ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅଗଷ୍ଟ ଶନିବାର ) ଢେଙ୍କାନାଳ :– ଜିଲ୍ଲାରେ ଆଜି ୯୪ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ୧୯ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନ ଏନ୍ ଏ ସି ରୁ ୩୩ ଜଣ ଚିହ୍ନଟ ହୋଇଥିବାବେଳେ ବ୍ଲକର ୩୨ ଚିହ୍ନଟ ମଧ୍ୟରୁ ମାଣିପୁରରୁ ୧୦, ମାର୍ଥାପୁରରୁ ୭, ଗୋବିନ୍ଦପୁରରୁ ୪, ଜିନେଇଲୋରୁ ୪, ରେଣ୍ଡାପାଟଣା ୩,ସୁରପ୍ରତାପ ପୁର, ଭୁଷଳ,ଜମୁନାକୋଟ୍ ଓ ଗୋରଡିଆରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।ପରଜଙ୍ଗ ବ୍ଲକ ସାଆନ୍ଦାରୁ ୧୦,କୁମୁସୀରୁ ୩ ଏବଂ ପରଜଙ୍ଗରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳ ମୁନସିପାଲଟିରେ ୯ ଚିହ୍ନଟ ମଧ୍ୟରୁ ଖମାର ସାହିରୁ ୫, ଟାଉନ୍ ପ୍ଲାନିଙ୍ଗ୍ ୩
ଏବଂ ରାଧାକୃଷ୍ଣ ବଜାରରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସଦର ବ୍ଲକ ମଙ୍ଗଳପୁର ଗ୍ରାମରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୬ ଜଣ ହୋମ୍ କ୍ଵାରେଣ୍ଟାଇନରୁ,୧୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୯ ଜଣ ସ୍ଥାନୀୟ ଆଣ୍ଟିଜେନ୍ ଟେଷ୍ଟ୍ ଦ୍ଵାରା ଚିହ୍ନଟ ହୋଇଥିବାବେଳେ ୫ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆଜି ଆଉ ୧୯ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୧୫୧୧ ଆକ୍ରାନ୍ତ ଥିବାବେଳେ ୧୦୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୮୪ ଜଣ ଚିକିତ୍ସାଧୀନ ଥିବା ବେଳେ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତିି । (ରିପୋର୍ଟ / ଅମର ରଞ୍ଜନ ଦାସ)














