No Result
View All Result
ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନ ଘୋର ନିବାସୀ ଧର୍ମପ୍ରାଣା ମହିଳା କେତକୀ ତ୍ରିପାଠୀ ୮୪ ବର୍ଷ ବୟସରେ ପରଲୋକ ଘଟିଛି । ସେ ଜଣେ ମିଷ୍ଟଭାଷୀ,ପରୋପକାରୀ,ତଥା ସ୍ନେହୀ ବ୍ୟକ୍ତିତ୍ୱ ଭାବରେ ସାଇ ପଡିଶା ତଥା ଅଂଚଳରେ ପରିଚିତ ଥିଲେ । ସ୍ବର୍ଗତ ସ୍ୱାମୀ ଆଦର୍ଶ ଶିକ୍ଷକ , ଲେଖକ ତଥା ସଂକୀର୍ତ୍ତନ ଗୁରୁ ଦିଲ୍ଲେଶ୍ବର ତ୍ରିପାଠୀଙ୍କ ପ୍ରେରଣାଦାତ୍ରୀ ଭାବେ ରହି ବାନ୍ଧନଘୋର ଠାରେ ନିଜ ଉଦ୍ୟମରେ ଭବ୍ୟ ଶ୍ରୀରାମ ମନ୍ଦିର ସ୍ଥାପନା କରିଛନ୍ତି ।
ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ମଳୟ,ପ୍ରଣୟ ,ଅବ୍ୟୟ,ସଞ୍ଜୟ,ମନ୍ମୟ ଓ ଶ୍ରୀମୟ ପତ୍ରବଧୂ ଜୟନ୍ତୀ, ବିଜୟିନୀ, ମଞ୍ଜୁଲତା,ନୀହାରିକା ,ରୀତା ତଥା ନାତି ନାତୁଣୀ,ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ତାଙ୍କୁ ଭଲ ପାଉଥିବା ଗ୍ରାମ ତଥା ଆଖପାଖର ବହୁ ବ୍ୟକ୍ତି ଓ ମହିଳା ଶବାଧାରରେ ଯୋଗ ଦେଇ ଅଶ୍ରୁଳ ବିଦାୟ ଦେଇ ଶେଷ ଦର୍ଶନ କରିଥିଲେ । ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ ହୋଇଥିବା ବେଳେ ଜ୍ୟେଷ୍ଠ ପୁତ୍ର ମଳୟ ଆନନ୍ଦ କୁମାର ତ୍ରିପାଠୀ ମୁଖାଗ୍ନି ଦେଇଥିଲେ ।
No Result
View All Result