No Result
View All Result
ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଏପ୍ରିଲ ୨ ବୁଧବାର ଦିନ ରାଜ୍ୟ ସରକାରଙ୍କ ତରଫରୁ ସାରା ରାଜ୍ୟରେ ଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବଟିକା ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ନୀତି ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାଇ ପ୍ରଥମ ଥର ରାଜ୍ୟରେ ଶିଶୁ ବଟିକା ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ନୀତି ବ୍ୟପକ ଭାବରେ ପାଳନ କରାଯାଇଛି ।
ବ୍ରହ୍ମଗିରି ବ୍ଲକ ରେ ଆଜି ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବଟିକାରେ ନାମଲେଖା ସହିତ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ନୀତି ଅନୁଷ୍ଠିତ ହୋଇଯାଇଛି । ପ୍ରସ୍ତୁତ ଅନୁଯାଇ ବିଦ୍ୟାଳୟରେ ପ୍ରବେଶ କରୁ କରୁ ପିଲା ମାନଙ୍କ ଉପରେ ଫୁଲ ଓ ଚନ୍ଦନ ଦିଆଯାଇ ସ୍lଗତ କରାଯାଇଥିଲା ।
ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ପ୍ରବେଶିକା ଉତ୍ସବ ଓ ଖଡ଼ିଛୁଆଁନୀତି କାର୍ଯ୍ୟକ୍ରମ ର ମୁଖ୍ୟ କାରଣ ଆଟେ । ଯାହା ସେନାମଙ୍କର ନାମ ଲେଖା ଓ ପ୍ରଥମ ଦିନକୁ ସ୍ମରଣୀୟ କରି ରଖିବେ । ପିଲାଙ୍କୁ ସଶକ୍ତ,ଆଧୁନିକ ଏବଂ ଆତ୍ମାନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବା ପାଇଁ ସକ୍ଷମ ହୋଇପାରିବେ । ଏହି କାର୍ଯ୍ୟକ୍ରମ ୪ ଦିନଧରି ଚିଲିବ ସହିତ ଅଭିଭାବକ ମାନଙ୍କୁ ନେଇ ଏକ ହ୍ଵାଟସପ୍ ଗ୍ରୁପ ଚାଲିବ ବୋଲି ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ କହିଛନ୍ତି ।
No Result
View All Result