No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ଥାନା ଅନ୍ତର୍ଗତ ଫୁଲନଖରା -ନିଆଳୀ ରାସ୍ତାର ବ୍ରାହ୍ମଣଝରିଲୋ ଠାରେ ଥିବା ସେଣ୍ଟ ଜାଭିୟର ସ୍କୁଲର ଦ୍ୱାଦଶତମ ବାର୍ଷିକ ଉତ୍ସବ ଉମିଦ -୧୨ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ କମିଶନରରେଟ କଟକ ଯୋନ – ୪ – ଏ ସି ପି ଅମିତାଭ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦିପ ପ୍ରଜୋଳନ କରି କହିଲେ ଯେ, ଛାତ୍ରଛାତ୍ରୀମାନେ ଭଲ ପାଠ ପଢ଼ିବା ସହିତ ସଂସ୍କାରି ହେବା ଦରକାର ।

ପିଲାମାନେ କେବଳ ପାଠପଢି ଆଇ ଏସ , ଆପିଏସ , ଡାକ୍ତର , ଇଞ୍ଜିନିୟର ହୋଇ ଅର୍ଥ ରୋଜଗାର କରି କେବଳ ନିଜର କଥା ଚିନ୍ତା କରିବା ପରିବର୍ତ୍ତେ ,ସମାଜରେ ଅବହେଳିତ ଦୁର୍ବଳ , ଅସହାୟ ଲୋକଙ୍କ କଥା ଚିନ୍ତା କରି ପାରିଲେ ସମାଜର ଉନ୍ନତି ହେବା ସହିତ , ସେହି ଛାତ୍ରଛାତ୍ରୀ ମାନେ ଜଣେ ଜଣେ ଭଲ ମଣିଷ ଭାବେ ସମାଜରେ ପ୍ରତିଷ୍ଠା ଲାଭ କରିପାରିବେ । ଏଣୁ ପ୍ରତ୍ୟେକ ବାପ ମା ସବୁବେ ପିଲାମାନଙ୍କୁ ସମୟ ଦେବା ସହିତ ପାଠପଢ଼ା ସାଙ୍ଗକୁ ଉତ୍ତମ ଏବଂ ସଂଶକାରି ହେବା ପାଇଁ ଶିକ୍ଷାଦେବା ଦରକାର ବୋଲି କହିଥିଲେ ।

ଉକ୍ତ ଉତ୍ସବରେ ରୟାଲ ପବ୍ଲିକ ସ୍କୁଲର ପ୍ରିନ୍ସପାଲ ସର୍ବେଶ୍ୱର ସାମଲ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଲେ ଯେ , ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଶିକ୍ଷକ ଏବଂ ଅବିଭାବକ ସବୁ ଦୁଇଟି ଦିଗ ପ୍ରତି ଦୃଷ୍ଟି ଦେବା ଉଚିତ । ଗୋଟିଏ ହେଲା କ୍ୟାରିଆର ଅନ୍ୟଟି ହେଲା କ୍ୟାରେକ୍ଟର । ଏ ଦୁଇଟିରୁ ଗୋଟିଏ ଅଭାବ ହେଲେ ସେ ପିଲା ସମାଜରେ ଜଣେ ସଫଳ ମଣିଷ ହିସାବରେ ବିବେଚିତ ହୋଇ ପାରିବ ନାହିଁ ବୋଲି କହିଥିଲେ । ସତ୍ୟ ଶିବ ସୁନ୍ଦର ମିଶ୍ର , ଶକ୍ତି ପ୍ରସାଦ ମହାନ୍ତି ,ସୟଦ ଇକବାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଥିଲେ ।

ସେଣ୍ଟ ଜାଭିୟର ସ୍କୁଲର ପ୍ରିନ୍ସପାଲ ଏସ ଏସ ଅଲ୍କି ଉତ୍ସବରେ ସଭାପତିତ୍ୱ କରିଥିଲେ । ସ୍କୁଲର ସଂପାଦିକା ଜସ୍ମିନ ବେଗମ ଉପସ୍ଥିତ ଅତିଥି ମାନଙ୍କୁ ସ୍ୱାଗତ କରିବା ସହିତ ଅବିଭାବକ ମାନଙ୍କର ସହଯୋଗକୁ ପ୍ରଶଂସା କରିଥିଲେ । ଶ୍ରେଣୀରେ ଅଧ୍ୟୟନ କରି ପ୍ରଥମ ,ଦ୍ୱିତୀୟ , ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରଷ୍କାର ପ୍ରଦାନ କରିଥିଲେ ।

ସେଣ୍ଟ ଜାଭିୟର ସ୍କୁଲର ପରିଚାଳନା ନିର୍ଦ୍ଦେଶକ ସେକ୍ କଲିମ୍ ଉଦ୍ଦିନ , ଓଡିଆ ବିଭାଗର ଶିକ୍ଷକ ବିଜୟ କୁମାର ଦାଶ, ଶିକ୍ଷୟିତ୍ରୀ ବିଜଲକ୍ଷ୍ମୀ ଜେନାଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନେ ମାନେ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରିଥିଲେ ।
No Result
View All Result