ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅଗଷ୍ଟ ଶନିବାର ) ବରଗଡ଼ :– ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡ ଛତିଶଗଡ଼ ରାଜ୍ୟ ରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜଳଭଣ୍ଡାରର ବେକ୍ ଓ୍ବ।ଟର ରେ। ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ଗ୍ରାମ ଗୁଡ଼ିକର ଲୋକେ ଏବେ ଜଳ ବନ୍ଦି ଅବସ୍ଥା ରେ ରହିଛନ୍ତି । ଜିଲ୍ଲା ର ଅମ୍ଭାଭୋନା ବ୍ଲକ ର ଚିଖିଲି,ଅନ୍ତରାଡି,ଘୁଘୁରାପାଲି,ବେନିଆପାଲି,ର ପ୍ରାୟ ଦୁଇ ହଜାର ରୁ ଅଧିକ ଲୋକ ନିଜ ଘରେ ଜଳ ବନ୍ଦି ଅବସ୍ଥା ରେ ରହିଛନ୍ତି ।
ଜିଲ୍ଲା ପ୍ରଶାସନ ଏବଂ ସ୍ବେଛାସେବୀ ସଂସ୍ଥା ଗୁଡ଼ିକ ପକ୍ଷରୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ କରାଯାଉଛି । ତଥାପି ଏବେ ମଧ୍ୟ ଅନେକ ଲୋକ ନିଜର ଛାତ ଉପରେ ରହିଥିବା ଜଣାପଡିଛି । ଅନେକ ଗାଁ ମଧ୍ୟରେ ୫ ଫୁଟ ଉଚ୍ଚତାରେ ପାଣି ରହିଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ହୀରାକୁଦ ଜଳ ଭଣ୍ଡାର କୁ ଛତିଶଗଡ଼ ଉପରମୁଣ୍ଡରୁ ପ୍ରତି ସେକେଣ୍ଡ ରେ ହଜାର ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ୪୬ ଗେଟ୍ ମଧ୍ୟ ଦେଇ ମହାନଦୀ କୁ ଜନ ନିଷ୍କାସିତ କରାଯାଉଛି ।
ଏହି ଗ୍ରାମ ଗୁଡ଼ିକ ଜଳଭଣ୍ଡାରର ପଛ ପଟେ ଓ କୂଳରେ ଅବସ୍ଥିତ ଥିବାରୁ ବେକ ଓ୍ବ।ଟର ଗାଁ ମଧ୍ୟ କୁ ପଶିଆସେ । ବନ୍ୟା ଜଳ କମିଳେ କ୍ଷୟ କ୍ଷତି ର ଆକଳନ କରାଯିବ ବୋଲି ସୂଚୀତ କରାଯାଇଛି । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)