No Result
View All Result
ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ପରିସରରେ ଅନ୍ତେlଦୟ ଗୃହ ଯୋଜନା ଶୁବାରମ୍ଭ ହୋଇଛି । ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତ, ଶହୀଦି ପରିବାର, ଘରପୋଡି, ହାତୀ ଉପଦ୍ରବ, ବନ୍ୟାବାତ୍ୟା କ୍ଷତିଗ୍ରସ୍ତ ଯୋଗ୍ୟ ପରିବାରଙ୍କୁ ଅଗ୍ରାଧିକାର ଭିତ୍ତିରେ ଗୃହ ମଞ୍ଜୁର କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ରବିବାର ଦିନ ମୁଖ୍ୟମନ୍ତ୍ରୀ ଅନ୍ତେlଦୟ ଗୃହ ଯୋଜନା ଶୁବାରମ୍ଭ କରିଛନ୍ତି ।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଶ୍ରୀକୃଷ୍ଣ ନଗର ପଡିଆ ଠାରେ ଭିସି ମାଧ୍ୟମରେ ଏହି ଯୋଜନାର ଶୁବାରମ୍ଭ ଥିଲେ । ବ୍ରହ୍ମଗିରି ବ୍ଲକ ପରିସରରେ ଏହି ଯୋଜନାର ଶୁବାରମ୍ଭ କରିଥିଲେ ବ୍ଲକ ଅଧ୍ୟକ୍ଷl ରତ୍ନମାଳା ବେହେରା । ବ୍ରହ୍ମଗିରି ବ୍ଲକର ୨୫ ପଞ୍ଚାୟତ ରୁ ମୋଟ ୯୩୬ ଟି ହିତାଧିକାରୀ ଆବେଦନ କରିଥିଲେ ।
ସେଥିମଧ୍ୟରୁ ୧୪୯ ଯୋଗ୍ୟ ହିତାଧିକାରୀ ଙ୍କୁ ଚୟନ କରାଯାଇଛି ଏବଂ ଆଜି ୩୨ଜଣ ହିତାଧିକାରୀ ଙ୍କୁ କାର୍ଯ୍ୟଦେଶ ପ୍ରଦାନ କରାଯାଇଥିବା ବି,ଦି,ଓ ବିଜୟ ବେହେରା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷl ମାଳିନୀ ଦଳାଇ , ଜିଲ୍ଲାପରିଷଦ କୈଳlସ ପରିଡା ଏବଂ ନିର୍ବାଚିତ ପ୍ରତିନିଧିମାନେ ଓ ବ୍ଲକ ପ୍ରଶାସନ ଅଧିକାରୀ ମାନେ ଯୋଗ ଦେଇଥିଲେ ।
No Result
View All Result