ବାଙ୍କୀ ନଗର କଂଗ୍ରେସ ସଭାପତି କାଶିନାଥ ମହାପାତ୍ର, ଏନ୍.ଏ.ସି ଉପଦେଷ୍ଟା କ୍ଷେତ୍ରବାସୀ ଦାଶ, ଡମପଡ଼ା ବ୍ଲକ ସଭାପତି ଅସୀତ୍ ବରଣ ପଟ୍ଟନାୟକ, ଯୁବକଂଗ୍ରେସ ନେତା ଆଇନଜୀବୀ ବିଶ୍ୱରଞ୍ଜନ ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ପ୍ରତାପ ଚନ୍ଦ୍ର ମହାପାତ୍ର, ଡମପଡ଼ା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଶଶାଙ୍କ ଶେଖର ସ୍ୱାଇଁ, ବାଙ୍କୀ ବ୍ଲକ କଂଗ୍ରେସ ସଭାପତି ନରେଶ ଚନ୍ଦ୍ର ସାହୁ, ବାବୁଲି ଦଳେଇ , ରମାକାନ୍ତ ସେଠୀଙ୍କ ସମେତ ଏନ୍.ଏ.ସିର ସମସ୍ତ କଂଗ୍ରେସ କାଉନସିଲର ଉପସ୍ଥିତ ରହି ବାଙ୍କୀରେ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ବିଭିନ୍ନ ପ୍ରସ୍ଥାବ ଦେଇଥିଲେ । ଆଳିର ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା, କବି ରମାକାନ୍ତ ରଥ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ, ପୂର୍ବତନ ସରପଂଚ ରାଧାକାନ୍ତ ଦେବତା, ଡମପଡ଼ା ବ୍ଲକର କଂଗ୍ରେସ ଉପସଭାପତି ଜଗନ୍ନାଥ ମଲ୍ଲିକଙ୍କ ପରଲୋକରେ ଏକ ଶୋକ ସଭା କରାଯାଇ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । 
© 2023 Odisha Taza News.