No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଭାଗବତ ର ଅର୍ଥ ହେଉଛି ଭା ‘ ରେ ଭାବ, ଗ ‘ ରେ ଜ୍ଞାନ, ଵ ‘ ରେ ବ୍ରହ୍ମ ଦର୍ଶନ, ତ ‘ ରେ ତତ୍ୱ l ଭାଗବତ ହେଉଛି ବେଦର ସାର, ପରମ ଶାସ୍ତ୍ର ଏବଂ ଅଷ୍ଟାଦଶ ପୁରାଣର ସାର ତତ୍ୱ l ଆଉ ମଧ୍ୟ ଭାଗବତ ହେଉଛି ଭାବ, ଭକ୍ତି, ପ୍ରେମ, ଜ୍ଞାନ, ଓ ବୈରାଗ୍ୟର ମୂଳମନ୍ତ୍ର l ଏହାକୁ ପଠନ, ଶ୍ରବଣ ଓ ମନନ କଲେ ଜୀବ ସହଜରେ ମୁକ୍ତି ଲାଭ କରେବୋଲି ବିରିଡି ବ୍ଲକ ଅନ୍ତର୍ଗତ ହଳଦିଆପଡା (ନୂଆଗାଁ )ଗ୍ରାମର ଭାଗବତ ଘର ପ୍ରାଙ୍ଗଣରେ
ଗ୍ରାମବାସୀ ମାନଙ୍କ ପକ୍ଷରୁ ସାତ ଦିନ ବ୍ୟାପି ଚାଲିଥିବା ଶ୍ରୀମଦ ଭାଗବତ କଥା ମୃତ ପ୍ରବଚନରେ ଜଗତସିଂହପୁର ସରାମ୍ବ ମଠ ର ସ୍ୱାମୀ ଗୋକୁଳାନନ୍ଦ ସରସ୍ବତୀ ମହାରାଜ କହିଛନ୍ତି l ଗତ ରବିବାର ଠାରୁ ଶ୍ରୀମଦ ଭାଗବତ କଥା ମୃତ ଆରମ୍ଭହୋଇ ଶନିବାର ଶେଷ ହୋଇଥିଲା l ଏହି ପରି ପ୍ରେକ୍ଷୀରେ ଦୁଇ ଦିନ ହେବ ପଣ୍ଡିତ ବାଦଲ ମିଶ୍ର ଶର୍ମା ଓ ଚଗଲା ବାବା ଉପସ୍ଥିତ ଥିଲେ l ଏହି ପ୍ରବଚନ ଶ୍ରବଣ ଲାଗି ବହୁ ଭକ୍ତ, ଭାଗତ ପ୍ରେମୀ ମା ମାନେ ଉପସ୍ଥିତ ଥିଲେ l
ଗ୍ରାମର ସୁବ୍ରତ କୁମାର ରାଉତ, ବେଣୁ ଧର ରାଉତ, ଶକ୍ତି ରଞ୍ଜନ ସାହୁ, ପ୍ରକାଶ ସାହୁ, ପ୍ରଦୀପ ସାହୁ, ସୁଧାଂଶୁ ଶେଖର ରାଉତ, ମୃତ୍ୟୁଞ୍ଜୟ ରାଉତ, ସିପୁନ ରାଉତ, ସରୋଜ ଓଝା, ଶ୍ରୀକାନ୍ତ ଓଝା, ଦିଲ୍ଲୀପ ଓଝା, ସମ୍ପଦ ସାହୁ, ଜଗନାଥ ରାଉତ ପ୍ରମୁଖ ବହୁ ଯୁବକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିଲେ l ଶନିବାର ରାତ୍ରରେ ଅଷ୍ଟମ ପ୍ରହର ନାମ ଯଜ୍ଞ ଆରମ୍ଭ ହୋଇ ଥିଲା l

No Result
View All Result