No Result
View All Result
ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ ଅନ୍ତର୍ଗତ ଭାମିନି ଠାରେ ଥିବା ଦ୍ଵିତୀୟ ଭାରତ ସଂରକ୍ଷିତ ବାହିନୀ ପକ୍ଷରୁ ଆଜି ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆୟୋଜିତ ଏହି ଉତ୍ସବରେ ଗୁଣପୁର ଉପ ଜିଲ୍ଲାପାଳ କିରଣଦୀପ କୌର ସହଟା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପୋଲିସ ସେବା ଓ ସୁରକ୍ଷା ର ପ୍ରତୀକ ଯାହା ତାଙ୍କ ଲୋଗୋ ରେ ପ୍ରତିଫଳିତ ହୋଇଥାଏ ବୋଲି କହିବ ସହ ପୋଲିସ ଦିବସ ରେ ସମସ୍ତ ଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଗୁଣପୁର ସ୍ଥିତ ଗାନ୍ଧୀ ବିଶ୍ୱ ବିଦ୍ୟାଳୟ ର ଉପ ସଭାପତି ଡଃ ଚନ୍ଦ୍ର ଧ୍ଵଜ ପଣ୍ଡା ଗୁଣପୁର ସମାଜସେବୀ ଅକ୍ଷୟ ଦାସ ଯୋଗ ଦେଇ ପୋଲିସ ର କର୍ତ୍ତବ୍ୟ ନିଷ୍ଟା ଯୋଗୁଁ ଲୋକେ ସୁରକ୍ଷିତ ଭାବେ ରହୁଥିବା କହିବା ସହ ତାଙ୍କ ତ୍ୟାଗ ଓ ବଳିଦାନ କୁ ପ୍ରଶଂସା କରିଥିଲେ । ବହୁ ମନ୍ୟଗଣ ଙ୍କ ଉପସ୍ଥିତି ରେ ଭାମିନି ର ଦ୍ଵିତୀୟ ଭାରତ ସଂରକ୍ଷିତ ବାହିନୀ ର ଦୁର୍ଗପତି ବ୍ରଜ ମୋହନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆୟୋଜିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିବା ସହ ପୋଲିସ ପ୍ରତିଷ୍ଠା ଦିବସ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ ଙ୍କ ବାର୍ତ୍ତା ପଢ଼ିବା ସହ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ତାଙ୍କୁ ସ୍ମରଣ କରିଥିଲେ |

ଆୟୋଜିତ ପ୍ୟାରେଡ କୁ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନୀଳାମ୍ବର ପରିଡା ଓ ଡେପୁଟିକମାଣ୍ଡାଣ୍ଟ ସନ୍ତୋଷ କୁମାର ବିଶ୍ବାଳ ପରିଚାଳନା କରିଥିଲେ । ଏହି ଉତ୍ସବ ରେ ପୋଲିସ କ୍ଷେତ୍ର ରେ ଉଲ୍ଳେଖନୀୟ ଅବଦାନ ପାଇଁ ଶ୍ରେଷ୍ଠ ଏସ: ଆଇ ଭାବେ ଦୀପକ କୁମାର ବଳ ଏ : ଏସ : ଆଇ ଭାବେ ବରୁଣ କହଁର ଶ୍ରେଷ୍ଟ ହାବିଲଦାର ଭାବେ ଦେବ ରାଜ ଗାମ୍ବାଲି, ଏବଂ ଶ୍ରେଷ୍ଟ କନେଷ୍ଟବଲ ଭାବେ ଅମର କୁମାର ମିଶ୍ର ଙ୍କୁ ମାନପତ୍ର ଓ ଆର୍ଥିକ ରାଶି ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ସଭା ମଞ୍ଚ କୁ ସୁଜିତ କୁମାର ଦାସ ,ଦିଲୀପ ଚୌଧୁରୀ ଓ ରାଜୁ ଗମାଙ୍ଗ ପରିଚାଳନା କରିଥିଲେ । ଏହି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ରାମନାଗୁଡ଼ା ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ ,ତହସିଲଦାର ପ୍ରାଣ କୃଷ୍ଣ ପାଣିଗ୍ରାହୀ , ସମାଜସେବୀ ରାଜେଶ୍ୱରି ଦଳେଇ ଉକୁମ୍ବା ସରପଞ୍ଚ ମେନକା ଶବର , ଭାମିନି ସରପଞ୍ଚ ରୀତୁ ପ୍ରଭା ଗମାଙ୍ଗ ,ବିଜେଡ଼ି ନେତା ଗଗନ ଆଚାର୍ଯ୍ୟ, ମାଟା ରାଜୁ ବହୁ ମାନ୍ୟ ଗଣ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।
No Result
View All Result