• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଅନଲାଇନ ଶିକ୍ଷାର ବାସ୍ତବ ଚିତ୍ର !!

Proprietor Abhimanyu Maharana by Proprietor Abhimanyu Maharana
August 29, 2020
in Uncategorized, ଓଡ଼ିଶା, ଦେଶ, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ଅନଲାଇନ ଶିକ୍ଷାର ବାସ୍ତବ ଚିତ୍ର !!
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅଗଷ୍ଟ ଶନିବାର ) ଭୁବନେଶ୍ୱର :– ସମ୍ପ୍ରତି ମହାମାରୀ କରୋନା ସାରା ବିଶ୍ୱରେ ତାର କାୟା ବିସ୍ତାର କରିଚାଲିଛି । ଏହି ସଂକ୍ରମଣ ହାର ଜୁନ୍ ମାସରୁ ହୁ ହୁ ହୋଇ ବଢିଚାଲିଥିବା ବେଳେ ଜୁଲାଇ ମାସ ଆରମ୍ଭରୁ କରୋନା ମହାସଂକ୍ରମଣ ମୁହାଁ ହୋଇଛି । ଅଦ୍ୟାବଧି ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୨୦୯, ୯୩୪ଥିବା ବେଳେ ମୃତକଙ୍କ ସଂଖ୍ୟା ୮,୨୬,୫୫୯ରେ ପହିଛି । ସେହିପରି ଆମ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୩୪,୪୭୪ଓ ମୃତକଙ୍କ ସଂଖ୍ୟା ୫୯,୪୪୯ ଏବଂ ଆମ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୬୦୨ଥିବା ବେଳେ ମୃତକଙ୍କ ସଂଖ୍ୟା ୪୪୧ + (ଅନ୍ୟ ରୋଗ ୫୩)ରେ ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସତର୍କତା ସ୍ବାବ୍ ସଂକ୍ରମଣ ହାର ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଜୁଲାଇ ମାସର ପ୍ରଥମ ୧୦ ଦିନରେ ଆମ ରାଜ୍ୟରେ କରୋନା ଜନିତ ମୃତ୍ୟୁ ୩୬ରେ ପହିଛି ।

କରୋନା ସିଧାସଳଖ ଭାବେ ମଣିଷ ଜୀବନ ସହିତ ଜଡିତ ଥିବାରୁ ଏହା ତାର ଜୀବିକା ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଇଛି । ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ମାନ୍ଦା ଅବସ୍ଥା ଦେଖା ଦେଇଛି । ବିଶେଷ କରି ଶିକ୍ଷା ବ୍ୟବସ୍ଥା ଉପରେ ଏହାର ପ୍ରଭବ ବେଶ୍ ଅନୁଭୂତ ହେଉଛି । କୋଭିଡ-୧୯ପାଇଁ ସ୍କୁଲ ବନ୍ଦ ଥିବାରୁ ପିଲାଙ୍କ ପାଠପଢା ମାର୍ଚ୍ଚ ମାସରୁ ଏ ପର୍ଯ୍ୟନ୍ତ ପ୍ରଭାବିତ ହୋଇଛି । ନାଁ ଶିକ୍ଷକ ସ୍କୁଲ ଆସିପାରୁଛନ୍ତି ନାଁ ପିଲା । ସେହିପରି କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲାଥିଲେବି ଛାତ୍ରଛାତ୍ରୀ ଆସୁନାହାଁନ୍ତି ।କରୋନା ଜନିତ ସ୍ଥିତି ଯୋଗୁଁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନରେ ପାଠପଢା ବନ୍ଦ ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାର ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅନ୍‌ଲାଇନ ପାଠପଢାର ବ୍ୟବସ୍ଥା କରିଛନ୍ତି । ତେବେ ସରକାରୀ ବିଦ୍ୟାଳୟରେ ଅନ୍‌ଲାଇନ ସବୁ ଛାତ୍ରଛାତ୍ରୀଙ୍କ ପାଖରେ ପହିପାରୁନାହିଁ । ସୂଚନାଯୋଗ୍ୟ ଯେ, ରାଜ୍ୟରେ ସରକାରୀ ବିଦ୍ୟାଳୟ ଗୁଡିକରେ ପଢୁଥିବା ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ୨୨ଲକ୍ଷ ପିଲା ଅନ୍‌ଲାଇନରେ ପଢୁଛନ୍ତି ।

ଖାଲି ସେତିକି ନୁହେଁ କେବଳ ହ୍ୱାଟସ୍‌ଅପ ଗ୍ରୁପ୍ ପ୍ରସ୍ତୁତ ହୋଇଛି ସତ ତାହା ପର୍ଯ୍ୟାପ୍ତ ନୁହେଁ । କେବଳ ଖୋର୍ଦ୍ଧା ଓ ବରଗଡ ଜିଲ୍ଲାକୁ ଛାଡିଦେଳେ ଆଉ କୈାଣସି ଜିଲ୍ଲାରେ ୫୦ପ୍ରତିଶତ ଛାତ୍ରଛାତ୍ରୀ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇପାରିନାହାନ୍ତି । ଏପରିକି ଅଧା ଜିଲ୍ଲାରେ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ୩୦ପ୍ରତିଶତ ବି ଛୁଇଁନି । କନ୍ଧମାଳ, ମାଲକାନାଗିରି, ନବରଙ୍ଗପୁର, ରାୟଗଡା, ଗଜପତି, ଦେବଗଡ ଜିଲ୍ଲାର ୮୦ରୁ ୯୦ପ୍ରତିଶତ ପିଲାଙ୍କର ସ୍ମାର୍ଟ ଫୋନ ନାହିଁ । ରାୟଗଡା, ମାଲକାନାଗିରି, କନ୍ଧମାଳ ପରି ଉପାନ୍ତ ଜିଲ୍ଲାର ଅଭିଭାବଙ୍କ ପାଖରେ ମୋବାଇଲହିଁ ନାହିଁ । ଅଧିକାଂଶ ଅଭିଭାବକ ମୋବାଇଲ୍ କଣ ଜାଣିନାହାନ୍ତି । ଖୋର୍ଦ୍ଧା, ବରଗଡ, ଝାରସୁଗୁଡା, କେନ୍ଦ୍ରାପଡା, ସୋନପୁର, ଜଗତସିଂହପୁର, କଟକ, ଢେଙ୍କାନାଳ, ପୁରୀ, ବାଲେଶ୍ୱର, ସୁନ୍ଦରଗଡ, ଯାଜପୁର, ଓ ନୟାଗଡ ଜିଲ୍ଲା ବ୍ୟତୀତ ଆଉ କୈାଣସି ଜିଲ୍ଲାରେ ୩୦ପ୍ରତିଶତ ଅଭିଭାବଙ୍କ ନିକଟରେ ମୋବାଇଲ ନାହିଁ । ସେହିପରି ଦଶମ ଶ୍ରେଣୀ ପିଲାଙ୍କ ପାଇଁ ପ୍ରସାରିତ ହୋଇଥିବା କାର୍ଯ୍ୟକ୍ରମ ପିଲାମାନେ ଟିଭି ଦେଖି ଜାଣି ପାରୁଛନ୍ତି । ମାତ୍ର କେବଳ ୬୧.୯୩ ପ୍ରତିଶତ ପିଲାଙ୍କ ଘରେ ଟିଭି ଅଛି ।

ତେଣୁ ଅନେକ ପିଲା ଅନ୍‌ଲାଇନରେ ପାଠପଢାରୁ ବିତ ହେଉଛନ୍ତି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ଓ ବେସରକାରୀ କଲେଜ ଗୁଡିକ ଜୁନ୍ ୧୭ ତାରିଖ ଠାରୁ ଖୋଲିଛି । ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ପାଠକୁ ଭରଣା କରିବା ପାଇଁ ଜୁଲାଇ ୧୩ ତାରିଖଠାରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଅନ୍‌ଲାଇନ ପାଠପଢା ଚାଲୁ ରହିଛି । ମାତ୍ର ଏଠାରେ ସ୍ଥିତି ମଧ୍ୟ ଆହୁରି ତଦ୍ରୁପ । ଭିି ଭୂମିର ଅଭାବ, ଅଧ୍ୟାପକ ପଦବୀ ଖାଲି, ଏପରିକି ଗୋଟିଏ ଗୋଟିଏ ବିଭାଗରେ ଅଧ୍ୟାପକଙ୍କ ସଙ୍କଟ, ସ୍ମାର୍ଟ ଫୋନର ଅଭାବ ଅନଲାଇନ ଶିକ୍ଷା ଦାନ କ୍ଷେତ୍ରରେ ବାଧା ସୃଷ୍ଟି କରୁଛି । ମାତ୍ର ଏହା ଦ୍ୱାରା ପ୍ରକୃତ ଉଦ୍ଦେଶ୍ୟ ଫଳପ୍ରଦ ହେଉନି । ମିଳିଥିବା ସୂଚନା ଅନୁସାରେ ସହରାଳରେ ହାରାହାରି ୭୫ ପ୍ରତିଶତ ଛାତ୍ରଛାତ୍ରୀ ଅନ୍‌ଲାଇନ ପଢୁଥିବା ବେଳେ ୨୫ପ୍ରତିଶତ ଛାତ୍ରଛାତ୍ରୀ ବିତ ହେଉଛନ୍ତି । ତେବେ ଗ୍ରାମାଳରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପ୍ରାୟ ୪୦ ପ୍ରତିଶତ ରହିଥିବା ବେଳେ ୬୦ ପ୍ରତିଶତ ବିଦ୍ୟାର୍ଥୀ ଅନ୍‌ଲାଇନ ପାଠ ପଢିପାରୁନାହାଁନ୍ତି । କାରଣ ବିଦ୍ୟାର୍ଥୀଙ୍କ ପାଖରେ ସ୍ମାର୍ଟ ଫୋନ୍ , ଲାପଟପ୍ ନଥିବାବେଳେ ଇରନେଟ୍ ସବୁଧା ମିଳୁନାହିଁ । ଏପରିକି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ମହର୍ଷି କଲେଜ ଅଫ୍ ନେଚୁରାଲ ଲ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ଫଳପ୍ରଦ ହେଉନି ଅନ୍‌ଲାଇନ ଶିକ୍ଷା । ସବୁଠୁ ବଡକଥା ଅଧିକାଂଶ ସମୟରେ ଅଧ୍ୟାପକଙ୍କ କଥା ବିଦ୍ୟାର୍ଥୀ ଶୁଣିପାରୁନାହାଁନ୍ତି । ଫଳରେ ଛାତ୍ରଛାତ୍ରୀ ଅନ୍‌ଲାଇନରେ ଅଧିକ ସମୟ ପଢିପାରୁନାହାଁନ୍ତି ।

ଏଥିସହିତ କିଛି ବିଭାଗରେ ଅଧ୍ୟାପକ ନଥିବାରୁ ପାଠପଢା ହେଇପାରୁନି । ଏଥିରୁ ଅନ୍‌ଲାଇନ ଶିକ୍ଷାର ବାସ୍ତବ ଚିତ୍ର ବେଶ୍ ବାରି ହୋଇ ପଡୁଛି । ସହରାଳ ଅପେକ୍ଷା ଗ୍ରାମାଳର ସ୍ଥିତି ଆହରି ଗମ୍ଭୀର । ଏଠାରେ ଉଲେଖ୍ୟଯୋଗ୍ୟ ଯେ, ଭାରତରେ ପ୍ରାୟ ୬,୪୯୪୮୧ ଗ୍ରାମ ଅଛି । ସେଥି ମଧ୍ୟରୁ ୨୭,୭୨୧ ଗ୍ରାମରେ ଏ ପର୍ଯ୍ୟନ୍ତ ମୋବାଇଲ୍ ନେଟ୍ ନାହିଁ । ସେହିପରି ଆମ ରାଜ୍ୟରେ ୬,୫୪୯ ଟି ଗ୍ରାମରେ ମଧ୍ୟ ନେଟ୍ ସୁବିଧା ନାହିଁ । କିନ୍ତୁ ଅନଲାଇନ ଶିକ୍ଷା ଦାନରେ ମୋବାଇଲ ଓ ନେଟ୍‌ର ଯଥେଷ୍ଟ ଗୁରୁତ୍ୱ ରହିଛି । ମାତ୍ର ମଧ୍ୟବିତ ପରିବାରର ପିଲାମାନଙ୍କ ପାଇଁ ଦାମୀ ମୋବାଇଲ୍ କିଣିବା କଷ୍ଟସାଧ୍ୟ । ତେଣୁ ଦୈନିକ ଖବର କାଗଜ ଟିଭିରେ ଅନଲାଇନ ଶିକ୍ଷାର ଦୟନୀୟ ଦୃଶ୍ୟ ଦେଖିବାକୁ ମିଳୁଛି । କେଉଁଠି ବିଦ୍ୟାର୍ଥୀକୁ ପାହାଡ ଚଢିବାକୁ ପଡିଲାଣିତ କେଉଁଠି ଗଛ ତଳେ ବା ଆଉ କେଊଁଠି ରାସ୍ତା କଡରେ ଶିକ୍ଷକଙ୍କ ଚାରିପଟେ ରହି ଶିକ୍ଷା ଗ୍ରହଣ କରିବାକୁ ପଡୁଛି । ଏ ପ୍ରସଙ୍ଗରେ କୁଳପତି, ଶିକ୍ଷାବିତ୍‌, ଅଧ୍ୟକ୍ଷ, ଅଧ୍ୟାପକ ତଥା ବୁଦ୍ଧିଜୀବୀ ମତ ଦେଉଛନ୍ତି ଯେ ଶ୍ରେଣୀ ଗୃହର ପାଠପଢା ଜାଗା ଅନ୍‌ଲାଇନ ନେଇପାରିବ ନାହିଁ । ଅନ୍ୟଅର୍ଥରେ କହିଲେ, ଗୁରୁଙ୍କ ସ୍ଥାନ କେବେବି ଗୁଗଲ୍‌ ନେଇପାରିବ ନାହିଁ । ଅନ୍ୟପଟେ ଏବେ ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ସିଲାବସ୍‌କୁ ୩୦ପ୍ରତିଶତ ହ୍ରାସ କରିଛନ୍ତି ।

ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଏହା ଦ୍ୱାରା ପିଲାମାନେ ପୂର୍ବରୁ ପଢିଥିବା ପାଠର କିଛି ଅଂଶ କଟିଥାଇପାରେ । ଏଥି ଯୋଗୁଁ ପୂର୍ବରୁ ପିଲାମାନେ ପଢିଥିବା ପାଠ ଜଦି କଟିଯାଇଥାଏ ତାହେଲେ ସେମାନଙ୍କ ସବୁ ପରିଶ୍ରମ ବୃଥା ଯିବ । ଅନ୍ୟପଟେ ସିଲାବସ୍‌ ହ୍ରାସ ଦ୍ୱାରା ଗଣିତ,ବିଜ୍ଞାନ ଓ ଇଂରାଜୀ ବିଷୟ ଗୁଡିକ ବେଶୀ ପ୍ରଭାବିତ ହେବ । ଏଣେ ଆସନ୍ତା ପୂଜା ଛୁଟି ଯାଏ ସ୍କୁଲ୍ କଲେଜ ବନ୍ଦ ରହିବ ବୋଲି ଗତ କାଲି ବୁଧବାର ଅଗଷ୍ଟ୨୬ ତାରିଖରେ ମାନ୍ୟବର ମୁଖ୍ୟମବୀ ଘୋଷଣା କରିଛନ୍ତି । ରାଜ୍ୟର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ବନ୍ଦ ରହିବ ବୋଲି ସେ କହିଛନ୍ତି । ତେଣୁ ସେପ୍ଟେମ୍ବରରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ଶିକ୍ଷା ହିଁ ପ୍ରଗତିର ଚାବିକାଠି । ଏହା ବିଦ୍ୟାର୍ଥୀମାନଙ୍କ ଭବିଷ୍ୟତ ଗଢିବାରେ ସହାୟକ ହୋଇଥାଏ । କିନ୍ତୁ ମହାମାରୀ କରୋନା ଆମକୁ ସାମାଜିକ ଦୂରତା ବଜାୟ ରଖିବାକୁ ବାଧ୍ୟ କଲା । ଏହି ମହାମାରୀ କେତେଦିନ ଧରି ରହିବ ତାହା ଏବେଠୁ କହିହେଉନାହିଁ । ତଥାପି ଆମକୁ ମନେ ରଖିବାକୁ ହେବ ଯେ, ଜୀବନ ଆଗ-ଆଉ ସବୁ ପଛ । ତେଣୁ ପରିସ୍ଥିତିର ଭୟାବହତାକୁ ଦେଖି ‘ଧୀର ପାଣି ପଥର କାଟେ’ ନ୍ୟାୟରେ ଆମକୁ ଅପେକ୍ଷା କରିବାକୁ ହେବ । ଏହାହିଁ ସମୟର ଆହ୍ୱାନ ! (ରିପୋର୍ଟ – ହିମାଂଶୁ ଶେଖର ଆଚାର୍ଯ୍ୟ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

March 11, 2026
ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

March 11, 2026
ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ରାମଗାର ନିର୍ମାଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ରାମଗାର ନିର୍ମାଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

March 11, 2026
୩୭ ତମ ବାର୍ଷିକ ତେରଶମ୍ଭୁ ମିଳନ କାର୍ଯ୍ୟ ଅନୁକୂଳ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା

୩୭ ତମ ବାର୍ଷିକ ତେରଶମ୍ଭୁ ମିଳନ କାର୍ଯ୍ୟ ଅନୁକୂଳ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା

March 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

ମା ‘ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତୀକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

March 11, 2026
ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version