No Result
View All Result
ଟିକାବାଲି (ଓଡ଼ିଶା ତାଜା ନ୍ୟୁଜ୍) :- ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପାବୁରିଆ ଗ୍ରାମ ପଞ୍ଚାୟତ ଠାରେ , ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଏବଂ ବି.ଏନ.ଆାଇ. ବାଙ୍ଗାଲୋର ର ମିଳିତ ସହଯୋଗ ରେ ଟିକାବାଲି, କେ.ନୂଆଗାଁ ଏବଂ ଫିରିଙ୍ଗିଆ ବ୍ଲକ୍ ର ଦଣ୍ଡଥଳ ର ଅଧିକାରୀ, ପାଟଭୋକ୍ତା ଏବଂ ବୀଣାକାର ମାନଙ୍କୁ ନେଇ ଏକଦିବସୀୟ “ମାନସିକ ସ୍ୱାସ୍ଥ୍ୟ ସଚେତନତା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ରେ ଦଣ୍ଡଥଳ ଲୋକକଳା ର ଭୂମିକା ଶୀର୍ଷକ ଆଲୋଚନା ଚକ୍ର ରେ ସ୍ୱାତୀ ଅନୁଷ୍ଠାନ ର ପ୍ରଦୀପ୍ ସ୍ୱାଇଁ, ଛବି ଏବଂ ଲେଖା ମାଧ୍ୟମ ରେ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଲକ୍ଷ୍ୟ ,
ଉଧେଶ୍ୟ , ମାନସିକ ରୋଗ ର ଲକ୍ଷଣ, ରୋଗ ପ୍ରତି ପରିବାର ଓ ସମାଜରେ ଥିବା ଭ୍ରାନ୍ତ ଧାରଣା , ଅସୁସ୍ଥ ବ୍ୟକ୍ତି ପ୍ରତି ରହୁଥିବା ଘୃଣା ଓ ଭେଦଭାବ , ଏବଂ ଚିକିତ୍ସା ବିଷୟ ରେ ପୁଂଙ୍ଖାନୁପୁଂଙ୍ଖ ଭାବରେ ସମସ୍ତ ଙ୍କୁ ଅବଗତ କରାଇଥିଲେ ।ଦଣ୍ଡଥଳ ର ମୁଖ୍ୟ ଭୂମିକା ରେ ଥିବା ଅଧିକାରୀ ଓ ବୀଣାକାର ମାନଙ୍କ ଭୂମିକା ଏବଂ ଦାଇତ୍ୱ ଉପରେ ଆଲୋଚନା କରାଯାଇ , କିଭଳି ଭାବରେ ରୋଗ ର ବିଭିନ୍ନ ଲକ୍ଷଣ, ଅନ୍ଧ ବିଶ୍ୱାସ, ଚିକିତ୍ସା, ନିୟମିତ ଔଷଧ ସେବନ,
ଯତ୍ନକାରୀ ଓ ପରିବାର ମାନଙ୍କ ଭୂମିକା ଏବଂ ସମାଜ ର ଭୂମିକା ଉପରେ ଗୀତଭାଙ୍ଗି ଦଣ୍ଡନାଚ ମାଧ୍ୟ୍ୟମ ରେ ଆଗାମୀ ଦିନରେ ହେବାକୁ ଯାଉଥିବା ପବିତ୍ର ଦଣ୍ଡଯାତ୍ରା ରେ ଜନସାଧାରଣ ମାନଙ୍କୁ ସଚେତନତା ବାର୍ତ୍ତା ଦିଆଯାଇ ପାରିବ , ସେ ବିଷୟରେ ସମସ୍ତେ ଆଲୋଚନା କରିଥିଲେ ଏବଂ ଏକମତ ହୋଇଥିଲେ ।
ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ପ୍ରକଳ୍ପ ସଂଯୋଜକ ଗିରିଶ ଚନ୍ଦ୍ର ସାମଲ ପରିଚାଳନା କରିଥିବା ବେଳେ , ଆଇ.ଟି.ଡି.ଏ ବ୍ଲକ୍ ଜୀବନଜିବୀକା ବିଶେଷଜ୍ଞ ରୋହିମୁଦ୍ ନାୟକ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।ଆଲୋକ ସାମନ୍ତରାୟ, ଦୀପେଶ ମହାକୁଡ , ସ୍ୱଧର୍ମ ରାଉତ, ରାଧାନାଥ ପଣ୍ଡା , ଫିଲିମିନା ପ୍ରଧାନ ଏବଂ ଲିପିମା ଦିଗାଲ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ ।
No Result
View All Result