No Result
View All Result
ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ ରେ ଥିବା ଜାକେଡା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ । ବିଦ୍ୟାଳୟର ହଷ୍ଟେଲ , ଶ୍ରେଣୀଗୃହ ବୁଲି ଦେଖିବା ସହ ସମସ୍ତ ସୁବିଧା ଅସୁବିଧା,

ଖାଦ୍ୟ ଆଦି ଉପରେ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ପଚାରି ବୁଝିଥିଲେ।ତତ୍ ସହିତ ଛାତ୍ର ଛାତ୍ରୀ ମାନେ କିପରି ସମସ୍ତ କ୍ଷେତ୍ରରେ ଅଗ୍ରସର ହେବେ ସେ ନେଇ ଆଲୋଚନା କରିବା ସହ ସୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ।ଜିଲ୍ଲାପାଳ ଙ୍କ ସହ ବିଡ଼ିଓ ଅମୃତ କୁମାର ରାଉଳ,ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


No Result
View All Result