No Result
View All Result
୨୦ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ଼ :- ସ୍ଥାନୀୟ ଲାଠିପଡ଼ା ସ୍ଥିତ ମଡେଲ ଡିଗ୍ରୀ କଲେଜ, ନୟାଗଡ଼ର ନୃତତ୍ତ୍ବ ବିଜ୍ଞାନ ଓ ରାଜନୀତି ବିଜ୍ଞାନ ବିଭାଗର ମିଳିତ ଆନୁକୂଲ୍ୟରେ ବହୁଭାଷୀ ସମାଜରେ ପ୍ରଚଳିତ ଭାଷାର ପରିଚୟ ଓ ଶକ୍ତି ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସଭା କାର୍ଯ୍ୟରେ ୟୁନେସ୍କୋ ଭାଷା ପ୍ରଣୟନ ବିଭାଗ ବିଶେଷଜ୍ଞ ଡକ୍ଟର ସୁଶ୍ରୀ ସଙ୍ଗୀତା ମହାନ୍ତି ଯୋଗ ଦେଇ ପ୍ରଚଳିତ ଭାଷାର ଆବଶ୍ୟକତା ଏବଂ ଜନଜାତି ବ୍ୟବହୃତ ଭାଷା ବିଲୋପ ହେବା ସ୍ଥିତିରେ ପହଞ୍ଚୁଥିବା କାରଣ ବଶତଃ ଏଗୁଡ଼ିକର ସଂରକ୍ଷଣର ଆବଶ୍ୟକତା ଦିଗରେ ଆଲୋକପାତ କରିଥିଲେ।
ବିଶେଷ ଭାବେ ଭାଷାର ଉନ୍ନତି ସାମଗ୍ରିକ ଭାବେ କୌଣସି ଗୋଷ୍ଠୀର ସାମର୍ଥ୍ୟ ଓ ଦୃଢ଼ ଶକ୍ତିକୁ ପ୍ରତିପାଦିତ କରିଥାଏ, ଯାହାକି ଆନ୍ତର୍ଜାତିକ ସ୍ତରରେ ୟୁନେସ୍କୋ ତରଫରୁ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଉଛି। ନୃତତ୍ତ୍ବ ବିଜ୍ଞାନ ବିଭାଗ ମୁଖ୍ୟ ଡକ୍ଟର ଅପରାଜିତା ମିଶ୍ର ଓ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଡକ୍ଟର ଜୟରାମ ସିଂହ ସାମଲ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଯୁକ୍ତ ତିନି ଦ୍ବିତୀୟ ବର୍ଷ ଛାତ୍ରୀ ସ୍ମୃତିପ୍ରଭା ନନ୍ଦ ସଭାକାର୍ଯ୍ୟ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଭାରେ ଶତାଧିକ ଛାତ୍ରଛାତ୍ରୀଙ୍କ ସହ ଡକ୍ଟର ଜ୍ୟୋତ୍ସ୍ନାରାଣୀ କର, ଦୀପିକା ରାଣୀ ତୁରୁକ, ମଧୁସ୍ମିତା ମହାପାତ୍ର, ପ୍ରଜ୍ଞାନ୍ସ ରଞ୍ଜନ ସାହୁ, ଆକାଂକ୍ଷା ରଥ, ପ୍ରସାଦ କୁମାର ବେହେରା, ମନୋରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

No Result
View All Result