ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନଖରା :- ଭୁବନେଶ୍ୱର ମହାନଗର ନିଗମ ନଖରା ସ୍ଥିତ ଖାରବେଳ ଉନ୍ନୟନ ପରିଷଦ ପକ୍ଷରୁ ରବିବାର ସନ୍ଧ୍ୟାରେ ପଞ୍ଚମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଖାରବେଳ ଉନ୍ନୟନ ପରିଷଦର ସଭାପତି ମନୋଜ ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ବାର୍ଷିକ ଉତ୍ସବରେ ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ଲେଖକ ଗୌରହରି ଦାସ ମୁଖ୍ୟ ଅତିଥି ,

ବିଶିଷ୍ଟ ବ୍ୟଙ୍ଗ ହାସ୍ୟ କବି ଞାନ ହୋତା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଲେ ଯେ , ଗାଁ ଛାଡ଼ି ଆସି ଏହି ଖାରବେଳ ଇଷ୍ଟେଟରେ ଯେଉଁମାନେ ଘର କରି ରହୁଛନ୍ତି ସେମାନେ ଭାଇକୁ ଛାଡ଼ି ପଡୋଶୀଙ୍କୁ ଭାଇଠାରୁ ଅଧିକ ଭଲ ପାଉଛନ୍ତି । ଯାହା ଫଳରେ ପରସ୍ପର ମଧ୍ୟରେ ଭାଇ ପଣିଆ ସୃଷ୍ଟି ହୋଇପାରିଛ ।

ସମସ୍ତେ ମିଳିମିଶି ବିଭିନ୍ନ ପର୍ବ ପର୍ବାଣୀ ଏହି ଠାରେ ପାଳନ କରୁଛନ୍ତି । ଏଠାରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ଯେମିତି ଗୋଟିଏ ଗ୍ରାମର ଲୋକ ଭଳି ଜଣାପଡୁଛି । ଏହିଭଳି ସଂପର୍କ ପରସ୍ପରଙ୍କ ମଧ୍ୟରେ ରହିଲେ ଏହି ପରିଷଦ ଆଗକୁ ଆହୁରି ଅଧିକ ସୁଦୃଢ ହୋଇପାରିବ ଵୋଲି ଅତିଥି ମାନେ କହିଥିଲେ ।

ଏହି ଉତ୍ସବରେ ଅତିଥି ମାନେ ଚିତ୍ରାଙ୍କନ , ନୃତ୍ୟ, ମୁରୁଜ ପକାଇବା, ଆଦି ବିଭିନ୍ନ ପ୍ରତି ଯୋଗିତାରେ ଅଂଶଗ୍ରହଣ କରିଥିବା ମହିଳା ଏବଂ ପିଲାମାନଙ୍କୁ ଅତିଥି ମାନେ ପୁରଷ୍କାର ପ୍ରଦାନ କରିଥିଲେ ।

ସଂପାଦକ ଡ଼ଃ ଲକ୍ଷ୍ମୀଧର ବାରିକ , ସହ ସଂପାଦକ କୃପା ସିନ୍ଧୁ ଜେନା , ଉପ ସଭାପତି ସଞିବ ମହାନ୍ତି ପ୍ରମୁଖ ପରିଷଦର ସମସ୍ତ ସଦସ୍ୟ ଏବଂ ମହିଳା ମାନେ ସହଯୋଗ କରିଥିଲେ ।