No Result
View All Result
୧୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନାଚୁଣୀ :- ମଞ୍ଚ କଳାକାର ତଥା ସଙ୍ଗୀତ ଶିଳ୍ପୀ ପ୍ରକାଶ ଚନ୍ଦ୍ର ଭଟ୍ଟ ଙ୍କ ଅକାଳ ବିୟୋଗ ଜନିତ ଦ୍ଵାଦଶାହ ସ୍ମୃତି ଚାରଣ ସଭା ତାଙ୍କର ଚିଲିକା ବ୍ଲକ ଅନ୍ତର୍ଗତ ଵଉଳାଵନ୍ଧ ଗ୍ରାମ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ନାଚୁଣୀ ର ପ୍ରଗତି ଶୀଳ ନାଟ୍ୟ ଅନୁଷ୍ଠାନ ଭୂମିକା ପକ୍ଷରୁ ଆୟୋଜିତ ଏହି ସ୍ମୃତି ସଭାରେ ଵଉଳାଵନ୍ଧ ଗ୍ରାମ ପଞ୍ଚାୟତ ର ପୂର୍ଵତନ ସରପଞ୍ଚ ଦେବାଶିଷ ରଥ ସଭାପତିତ୍ବ କରିଥିଲେ। ପ୍ରାରମ୍ଭରେ ସ୍ଵର୍ଗତ ପ୍ରକାଶ ଚନ୍ଦ୍ର ଭଟ୍ଟ ଙ୍କ ଫଟୋ ଚିତ୍ର ରେ ଶ୍ରଦ୍ଧାଳୁ ମାନଙ୍କ ଦ୍ବାରା ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ଦିବଂଗତ ଆତ୍ମା ର ସଦ୍ ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ବିଶିଷ୍ଟ ପାଲା ଗାୟକ ଗୈ।ରୀଶଙ୍କର ରଥ ଶର୍ମା ଵେଦ ପାଠ କରିଥିଲେ। ଭୂମିକା ର ସଭାପତି ସତ୍ୟନାରାୟଣ ସାମନ୍ତରାୟ, ସାମ୍ବାଦିକ ଦିଲ୍ଲୀପ କୁମାର ଶତପଥୀ, ସଙ୍ଗୀତ ଜ୍ଞ ଗୈ।ରାଙ୍ଗ ଚରଣ ମୁଦୁଲି, ଅଭିନେତା ଦିଲ୍ଲୀପ କୁମାର ଦାଶ, ଅବସରପ୍ରାପ୍ତ ଶିକ୍ଷକ ହାଡିବନ୍ଧୁ ପତି, ବିଶିଷ୍ଟ ସମାଜସେବୀ ମକରଧ୍ବଜ ପଲେଇ, ପ୍ରଧାନ ଶିକ୍ଷକ ହିମାଂଶୁ ଭୂଷଣ ପତି,

ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ପ୍ରମୁଖ ସ୍ଵର୍ଗତ ପ୍ରକାଶ ଚନ୍ଦ୍ର ଭଟ୍ଟ ଙ୍କ ର କଳାକାର ସୁଲଭ ଗୁଣ, ନମ୍ରତା,ଓ ଅମାୟିକ ବ୍ୟକ୍ତିତ୍ଵ ଉପରେ ଆଲୋକପାତ କରିଥିଲେ। ସଙ୍ଗୀତଜ୍ଞ ଅଜିତ କୁମାର ମିଶ୍ର ଙ୍କ ତତ୍ତ୍ଵାବଧାନରେ ବହୁ କଣ୍ଠଶିଳ୍ପୀ ଆବେଗ ପୂର୍ଣ୍ଣ ଭକ୍ତି ସଙ୍ଗୀତ ପରିବେଷଣ କରି ଥିଲେ। ଅଧ୍ୟାପକ ପ୍ରଦୀପ କୁମାର ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ।
No Result
View All Result