No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ନିର୍ବାଚନ ମଣ୍ଡଳୀ କଂଗ୍ରେସକର୍ମୀମାନଙ୍କର ଏକ ସମ୍ମିଳନୀ ଅକ୍ଷୟପଟ୍ଟନାୟକ ମାର୍ଗସ୍ଥିତ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସର ବରିଷ୍ଠ ନେତା ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକଙ୍କ ସଭାପତିତ୍ୱରେ କଂଗ୍ରେସ କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇ ବାଙ୍କୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳ ସଂଗଠନକୁ ମଜବୁତ କରିବା ପାଇଁ ଆଲୋଚନା କରାଯାଇଥିଲା । ଓଡ଼ିଶା କଂଗ୍ରେସ ପକ୍ଷରୁ ବିଧାନ ସଭା ଘେରାଉ ନିମନ୍ତେ ବାଙ୍କରୀ କର୍ମୀମାନେ ଅଧିକ ସଂଖ୍ୟାରେ ଯୋଗଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ବାଙ୍କୀ ନଗର କଂଗ୍ରେସ ସଭାପତି କାଶିନାଥ ମହାପାତ୍ର, ଏନ୍.ଏ.ସି ଉପଦେଷ୍ଟା କ୍ଷେତ୍ରବାସୀ ଦାଶ, ଡମପଡ଼ା ବ୍ଲକ ସଭାପତି ଅସୀତ୍ ବରଣ ପଟ୍ଟନାୟକ, ଯୁବକଂଗ୍ରେସ ନେତା ଆଇନଜୀବୀ ବିଶ୍ୱରଞ୍ଜନ ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ପ୍ରତାପ ଚନ୍ଦ୍ର ମହାପାତ୍ର, ଡମପଡ଼ା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଶଶାଙ୍କ ଶେଖର ସ୍ୱାଇଁ, ବାଙ୍କୀ ବ୍ଲକ କଂଗ୍ରେସ ସଭାପତି ନରେଶ ଚନ୍ଦ୍ର ସାହୁ, ବାବୁଲି ଦଳେଇ , ରମାକାନ୍ତ ସେଠୀଙ୍କ ସମେତ ଏନ୍.ଏ.ସିର ସମସ୍ତ କଂଗ୍ରେସ କାଉନସିଲର ଉପସ୍ଥିତ ରହି ବାଙ୍କୀରେ କଂଗ୍ରେସ ସଂଗଠନକୁ ମଜବୁତ କରିବା ପାଇଁ ବିଭିନ୍ନ ପ୍ରସ୍ଥାବ ଦେଇଥିଲେ । ଆଳିର ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା, କବି ରମାକାନ୍ତ ରଥ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ, ପୂର୍ବତନ ସରପଂଚ ରାଧାକାନ୍ତ ଦେବତା, ଡମପଡ଼ା ବ୍ଲକର କଂଗ୍ରେସ ଉପସଭାପତି ଜଗନ୍ନାଥ ମଲ୍ଲିକଙ୍କ ପରଲୋକରେ ଏକ ଶୋକ ସଭା କରାଯାଇ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । 
No Result
View All Result