No Result
View All Result
୨୦ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବେଲପଡା :- ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ବିଛୁବାହାଲି ଗ୍ରାମରେ ଦେଖିବାକୁ ମିଳୁଛି ଶ୍ରୀ ରାଧା କୃଷ୍ଣ ମନ୍ଦିର ଛକ ରୁ ଗୌନ୍ତିଆ ପଡାକୁ ଯିବା ରାସ୍ତା ର ଦୃଶ୍ୟ l ପୋଷ୍ଟ ଅଫିସ ସମ୍ମୁଖରେ ପାଣି ଜମା ହେଉଛି I ଡ୍ରେନ ନାହିଁ ପାଣି ନିଷ୍କାସନ ହୋଇପାରୁ ନାହିଁ I ତଥା ବାଇକ, ସାଇକେଲ, ସ୍କୁଟି ଚଲା ଚଳ କରୁଥିବା ହେତୁ ଉକ୍ତ ସ୍ଥାନଟି ଆହୁରି ଖରାପ ହୋଇଯିବା ଆସିବାରେ ଦୁର୍ଘଟଣା ହେବାର ସମ୍ଭାବନା ସୃଷ୍ଟି କରୁଛି I
ଏହି ସ୍ଥାନକୁ ବାଇକ ରେ ପାର ହେବାକୁ ହେଲେ ମଦୁଆ ଯେଭଳି ହଲି ଝୁଲି ଡ୍ୟାନ୍ସ କଲା ଭଲି ଯାଇଥାଏ, ଠିକ ସେହି ଭଲି ବାଇକ ଚାଳକ ମାନେ ଯାଉଥିବା ଦେଖିବାକୁ ମିଳିଛି I ଏଠାରେ ଦୁର୍ଘଟଣା ର ସମ୍ମୁଖୀନ ହେଉଥିବା ନଜିର ରହିଛି I ବିଶେଷ କରି ସାଇକେଲ ଓ ସ୍କୁଟି ରେ ଆସୁଥିବା ସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନେ ଏହି ସ୍ଥାନ ପାର ହେବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଏଥି ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣ ରେ ଦାବୀ ହେଉଛି I
No Result
View All Result