No Result
View All Result
ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଏପ୍ରିଲ ପହିଲା ଉତ୍କଳ ଦିବସ ପାଳନ ଅବସରରେ ଦଶପଲ୍ଲା ଓକିଲ ସଂଘ ପକ୍ଷରୁ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ପାତ୍ର ଏଥିରେ ସଭାପତିତ୍ବ କରିଥିଲାବେଳେ ଏହି ଆଲୋଚନାଚକ୍ର କୁ ସଂଘର ସମ୍ପାଦକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବେହେରା ସଂଯୋଜନା କରିଥିବା ସହିତ ପ୍ରାରମ୍ଭିକ ସୂଚନା ଦେଇ ଉତ୍କଳ ଦିବସ ପାଳନ ତଥା ବୁଦ୍ଧିଜୀବୀ ମାନଙ୍କ ଭିତରେ ଏହାର ଗୌରବମୟ ଐତିହ୍ୟକୁ ମନେପକାଇ କଷ୍ଟଲବ୍ଧ ସ୍ଵତନ୍ତ୍ର ଉତ୍କଳର ଅଖଣ୍ଡତା ର ସୁରକ୍ଷା ପାଇଁ ସମସ୍ତେ ଅନ୍ତାଭିଦି ବାହାରିବା ପାଇଁ ଆହ୍ବାନ ଦେଇଥିଲେ ।
ଅନ୍ୟମାନଙ୍କ ଭିତରେ ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ଗୌର ଚନ୍ଦ୍ର ମିଶ୍ର ବିଭେଦ କାରୀ ଶକ୍ତି ମାନଙ୍କ ପ୍ରତି ସତର୍କ ରହିବା ସହିତ ଓଡ଼ିଶାର ଅଖଣ୍ଡତା ତଥା ଓଡ଼ିଆଭାଷାର ସୁରକ୍ଷା ପାଇଁ ଆହ୍ବାନ ଦେଇଥିଲେ। ଆଇନଜୀବୀ କୃଷ୍ଣ ଚନ୍ଦ୍ର ଦାସ ଉତ୍କଳ ଦିବସର ଇତିହାସ ଉପରେ ଆଲୋକପାତ କରିଥିଲେ। ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ବରିକି ଉତ୍କଳ ସମ୍ମିଳନୀରେ ମଧୁବାବୁଙ୍କ ଆହ୍ବାନ ଆଜିବି ଓଡ଼ିଆଯାତି ପାଇଁ ନିହାତି ଆବଶ୍ୟକ ବୋଲି କହିବା ସହିତ ତାଙ୍କ ରଚିତ କବିତା ଉଠରେ ଉଠରେ ଉତ୍କଳ ସନ୍ତାନ ଉପରେ ଆଲୋକପାତ କରିଥିଲେ।
ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପଣ୍ଡା,ପ୍ରଶ୍ରିଯୁକ୍ତ ପ୍ରଭାତ କୁମାର ସାହୁ,ଆଇନଜୀବୀ ମନୋରଞ୍ଜନ ମିଶ୍ର ଓ ବରିଷ୍ଠ ନାଗରିକ ରବୀନ୍ଦ୍ର କୁମାର ମିଶ୍ର ପ୍ରଭୃତି ଆଲୋଚନା ଚକ୍ରରେ ଭାଗ ନେଇଥିଲେ । ଏହି କାର୍ଯ୍ୟ କ୍ରମରେ ଆଇନଜୀବୀ ମାନଙ୍କ ସହିତ ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ,ସମାଜସେବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଭାଗନେଇଥିଲେ। ସଭା ପ୍ରାରମ୍ଭରେ ମଧୁବାବୁଙ୍କ ଫଟୋଚିତ୍ର ସମସ୍ତେ ମାଲ୍ୟାର୍ପଣ କରିବା ସହିତ ବନ୍ଦେ ଉତ୍କଳ ଜନନୀ ଦଣ୍ଡାୟମାନ ପୂର୍ବକ ଗାନ କରିଥିଲେ ।
No Result
View All Result