ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅଗଷ୍ଟ ଶନିବାର ) ବରଗଡ଼ :– ତେବେ ହୀରାକୁଦରୁ ଆସୁଥିବା ଏହି ବନ୍ୟାଜଳ ମୁଣ୍ଡଳିରେ ପହଞ୍ଚିବାକୁ କେତେ ଘଣ୍ଟା ଲାଗିଥାଏ ? କେଉଁ କେଉଁ ବାଟ ଦେଇ ହୀରାକୁଦର ବନ୍ୟା ଜଳ ମହାନଦୀର ତଳମୁଣ୍ଡକୁ ପହଞ୍ଚେହୀରାକୁଦରୁ ବନ୍ୟା ଜଳ ନିଷ୍କାସିତ ହେବା ପରେ ଏହା ଖଇରମାଳ, ବରମୂଳ ଓ ମୁଣ୍ଡଳୀ ଦେଇ ମହାନଦୀର ତଳମୁଣ୍ଡରେ ପହଞ୍ଚିଥାଏ । ପ୍ରଥମେ ହୀରାକୁଦରୁ ଜଳ ନିଷ୍କାସିତ ହେବା ପରେ ବନ୍ୟାଜଳ ୧୧୫ କିଲୋମିଟର ଦୂର ଖଇରମାଳରେ ପହଞ୍ଚିଥାଏ ।
ଏଥିପାଇଁ ପ୍ରାୟତଃ ୧୨ରୁ ୧୮ ଘଣ୍ଟା ଲାଗିଥାଏସେହିପରି ଖଇରମାଳରେ ବନ୍ୟାଜଳ ପହଞ୍ଚିବା ପରେ ସେଠାରୁ ପ୍ରାୟ ୧୦୬ କିଲୋମିଟର ଦୂର ବରମୂଳକୁ ଆସିବାକୁ ଆଉ ୧୨ରୁ ୧୬ ଘଣ୍ଟା ସମୟ ଲାଗିଥାଏ । ଏହାପରେ ବନ୍ୟାଜଳ ବରମୂଳରୁ ଆସି ମୁଣ୍ଡଳୀରେ ପହଞ୍ଚିଥାଏ । ଏଥିପାଇଁ ମଧ୍ୟ ପାଖାପାଖି ୧୨ ଘଣ୍ଟା ସମୟ ଲାଗିଥାଏ । ଏହିପରି ଭାବେ ହୀରାକୁଦରୁ ବନ୍ୟାଜଳ ଆସି ମୁଣ୍ଡଳୀରେ ପହଞ୍ଚିଥାଏ। ଏଥିପାଇଁ ପାଖାପାଖି ୩୬ ଘଣ୍ଟା ସମୟ ଲାଗିଥାଏ ।














