃତି କଳା ମନ୍ଦିର ର ସଭାପତି ଦିଗମ୍ବର ବେହେରା ଅଧ୍ୟକ୍ଷତା କରିଥିଲେ।

ପ୍ରାରମ୍ଭରେ ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପ୍ରମାଣପତ୍ର ଓ ପୁରସ୍କାର ଦେଇ ପୁରସ୍କୃତ କରିଥିଲେ। ଏଥିରେ ଯଥାକ୍ରମେ ମହାପାତ୍ର ପ୍ରଥମ, ଦ୍ଵିତୀୟ ଏବଂ ସୁଶ୍ରୀ ସୁଭାଷିନୀ ସେନାପତି ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ ନିମନ୍ତେ ୧୦ ଜଣଙ୍କୁ ମହୋତ୍ସବ ଅବସରରେ ସମ୍ମାନିତ କରାଯାଇଛି। ଚାଟଶାଳୀ ଗୁରୁ ସତ୍ୟପ୍ରିୟ ନାୟକ ଙ୍କୁ ଗୁରୁ ଗୌରବ ସମ୍ମାନ, ପାଲା ଗାୟକ ଲକ୍ଷ୍ମୀଧର ସୁଆର ଙ୍କୁ ଗାୟକ ଚନ୍ଦନ, ପାଲା ଗାୟକ ବିଜୟ କୁମାର ପଣ୍ଡାଙ୍କୁ ଗାୟକ କସ୍ତୁରୀ, ତବଲା ବାଦକ ଉପେନ୍ଦ୍ର ନାଥ ରାଉତରାୟ ଙ୍କୁ ନାଦବ୍ରହ୍ମ,

ବ୍ରହ୍ମା କୁମାରୀ ମଞ୍ଜୁଲତା ଦେବୀ ଙ୍କୁ ଓମ୍ ଶାନ୍ତି ସମ୍ମାନ ଓ ବିଶିଷ୍ଟ ପାଚକ ଅମୂଲ୍ୟ କୁମାର ଦାଶ ଙ୍କୁ ଅମୃତ ସ୍ୱାଦ ସମ୍ମାନ ରେ ସମ୍ମାନିତ କରାଯାଇଛି। ଏହି ଅବସରରେ ଲୋକନୃତ୍ୟ କ୍ଷେତ୍ରରେ ସୁଶ୍ରୀ ଶ୍ରଦ୍ଧାଞ୍ଜଳି ବିଶ୍ୱାଳ, ସୁଶ୍ରୀ ସୁଭାଷିନୀ ସେନାପତି, ପୂଜା ଭୋଇ,ଲୀନା ଭୋଇଙ୍କୁ ସଂସ୍କୃତି କଳା ମନ୍ଦିର ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ମହାବୀର ନୃତ୍ୟ ଏକାଡେମୀ ନଟିଆର କୁନି କଳାକାରମାନଙ୍କୁ ମହୋତ୍ସବ ଅବସରରେ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା।ସଂସ୍କୃତି କଳା ମନ୍ଦିର ସମ୍ପାଦକ ଶିକ୍ଷକ ଚରଣ ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।

ସଂସ୍କୃତି ସଂଗଠକ ଅଜୟ କୁମାର ସ୍ୱାଇଁ ମଞ୍ଚ ସଂଚାଳନା କରିଥିଲେ। ଶିକ୍ଷକ ବ୍ରହ୍ମଚାରୀ ପଲାଇ,କବି ସୁଶାନ୍ତ କୁମାର ଜେନା, ଗୋପାଳ ଚନ୍ଦ୍ର ସାହୁ, ଗବେଷକ ବିଜ୍ଞାନ ଜେନା, ସଂଗଠକ ଆଲୋକ କୁମାର ପ୍ରଧାନ, ଗାୟକ ଅର୍ଜୁନ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ସହଦେବ ବେହେରା, ବିକାଶ ଶତାବ୍ଦୀ, ଦାମୋଦର ସାହୁ,କାମିନୀ ବେହେରା, ସରୋଜ କୁମାର ବେହେରା, ରବିନାରାୟଣ ବେହେରା, ଅକ୍ଷୟ କୁମାର ମାଣିଆ ପ୍ରମୁଖ ମହୋତ୍ସବ ପରିଚାଳନା କରିଥିଲେ l
No Result
View All Result