No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ପର୍ଶୁରାମପୁର ମୌଜାର ଡାକ୍ତରବାଂଜରୀ ଗ୍ରାମର ଆଦିବାସୀ ସଂଗଠିତ ହୋଇ ସେମାନେ ଚାଷ କରୁଥିବା ଜମିର ଅଧିଗ୍ରହଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବୀ ଜଣାଇଛନ୍ତି।ସେମାନଂକ ଦାବୀହେଲା ୩ ପୁରୁଷ ଧରି ମାଟୁରୁ କ୍ରିଷ୍ଣାମୁର୍ତ୍ତିଂକ ଜମିକୁ ଚାଷ କରୁଥିଲେ । ତାର ପ୍ରାପ୍ୟ ମଧ୍ୟ ନିୟମିତ ପଇଠ କରୁଥିଲେ ।
ତାଂକର ମ୍ରୁତ୍ୟୁପରେ ମାଟୁରୁ ମାଧବ ଏହି ଜମିକୁ ନିଜ ନାମରେ ରଖି ବର୍ତ୍ତମାନ ବ୍ରହ୍ମପୁରର ଜମିମାଫିଆ ଗୋଷ୍ଠୀଂକୁ ରେଭିନ୍ୟୁ ଇନସ୍ପେକ୍ଟରଂକ ସହ ସଲାସୁତୁରା କରି ସେମାନଙ୍କ ଅଧିକାରରୁ ବଂଚିତ କରିବାପାଇଁ ଚେଷ୍ଟା କରୁଛନ୍ତି । ତେଣୁ ସେମାନେ ଏହି ୫୨ ଏକର ପରିମିତ ଜମିର ଅଧିକାରକୁ ବଂଚିତ ନକରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି । ଏହାର ନକଲ ଗଜପତି ଅଧୀକ୍ଷକ,ଅତିରିକ୍ତ ଜିଲ୍ଲାପାଳ, ପାରଳାଖେମୁଣ୍ଡି ଆଦର୍ଶ ଥାନାର ଅଧିକାରୀଂକୁ ଜଣାଇଛନ୍ତି ।
No Result
View All Result