କଟକ (ଓଡ଼ିଶା ତାଜା ନ୍ୟୁଜ୍) ଫୁଲନଖରା :- ଗତକାଲି ଥିଲା ରମଯାନ ମାସର ଉଦଯାପନ ଦିବସ ଇଦ । କଟକ ସଦର ଥାନା ଫୁଲନଖରା ନିକଟସ୍ଥ ମୁଗଭଙ୍ଗା ଗ୍ରାମର ମୁସଲିମ ସାହିର ସମସ୍ତ ଯୁବକ ଏବଂ ବୟସ୍କ ବ୍ୟକ୍ତି ମସଜିଦରେ ନମାଜ ପାଠ କରିସାରିବା ପରେ ପରସ୍ପରକୁ ଆଲିଙ୍ଗନ କରିବା ସହିତ ଇଦ୍ ମୁବାରକ ଜଣାଉଥିଲେ । ଏଥିରେ ମଧ୍ୟ ଦୁର୍ଘଟଣାରେ ଜୀବନ ହାରିଥିବା ଆବିଦ ମଧ୍ୟ ସାମିଲ ହୋଇ ସମସ୍ତ ହିନ୍ଦୁ ମୁସଲିମ ଭାଇଙ୍କୁ ଇଦ ମୁବାରକ ଜଣାଇଥିଲେ । ଇଦରେ ଉପଲକ୍ଷେ ସାହିରେ ଏକ ବନ୍ଧୁ ମିଳନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ କଟକ ସଦରର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥୀ ବେହେରା , ପୂର୍ବତନ କର୍ପୋରେଟର ପ୍ରମୋଦ ମହାପାତ୍ର, ପୂର୍ବତନ ସରପଞ୍ଚ ପିତବାସ ମହାପାତ୍ର, ଆଧ୍ୟାତ୍ମିକ ପ୍ରବଚକ ଶ୍ରୀ ସନ୍ୟାସୀ ଜୀ ପ୍ରମୁଖ ଆଖପାଖ ଅଞ୍ଚଳ ବହୁ ବୁଦ୍ଧିଜୀବୀ ,ବରିଷ୍ଠ ନାଗରିକ , ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ , ଗଣମାଧ୍ୟମର ପ୍ରତିନିଧି ଇଦ ମୁବାରକ ବନ୍ଧୁ ମିଳନରେ ଯୋଗ ଦେଇଥିଲେ । ଆବିଦ ଏହି କାର୍ଯ୍ୟରେ ଅଂଶ ଗ୍ରହଣ କରି ହସହସ ମୁଖରେ ସମସ୍ତଙ୍କୁ ଇଦର ଶୁଭେଚ୍ଛା ଜଣାଉଥିଲେ । ବନ୍ଧୁମିଳନ କାର୍ଯ୍ୟ ଶେଷ ହେବାପରେ ଶଶୁର ଘର କଟକ ସଦର ଥାନା ନିକଟସ୍ଥ ଭାଣପୁର ପିରବଜାରକୁ ବାଇକ ଚଳାଇ ଯାଉଥିଲେ ।
କିଏ ଜାଣିଛି ପ୍ରତାପନଗରୀ ନିକଟରେ ଏକ ଅଟୋ ପଛରୁ ଆସି ତାଙ୍କ ବାଇକକୁ ଧକ୍କା ଦେବ ବୋଲି । ଧକ୍କା ହେବାପରେ ଆବିଦ ବାଇକ୍ ରୁ ଛିଟିକି ତଳେ ପଡିଗଲେ , ପରେ ପରେ ଅନ୍ୟ ଏକ ବାଇକ ତାଙ୍କ ଉପରେ ମାଡ଼ି ଚାଲିଗଲା ସେ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡିଥିବା ଦେଖି ସ୍ଥାନୀୟ ଲୋକମାନେ ଆବିଦକୁ ଚିକିତ୍ସା ପାଇଁ ପାଖରେ ଥିବା ଏକ ହସପିଟାଲକୁ ନେଇଗଲେ ହେଲେ ସନ୍ଧ୍ୟାରେ ତାଙ୍କର ହସପିଟାଲରେ ପରଲୋକ ହୋଇଗଲା ।
ଏହି ଖବର ପ୍ରଚାର ହୋଇଯିବାରୁ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥୀ ବେହେରା ଙ୍କ ସମେତ ଆଖପାଖ ଅଞ୍ଚଳର ଶହଶହ ଲୋକ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଭାଇ ଜବିର ସା , ଏବଂ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ଆବିଦ ଜଣେ ପର ଉପକାରୀ , ମିଷ୍ଠଭାଷି , ମେଳାପି ,ଶାନ୍ତପ୍ରିୟ ଯୁବକ ଥିଲେ । ତାଙ୍କ ଅକାଳ ମୃତ୍ୟୁ ପାଇଁ ମୁଗଭଙ୍ଗା ଏବଂ ଆଖପାଖ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।