ରାମନାଗୁଡା  (ଓଡ଼ିଶା ତାଜା ନ୍ୟୁଜ୍) :- ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁମୁଡ଼ା ଫାଣ୍ଡି ଅଧୀନରେ ଥିବା ଅର୍ଜୁନଗୁଡ଼ା ଏବଂ ସୁତରାଜପୁର ମଧ୍ୟରେ ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଶୁକ୍ରବାର ଦିନ ସକାଳ ସମୟରେ ଏକ ଟ୍ରକ ଦୁର୍ଘଟଣା ଘଟିଥିଲା।ମିଳିଥିବା ସୂଚନା ଅନୁଯାୟୀ ଓଡି ୧୯ କେ ୯୫୯୧ ନମ୍ବର ବିଶିଷ୍ଟ ଟ୍ରକ ଟି କଟକ ଜିଲ୍ଲାର ଟାଙ୍ଗି ଠାରୁ ୧୨୦୦ ପେଟି ବିୟର ପେଟି ବୋଝେଇ କରି ରାୟଗଡା ଜିଲ୍ଲା ଦେବଦଳା ରେ ଥିବା ବିଦେଶୀ ମଦ ଡିପୋ କୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡ଼ିଛି। ଦୁର୍ଘଟଣା ଘଟିବା ପରେ ଘଟଣା ସ୍ଥଳରେ ଗୁମୁଡ଼ା ପୋଲିସ ଫାଣ୍ଡି ଅଧିକାରୀ ବସନ୍ତ କୁମାର ବେହେରା ସଦଳବଳେ ପହଞ୍ଚି ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ବିୟର ପେଟି ଗୁଡ଼ିକ କୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରିଥିଲେ।

ସେହିପରି ଗୁଣପୁର ଅବକାରୀ ଏସ ଆଇ ପି. ବିଶ୍ୱେସ୍ୱର ରାଓ,ଏଏସଆଇ ଦିବାକର ମହାପାତ୍ର ,କନିଷ୍ଟେବଲ ମଦନ ମୋହନ ସୁତାର ଦୁର୍ଘଟଣା ସ୍ଥଳରେ ଉପସ୍ଥିତ ରହି ଅନ୍ୟ ଟ୍ରକ ସାହାଯ୍ୟରେ ରାୟଗଡା କୁ ଏହି ସମସ୍ତ ବୀୟର ପେଟି କୁ ସ୍ଥାନାନ୍ତରିତ କରିଥିବା ଦେଖିବାକୁ ମିଳିଛି। ସେହିପରି ରାୟଗଡା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ଗୋସେଇଁ ଗୁଲୁମୁଣ୍ଡା ଅଧୀନରେ ଥିବା ବାଙ୍ଗି ଛକ ଠାରୁ ପ୍ରାୟ ୨୦୦ ମିଟର ଦୂରତା ବ୍ରହ୍ମପୁର କୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଅପରାହ୍ନ ତିନିଟା ଚାରିଟା ମଧ୍ୟରେ ଟ୍ରକ ଟି ଓଲଟି ପଡିଥିବା ଜଣାପଡ଼ିଛି।

ମିଳିଥିବା ଖବର ଅନୁସାରେ ଓଡି ୦୫ ବିଭି ୧୯୧୮ ନମ୍ବର ବିଶିଷ୍ଟ ଟ୍ରକଟି ରାୟଗଡା ଜିଲ୍ଲା ଜେକେ ପେପର ମିଲ ଠାରୁ ପେପର ବୋଝେଇ କରି ମାଧଵ ପରିଡ଼ା ନାମକ ଡ୍ରାଇଭର ଭୁବନେଶ୍ୱର ନେଇ ଯାଉଥିବା ସମୟରେ ବାଙ୍ଗି ଛକ ଠାରୁ ଅନତି ଦୂରରେ ମଇଁଷି ପୋଲ ରାସ୍ତା ପାର ହୋଇ ଯାଉଥିବା ବେଳେ ଏକ ମଇଁଷି କୁ ଧୋକ୍କା ଦେଇ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା ବୋଲି ଖବର ମିଳିଛି।ଖବର ପାଇ ରାମନାଗୁଡା ଥାନା ଏଏସଆଇ ପୃଥ୍ୱୀରାଜ ଝଙ୍କାର ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ରାମନାଗୁଡା ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି।