No Result
View All Result
ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଦଶପଲ୍ଲା ତରଫରୁ ଚୈତ୍ର ଶୁକ୍ଳ ପ୍ରତିପଦା ବା ରାଷ୍ଟ୍ରୀୟ ନବବର୍ଷ ମହାଆଡ଼ମ୍ବରରେ ପାଳନ ହୋଇଯାଇଛି । ଦିବସ ପାଳନ ପୂର୍ବରୁ ଦଶପଲ୍ଲାର ସମସ୍ତ ସ୍ବୟଂସେବକ ସହରରେ ଗୈରିକ ଧ୍ବଜ ବାନ୍ଧି ଲିଫ୍ଲେଟ୍ ପ୍ରଦାନ କରିବା ସହ କାନ୍ଥ ଲିଖନ ମାଧ୍ୟମରେ ଜନସାଧାରଣଙ୍କୁ ରାଷ୍ଟ୍ରୀୟ ନବବର୍ଷର ଅଭିନନ୍ଦନ ଜଣାଇ ଛନ୍ତି । ଆଜିର ନବବର୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ହରିହର ପଣ୍ଡା ଯୋଗ ଦେଇଥିଲେ l
ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ଦଶପଲ୍ଲା ଖଣ୍ଡଚାଳକ ଯୁଗଳ କିଶୋର ପ୍ରଧାନ, ମୁଖ୍ୟବକ୍ତା ଭାବେ ନୟାଗଡ଼ ଜିଲ୍ଲା ଶାରିରୀକ ପ୍ରମୁଖ ଅଭୟ ପ୍ରସାଦ ଜେନା ମଞ୍ଚାସୀନ ଥିଲେ। ଦଶପଲ୍ଲା ଖଣ୍ଡ କାର୍ଯ୍ୟବାହ ଅଜୟ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଜିର ଏହି ନବବର୍ଷ ପାଳନ ଅବସରରେ ଦଶପଲ୍ଲାର ସମସ୍ତ ସ୍ବୟଂସେବକ ଗଣବେଶରେ ଉପସ୍ଥିତ ରହି ପରସ୍ପରକୁ ମିଷ୍ଠାନ୍ନ ଖୁଆଇ ଆନନ୍ଦଉଲ୍ଲାସର ସହ ନବବର୍ଷ ପାଳନ କରିଥିଲେ ।
No Result
View All Result