No Result
View All Result
★ ପଥଭ୍ରଷ୍ଟ ପଥପାର୍ଶ୍ବ ବନୀକରଣ
★ ଲଗାଇଥିବା ଗଛକୁ କାଟିଦେଲ ବନଖଣ୍ତ କାର୍ଯ୍ୟାଳୟର ଡ଼ିଇଓ ।
★ ରକ୍ଷକ ସାଜିଲା ଭକ୍ଷକ
୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଦଶପଲ୍ଲା :- ପ୍ରତିବର୍ଷ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ବନବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ,ଲଗାଇଥିବା ଗଛକୁ କାଟିଦେଲେ ବନଖଣ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ଡ଼ାଟା ଏଣ୍ଟ୍ରି ଅପେରଟର୍ (ଡ଼ିଇଓ) ଗୀତାଦେଓ । ଦଶପଲ୍ଲା ବନାଞ୍ଚଳ ସଦର ସେକ୍ସନର ଖମାରସାହି ଠାରେ ହୋଇଥିବା ପଥପାର୍ଶ୍ବ ବନୀକରଣ କାର୍ଯ୍ୟରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଗତ ରବିବାର ଦିନ ନିଜେ ଡ଼ିଇଓ ଏସବୁ ଗଛ କାଟୁଥିବା ନେଇ ସ୍ଥାନୀୟ ଅଧିବାସୀ ଫଟୋ ଉଠାଇବା ସହ ଅଭିଯାଗ ଆଣିଛନ୍ତି । ୩ଟି ଆମ୍ବଗଛ ସହ ଗୋଟିଏ ଚାକୁଣ୍ତା ଗଛ କଟାଯାଇଥିବା ଅଭିେଯାଗ ହୋଉଛି । ତେବେ ସୂଚନା ଥାଉକି , ଏହି ବନୀକରଣ ୪/୫ ବର୍ଷ ଡ଼ଳେ ହୋଇଥିବା ବେଳେ ,ଗଛର ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ଲକ୍ଷଲକ୍ଷ ଟଙ୍କା ବିନିଯୋଗ କରାଯାଇଛି ।
ଏ ସମ୍ପର୍କରେ ଡ଼ିଇଓ ଗୀତା ଦେଓଙ୍କୁ ପଚାରିବାରୁ ଏସବୁ ଗଛ ମୋ ଜମିରେ ରହିଥିଲା। ଏସବୁ ପଥପାର୍ଶ୍ବ ବନୀକରଣ ବୋଲି ମୁଁ ଜାଣିନି । ତେଣୁ ମୁଁ ନ ଜାଣି କାଟିଦେଇଥିବା ସେ ସ୍ବୀକାର କରିଛନ୍ତି। ଚେବେ ଏଠି ପ୍ରଶ୍ନ ଉଠୁଛି , ପଣ୍ଡିତ ପୁଅ ମାଂକଡ ମାଇଲେ କତ ଦୋଷନାହିଁ ?
No Result
View All Result