No Result
View All Result
ବରଗଡ (ଓଡ଼ିଶା ତାଜା ନ୍ୟୁଜ୍) :- ନୀତିନ ଗଡ଼କରୀଙ୍କ ଆଗରେ ବଡ଼ ପ୍ରସ୍ତାବ ରଖିଲେ ବରଗଡ଼ ସାଂସଦ । ଲୋଇସିଂହାରୁ ବସନା ଭାୟା ଗାଇସିଲଟ-ପଦ୍ମପୁର ଦେଇ ଏକ ନୂଆ ଜାତୀୟ ରାଜପଥ ପାଇଁ ପ୍ରସ୍ତାବ ଦେଇଛନ୍ତି ସାଂସଦ ପୁରୋହିତ । ଏହି ପ୍ରସ୍ତାବିତ ଜାତୀୟ ରାଜପଥ ନିର୍ମାଣ ହେଲେ ଏନଏଚ୍-୨୦୧ ଓ ଏନଏଚ୍-୫୩ ମଧ୍ୟରେ ଥିବା ୯୯.୩ କିଲୋମିଟର ଦୁରତା ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ବହନ କରିପାରିବ । ଏହି ଜାତୀୟ ରାଜପଥ ହେବା ଦ୍ୱାରା କୃଷି ଓ ଶିଳ୍ପ କ୍ଷେତ୍ରରେ ଉତ୍ତମ କାର୍ଯ୍ୟକଳାପ ହୋଇପାରିବ ।

ଦ୍ରବ୍ୟ ସାମଗ୍ରୀ ଏବଂ ସେବା ଗୁଡ଼ିକର ଶୀଘ୍ର ପରିବହନକୁ ସୁଗମ କରିବା ସହ ଗ୍ରାମାଞ୍ଚଳରେ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଅନେକ ସହାୟକ ହୋଇପାରିବ । ସେହିଭଳି ଏହି ଜାତୀୟ ରାଜପଥ ନିର୍ମାଣ ହେଲେ ଆଞ୍ଚଳିକ ସଡ଼କ ଭିତ୍ତିଭୂମିକୁ ମଧ୍ୟ ସୁଦୃଢ଼ କରିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଜଣାଇଛନ୍ତି ପ୍ରଦୀପ ପୁରୋହିତ । ଦୀର୍ଘ ସମୟ ଧରି ପଶ୍ଚିମ ଓଡ଼ିଶାରେ ଜାତୀୟ ରାଜପଥର ବିକାଶ ନେଇ କେନ୍ଦ୍ର ପରିବହନ ଓ ସଡ଼କ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଜାତୀୟ ରାଜପଥ-୪୯ର ୪ ଲେନିଂ ବିଶିଷ୍ଟ କାର୍ଯ୍ୟର ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ କରାଯିବା ସହ ବରଗଡ଼ରେ ଦୁଇଟି ଫ୍ଲାଏଓଭର ନିର୍ମାଣ ପାଇଁ ଦାବି କରିଛନ୍ତି ସାଂସଦ ।

ଝାରସୁଗୁଡ଼ା-ଲଖନପୁର-କନକଟୋରା ଜାତୀୟ ରାଜପଥ ୪୯ର ଚାରିଟିକିଆ ଜାତୀୟ ରାଜପଥ ନିର୍ମାଣର ଟେଣ୍ଡର ପ୍ରକ୍ରିୟା ଶ୍ରୀଘ୍ର ସାରିବାକୁ କହିଛନ୍ତି କଲେ ବରଗଡ଼ ସାଂସଦ । ଏହି ରାସ୍ତାର ଡିପିଆର ପ୍ରସ୍ତୁତ ହୋଇସାରିଥିବା ବେଳେ ଟେଣ୍ଡର ପ୍ରକ୍ରିୟା ଜାନୁଆରୀ ମାସରେ ଆରମ୍ଭ ହେବାକୁ ଥିଲା । ହେଲେ ଏଥିରେ ବିଳମ୍ବ ହେଉଛି । ତେଣୁ ଶୀଘ୍ର ଟେଣ୍ଡର କରାଯାଇ କାମ ଆରମ୍ଭ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ସେ ଅୁନରୋଧ କରିଛନ୍ତି । ସେହିଭଳି ବରଗଡ଼ ଗାନ୍ଧୀ ଛକ ନିକଟରେ ଏକ ଫ୍ଲାଏଓଭର ନିତ୍ୟାନ୍ତ ଆବଶ୍ୟକ ବୋଲି କହିଛନ୍ତି ଶ୍ରୀ ପୁରୋହିତ । ଯାହାଫଳରେ ରାସ୍ତାର ସଙ୍କୁଚିତକୁ ହ୍ରାସ କରିବା ସହ ରାସ୍ତା ସଂଯୋଗୀକରଣକୁ ଆହୁରି ଉନ୍ନତି କରିପାରିବ ବୋଲି କହିଛନ୍ତି ଶ୍ରୀଯୁକ୍ତ ପୁରୋହିତ । ବରଗଡ଼ର ଗୋଡ଼ଭଙ୍ଗା ଓ ଗୁଲିପାଣି ଠାରେ ଫ୍ଲାଏଓଭର କାମ ଶେଷ ହୋଇଛି ।

ବିକାଶ ହସପିଟାଲ ଫ୍ଲାଏଓଭର ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ଜଣାଇଛନ୍ତି ସାଂସଦ । ଏସବୁ ଅଂଚଳରେ ଦୃତ ସହରୀକରଣ ଓ ଟ୍ରାଫିକ୍ ସମସ୍ୟା ଯୋଗୁଁ ଏହି ସବୁ ଜାତୀୟ ରାଜପଥର କାର୍ଯ୍ୟ ଶେଷ କରିବାକୁ ଅନୁରୋଧ କରିଛନ୍ତି ସାଂସଦ ଶ୍ରୀ ପୁରୋହିତ । ଏହାସହ ସର୍ଭିସ ରୋଡ ଉନ୍ନତି ଓ ଏହି ଅଂଚଳର ମୁଖ୍ୟ ରାସ୍ତାରେ ଉପଯୁକ୍ତ ଆଲୋକୀକରଣ ବ୍ୟବସ୍ଥା କରିବା ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ସେ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ଏସବୁର ବିକାଶ ହେଲେ ସଡ଼କ ସୁରକ୍ଷା ସହ ସାଧାରଣ ଲୋକଙ୍କ ଯାତାୟତରେ ଅନେକ ସୁବିଧା ହୋଇପାରିବ । ଭାରତୀୟ ସଡ଼କ ପରିବହନ କ୍ଷେତ୍ରର ବିକାଶ ଦିଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ସାଂସଦଙ୍କ ଦାବି ଓ ପ୍ରସ୍ତାବକୁ ପୂରଣ କରିବେ ବୋଲି ପ୍ରଦୀପ ପୁରୋହିତ ଆଶା ରଖିଛନ୍ତି ।
No Result
View All Result