ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ବହୁ ଦିନର ଦାବୀ ସତ୍ବେ ଦଶପଲ୍ଲା ପଶ୍ଚିମାଞ୍ଚଳ ପ୍ରତି କରାଯାଉଛି ଚରମ ଅବହେଳା । ବିଭିନ୍ନ ସରକାରୀ ଯୋଜନା ହେଉ, କି ପ୍ରାକୃତିକ ବିପର୍ଯ୍ୟୟ ହେଉ ସବୁଥିରେ କଣଠେସା ହେଉଛି ଦଶପଲ୍ଲା ପଶ୍ଚିମାଞ୍ଚଳର ବଣ ପାହାଡ ଘେରା ୭ ଗୋଟି ଆଦିବାସୀ ଅଧ୍ୟୁଷିତ ପଂଚାୟତ । ଏଇ ନିକଟରେ ,ଦଶପଲ୍ଲା ବ୍ଲକ୍ର ସୀମାନ୍ତ ତଥା ନୂଆଗାଁ ପଞ୍ଚାୟତର ଦଦରା ଉଜ୍ଜ୍ବଳ ସାହି ଗ୍ରାମରେ ମଧ୍ୟାହ୍ନରେ ଅଗ୍ନିକାଣୁ ଘଟି ୨ଟି ପରିବାରର ୩ ବଖରା ସମେତ ଆସବାବପତ୍ର ଓ ନଗଦ ଟଙ୍କା ଜଳି ଯାଇଛି ।

ଏହି ଅଗ୍ନିକାଣ୍ଡରେ ଗ୍ରାମର ପୂର୍ଣ୍ଣ ଭୋଇ ଓ ରଞ୍ଜନ ଭୋଇଙ୍କ ଘର ଜଳି ଯାଇଥିବା ବେଳେ ଦୁଇ ପରିବାର ବେସାହାରା ହୋଇ ଯାଇଛନ୍ତି । ହେଲେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି ଖବର ପାଇ କନ୍ଧମାଳ ସାଂସଦଙ୍କ ଦଶପଲ୍ଲା ବ୍ଳକ୍ ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା ଦମକବାହୀନିକୁ ଖବର ଦେଇଥିଲେ l ମାତ୍ର ଦୀର୍ଘ ୫୦ କିମିରୁ ଊର୍ଦ୍ଧ୍ବ ପଥ ଅତିକ୍ରମ କରି ଦମକଳ ପହଞ୍ଚିବା ବେଳକୁ ନିଆଁର ଆଁରେ ସବୁକିଛି ଜଳିପୋଡ଼ି ଛାରଖାର୍ ହୋଇଯାଇଛି । ତୁରନ୍ତ ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ବଡ଼କଥା ହେଉଛି, ଦଶପଲ୍ଲା ବ୍ଲକ୍ଠାରୁ ଏସବୁ ପଞ୍ଚାୟତର ଦୂରତା ପ୍ରାୟ ୪୦ରୁ ୫୦ କିମି ଦୂର ହୋଇଥିବା ବେଳେ ବଣପାହାଡ଼ ମଧ୍ୟରେ ଅବସ୍ଥିତ ବିଭିନ୍ନ ଗ୍ରାମକୁ ରାସ୍ତାଘାଟର ସମସ୍ୟା ସାଙ୍ଗକୁ ଯୋଗାଯୋଗ ପାଇଁ ମୋବାଇଲ ସେବା ଅପହଞ୍ଚ ହୋଇ ରହିଛି । ପ୍ରତିବର୍ଷ ଏଭଳି ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହେଉଛି । ଖବର ପାଇ ଦମକଳ ବାହିନୀ ପହଞ୍ଚିବା ବେଳକୁ ବହୁ ବିଳମ୍ବ ହେଉଛି । ଫଳରେ ବାଣିଗୋଛା ଓ ଚଢେୟାପଲ୍ଲୀ ଠାରେ ଦମକଳ କେନ୍ଦ୍ର ସ୍ଥାପନ ନିମନ୍ତେ ଦୀର୍ଘବର୍ଷ ଧରି ଦାବି ହୋଇ ଆସୁଛି ତୁରନ୍ତ ରାଜ୍ୟ ସରକାର ଏଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ସମେତ ଶ୍ରୀ ଦଳବେହେରା ଦାବି କରିଛନ୍ତି ।