No Result
View All Result
(ଓଡ଼ିଶା ତାଜା ନ୍ୟୁଜ୍) ବରଗଡ :- ରାଜ୍ଯ ସରକାରଙ୍କ ଦ୍ବାରା ପୁନର୍ଗଠିତ କେନ୍ଦୁପତ୍ର ଉନ୍ନୟନ ପରିଷଦ ( କେଏଲଡିବି ) ରେ ଜଣେ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ଯ ଭାବେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପଦ୍ମପୁର ଡିଭିଜନର ନେତା ଶ୍ରୀ କୋକିଲ ସାହୁଙ୍କୁ ରାଜ୍ଯ ସରକାର ମନୋନୀତ କରିଛନ୍ତି । ଓଡ଼ିଶାର ମାନ୍ଯବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ରାଜ୍ଯ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ,ଓଡ଼ିଶା ସରକାରଙ୍କ ମୁଖ୍ଯଶାସନ ସଚିବ,ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ସଦସ୍ଯ ଥିବା ବେଳେ ଜନ ପ୍ରତିନିଧି ସଦସ୍ଯ ଭାବେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଏହି କମିଟିର ସଦସ୍ଯ ଭାବେ ମନୋନୀତ ହୋଇଛନ୍ତି ।
କେନ୍ଦୁପତ୍ର ପିସିସିଏଫ୍ ପରିଷଦର ଆବାହକ ଥିବା ବେଳେ କେନ୍ଦୁପତ୍ର ତୋଳାଳୀ,ବନ୍ଧେଇ ଶ୍ରମିକ ସଂଘର ପ୍ରତିନିଧି,ସିଜିନାଲ କର୍ମଚାରୀ ସଦସ୍ଯଙ୍କୁ ନେଇ ଏହି ପରିଷଦ କୁ ରାଜ୍ଯ ସରକାର ଏବେ ପୁନର୍ଗଠିତ କରିଛନ୍ତି । ଶ୍ରୀ କୋକିଲ ସାହୁ ପଦ୍ମପୁର କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ପାଇକମାଲ ରେଞ୍ଜରେ ହେଡଚେକର ଭାବେ କାର୍ଯ୍ଯ କରୁଛନ୍ତି ।ସେ ଦୀର୍ଘ ବର୍ଷ ଧରି କେନ୍ଦୁପତ୍ର କର୍ମଚାରୀ ସଂଘ ସହ ଜଡିତ ଅଛନ୍ତି । ଶ୍ରୀ ସାହୁଙ୍କୁ ରାଜ୍ଯ ସରକାର କେନ୍ଦୁପତ୍ର ଉନ୍ନୟନ ପରିଷଦ କୁ ମନୋନୀତ କରିଥିବାରୁ ହେଡଚେକର ଶ୍ରୀ ଋଷବ ପ୍ରଧାନ, ସୁରେଶ ପଣ୍ତା,ମହେନ୍ଦ୍ର ପ୍ରଧାନ,ଚୁଡାମଣି ପାଣିଗ୍ରାହୀ,ରଙ୍କମଣି ହୋତା,ଡେଳେନ୍ଦ୍ର ସାହୁ ଆଦି ରାଜ୍ଯ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।
No Result
View All Result