ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ଉପଖଣ୍ଡ ମା’ଚର୍ଚ୍ଚିକା କଳାନିକେତନ ଚିତ୍ରକର ସଂଘ ତରଫରୁ ଆସନ୍ତା ୨୭ତାରିଖରେ ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ସଂଘର ବିଧାନ ସଭା ଘେରାଉ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବାଙ୍କୀ ଟାଉନସ୍ଥିତ କଳା, ସାହିତ୍ୟ ଓ ସଂସ୍କୃତି ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସାଧାରଣ ସଂପାଦକ ରଂଜନ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଚିତ୍ରଶିଳ୍ପୀ ମାନଙ୍କ ପ୍ରତି ସରକାରଙ୍କ ଉଦାସୀନତା ମନୋଭାବ ଓ ଚିତ୍ରଶିଳ୍ପୀମାନଙ୍କୁ ସମାଜର ମୁଖ୍ୟ ଶ୍ରୋତରେ ସାମିଲ୍ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ବିଭିନ୍ନ ଦାବୀ ସଂପର୍କରେ ଆଲୋଚନା କରାଯାଇଥିଲା ।
ଉକ୍ତ ବୈଠକରେ ବାଙ୍କୀ ଅଞ୍ଚଳର ଅନେକ ଚିତ୍ରଶିଳ୍ପୀମାନେ ଉପସ୍ଥିତ ରହି ନିଜର ମତ ପ୍ରକାଶ କରିଥିଲେ । ତତ୍ସହିତ ଆଗାମୀ ୨୭ତାରିଖରେ ବିଧାନ ସଭା ଘେରାଉକୁ ସଫଳ କରିବା ପାଇଁ ସଂଘ ପକ୍ଷରୁ ସମସ୍ତଙ୍କ ସହଯୋଗ ଲୋଡାଯାଇଥିଲା । ଏଥିରେ ସଂଘର ସଭାପତି ପ୍ରଭାତ ନାୟକ, ଦେବରାଜ ବେହେରା, ସଂପାଦକ ତଥା ରାଜ୍ୟ କମିଟି ସଦସ୍ୟ ବିଷ୍ଣୁପ୍ରସାଦ ମହାରଣା, ଶ୍ରୀନିବାସ ସେନାପତି, ବିରେନ୍ଦ୍ର ରଣା, ପ୍ରକାଶ ପରିଡା, ହାଡିବନ୍ଧୁ ସାମଳ, ବାପୁଜୀ ପୃଷ୍ଟିଙ୍କ ସମେତ ଅନେକ ଚିତ୍ରଶିଳ୍ପୀ ଏଥିରେ ଯୋଗଦେଇଥିଲେ ।