No Result
View All Result
ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତୀୟ ରେଳବାଇରେ ପ୍ରଥମ ଡିଭିଜନ ଯାହା ୩୦୦ ମିଲିୟନ୍ ଟନ୍ ମାଲ ପରିବହନ କରି (ଲୋଡିଂ ଏବଂ ଅନଲୋଡିଂ) ରେକର୍ଡ ହାସଲ କରିଛି । ଭାରତୀୟ ରେଳବାଇର ଅନ୍ୟ କୌଣସି ଡିଭିଜନ ବର୍ତମାନ ସୁଦ୍ଧା ୩୦୦ମିଲିୟନ୍ ଟନ୍ ମାଲ ପରିବହନରେ ପହଞ୍ଚି ନାହିଁ । ଖୋର୍ଦ୍ଧାରୋଡ୍ ମଣ୍ଡଳ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ୩୦୦ ନିୟୁତ ଟନ୍ (ଏମ୍ ଟି)ମାଲ ପରିବହନ ପରିଚାଳନା କରି ଇତିହାସ ସୃଷ୍ଟି କରିଛି । ଅର୍ଥାତ୍ ୦୧.୦୪.୨୦୨୪ ରୁ ୨୭.୦୩.୨୦୨୫ ପର୍ଯ୍ୟନ୍ତ ।ଏହା ଭାରତୀୟ ରେଳବାଇର ପ୍ରଥମ ଡିଭିଜନ ଯାହାକି ୩୦୦ ନିୟୁତ ଟନ୍ ମାଲ ପରିବହନରେ (ଲୋଡିଂ ଏବଂ ଅନଲୋଡିଂ ଉଭୟ)ହାସଲ କରିଛି । ଏହି ସମୟ ମଧ୍ୟରେ,ମୋଟ ମାଲ ବୋଝେଇ ୧୬୧.୨ ମିଲିୟନ୍ ଟନ୍ ଏବଂ ମୋଟ ମାଲ ଖଲାସ ୧୩୯.୭୪ ମିଲିୟନ୍ ଟନ୍ ହୋଇଛି ।
ଭାରତୀୟ ରେଳବାଇର ଅନ୍ୟ କୌଣସି ଡିଭିଜନ ବର୍ତମାନ ସୁଦ୍ଧା ୩୦୦ ମିଲିୟନ୍ ଟନ୍ ମାଲ ପରିବହନରେ ପହଞ୍ଚି ପାରି ନାହିଁ । ଏହି ଉଲ୍ଲେଖନୀୟ ସଫଳତା ମଣ୍ଡଳର କାର୍ଯ୍ୟକ୍ଷମ ଉତ୍କର୍ଷତା ଏବଂ ଦକ୍ଷ ମାଲ ପରିବହନ ପରିଚାଳନା ପାଇଁ ବିଭାଗର ନିରନ୍ତର ପ୍ରତିବଦ୍ଧତା କୁ ଆଲୋକ ପାତ କରେ । ବିଭିନ୍ନ କାର୍ଯ୍ୟକ୍ଷମ ଚ୍ୟାଲେଞ୍ଜ ସତ୍ତ୍ୱେ, ଖୋର୍ଦ୍ଧାରୋଡ୍ ଡିଭିଜନର ସମସ୍ତ ଲୋଡିଂ ଏବଂ ଅନଲୋଡିଂ ପଏଣ୍ଟରେ ସରକାରୀ କ୍ଷେତ୍ର ଏବଂ ଶିଳ୍ପଗୁଡ଼ିକ ସହିତ ଉପଯୁକ୍ତ ଯୋଜନା ଏବଂ ସମନ୍ୱୟ ମାଧ୍ୟମରେ ଏହି ସଫଳତା ହାସଲ କରଯାଇଛି ।
ଏହି ସଫଳତାର ମୁଖ୍ୟ ଯୋଗଦାନକାରୀ ମାନେ ହେଲେ ଖୋର୍ଦ୍ଧାରୋଡ ମଣ୍ଡଳ ଅଧୀନରେ ଥିବା ପ୍ରମୁଖ ଲୋଡିଂ ଏବଂ ଅନଲୋଡିଂ ପଏଣ୍ଟ ଯଥା ତାଳଚେର, ପାରାଦୀପ, ଧାମରା, ମେରାମଣ୍ଡଳି, ଯଖପୁରା,ସୁକିନ୍ଦା, କେରଜଙ୍ଗ, ନୟାଗଡ଼ରେ ଲୁହାପଥର ଏବଂ ଗୋପାଳପୁର ବନ୍ଦରର ବିଭିନ୍ନ ଉତ୍ପାଦ । ପ୍ରମୁଖ ଲୋଡିଂ ଏବଂ ଅନଲୋଡିଂ ଦ୍ରବ୍ୟ ହେଉଛି କୋଇଲା, ଇସ୍ପାତ କାରଖାନା ପାଇଁ କଞ୍ଚାମାଲ, ଷ୍ଟିଲ,ଲୁହାପଥର, ସାର ଏବଂ ସିମେଣ୍ଟ, ଖାଦ୍ୟଶସ୍ୟ,ଖଣିଜ ତୈଳ ଇତ୍ୟାଦି ।
ଏହି ପ୍ରମୁଖ ଅବସ୍ଥାନ ଗୁଡିକରେ ଯୋଗାଣ କାର୍ଯ୍ୟକୁ ସୁନିଶ୍ଚିତ ଓ ସୁଗମ କରିବା ତଥା ସେ ସମଗ୍ର ଅଞ୍ଚଳରେ ଶିଳ୍ପ ଗୁଡିକର ଚାହିଦା ବୃଦ୍ଧିକୁ ପୂରଣ କରିବାରେ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଖୋର୍ଦ୍ଧାରୋଡ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ ଏସ ବାଜୱାଙ୍କ ଦୃଢ଼ ନେତୃତ୍ୱରେ, ଖୋର୍ଦ୍ଧାରୋଡ ମଣ୍ଡଳ ନିରନ୍ତର ଭାବରେ ଏହାର ପଣ୍ୟ ପରିବହନ କାର୍ଯ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଛି । ଅଧିକାରୀ ଏବଂ କର୍ମଚାରୀଙ୍କ ପ୍ରଚଣ୍ଡ ପ୍ରୟାସକୁ ପ୍ରଶଂସା କରି,ଶ୍ରୀ ଏଚ ଏସ ବାଜୱା,ଏହି ସଫଳତାକୁ ସେମାନଙ୍କ ସମର୍ପଣ ଏବଂ ଦଳଗତ କାର୍ଯ୍ୟକୁ ଶ୍ରେୟ ଦେଇଛନ୍ତି ।
No Result
View All Result