No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ବନବିଭାଗ ଫରେଷ୍ଟଗାର୍ଡ ସବିତା ବେହେରା ୪୨ବର୍ଷ ବୟସ ରେ ଗତ ୧୩ ତାରିଖ ରେ ମୃତ୍ୟୁ ବରଣ କରିଛନ୍ତି। ସେ ଦୀର୍ଘ ଦିନ ହେଵ ରକ୍ତ କର୍କଟ ରେ ପୀଡିତ ଥିଲେ। ତାଙ୍କ ବିୟୋଗ ରେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଥିଲା। ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷ ଏବଂ ବନ ବିଭାଗ ର ବହୁ ଅଧିକାରୀ ଏବଂ କର୍ମଚାରୀ ସ୍ବର୍ଗତ ବେହେରା ଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଆଜି ଶ୍ୟାମା ଶ୍ୟାମା ସତସଙ୍ଗ ବାଙ୍କୀ ଆନୁକୂଲ୍ୟରେ ବାଙ୍କୀ ମାଣିକ ପାଟଣା ଠାରେ ସବିତା ଙ୍କ ଆତ୍ମା ସଦଗତି ନିମନ୍ତେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ଏହି ସତସଙ୍ଗ କାର୍ଯ୍ୟକ୍ରମ କୁ ସ୍ବର୍ଗତ ରାଉତ ଙ୍କ ପିତା ଉଲ୍ଲାସ ବେହେରା ପରିଚାଳନା କରିଥିଲେ। ସତସଙ୍ଗ ଅନୁଷ୍ଠାନ ର ସଭ୍ୟ ଅମିତ କୁମାର ସାହୁ, ପ୍ରକାଶ କୁମାର ସେଠି, ବୈକୁଣ୍ଠ ବିହାରୀ ପଣ୍ଡା, ରଘୁନାଥ ମହାରଣା, ଶର୍ମିଳା ସାହୁ, ରେଣୁବାଳା ମିଶ୍ର,ଅମ୍ବିକା ଦଳେଇ, ବିଜୟ କୁମାର ନାୟକ, ପ୍ରମୁଖ ସହଯୋଗ କରି ଅମର ଆତ୍ମା ର ସଦଗତି ଏବଂ ବିଶ୍ୱ ଶାନ୍ତି ପାଇଁ ପ୍ରାଥନା ଏବଂ ସଂକୀର୍ତ୍ତନ କରିଥିଲେ ।

No Result
View All Result