ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) :- ସ୍ୱତନ୍ତ୍ର ଉତ୍କଳ ଦିବସ ଉପଲକ୍ଷେ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ତରଫରୁ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ନିର୍ମାତା ମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବାଗଦେଵୀ ବିଦ୍ୟା ମନ୍ଦିର ତରଫରୁ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ଅଧ୍ୟକ୍ଷା ପ୍ରବିତ୍ରା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଏଥିରେ ଉତ୍କଳମଣି ଗୋପବନ୍ଧୁ ଦାସ,
ମଧୁସୂଦନ ଦାସ ଓ ଅନ୍ୟାନ୍ୟ ଦେଶ ପ୍ରେମୀ ମାନଙ୍କୁ ମାଲ୍ୟାର୍ପଣ କରାଯାଇ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପରିଚାଳନା ପରିଷଦ ସଭାପତି ଦିଲ୍ଲୀପ କୁମାର ଓଝା ଓ ସମ୍ପାଦକ ଅଭିମନ୍ୟୁ ନାୟକ ଏଥିରେ ଅତିଥି ଭାବରେ ଯୋଗ ଦେଇଥିଲେ।

ସେହିପରି ଓଡ଼ିଶା ଗ୍ରୀନ ଫୋର୍ସ ଓ ବାଲିପାଟଣା ପ୍ରେସ କ୍ଲବ୍ ଆନୁକୂଲ୍ୟରେ ଏକ ସଚେତନତା ଶୋଭାଯାତ୍ରା ଶିଶୁ ଅନନ୍ତ ମହାବିଦ୍ୟାଳୟ ଠାରୁ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ଅବସର ପ୍ରାପ୍ତ ଅଧ୍ୟାପକ ସହଦେବ ମଲ୍ଲିକ,ଅମରେନ୍ଦ୍ର ମହାନ୍ତି,ସୁବାସ ରାଉତରାୟ ଓ ଗ୍ଲୋବାଲ କମ୍ପ୍ୟୁଟର ର ନିରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ଶୋଭାଯାତ୍ରା ରେ ଯୋଗ ଦେଇଥିବା ଶତାଧିକ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ବ୍ଲକ ପ୍ରଶାସନ ତରଫରୁ ଏ ବି ଡି ଓ ଅନ୍ନଦା ଚକ୍ର,ଏମ୍ ଆଇ ନେତ୍ରାନନ୍ଦ ବେହେରା ଓ ପ୍ରଭାତ ଜେନା ପ୍ରମୁଖ ବହୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା ।

ସେହିପରି ବନମାଳୀପୁର ସ୍ଥିତ ଆଦର୍ଶ ଶିଶୁ ନିକେତନ ବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ଶୈଳବାଳା ମେକାପଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉତ୍କଳ ଦିବସରେ ଉତ୍କଳମଣି ଗୋପବନ୍ଧୁ ଦାସ, ମଧୁସୂଦନ ଦାସ ପରି ଅନେକ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା , ଅନୁଷ୍ଠାନ ପକ୍ଷରୁ ମହାପୁରୁଷଙ୍କ ଜୀବନୀ ଉପରେ ଛାତ୍ର ଛାତ୍ରୀମାନଙ୍କୁ ବୀର ମହାପୁରୁଷଙ୍କ ପରି ପ୍ରତ୍ୟେକ ଛାତ୍ରଛାତ୍ରୀମାନେ ନିଜକୁ ଗଢିତୋଳିବା ପାଇଁ ଉପସ୍ଥିତ ଅତିଥିମାନେ ଉପଦେଶ ଦେଇଥିଲେ ।

















