ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅଗଷ୍ଟ ଶନିବାର ) ଭୁବନେଶ୍ୱର :– ସମ୍ପ୍ରତି ମହାମାରୀ କରୋନା ସାରା ବିଶ୍ୱରେ ତାର କାୟା ବିସ୍ତାର କରିଚାଲିଛି । ଏହି ସଂକ୍ରମଣ ହାର ଜୁନ୍ ମାସରୁ ହୁ ହୁ ହୋଇ ବଢିଚାଲିଥିବା ବେଳେ ଜୁଲାଇ ମାସ ଆରମ୍ଭରୁ କରୋନା ମହାସଂକ୍ରମଣ ମୁହାଁ ହୋଇଛି । ଅଦ୍ୟାବଧି ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୨୦୯, ୯୩୪ଥିବା ବେଳେ ମୃତକଙ୍କ ସଂଖ୍ୟା ୮,୨୬,୫୫୯ରେ ପହିଛି । ସେହିପରି ଆମ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୩୪,୪୭୪ଓ ମୃତକଙ୍କ ସଂଖ୍ୟା ୫୯,୪୪୯ ଏବଂ ଆମ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୬୦୨ଥିବା ବେଳେ ମୃତକଙ୍କ ସଂଖ୍ୟା ୪୪୧ + (ଅନ୍ୟ ରୋଗ ୫୩)ରେ ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସତର୍କତା ସ୍ବାବ୍ ସଂକ୍ରମଣ ହାର ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଜୁଲାଇ ମାସର ପ୍ରଥମ ୧୦ ଦିନରେ ଆମ ରାଜ୍ୟରେ କରୋନା ଜନିତ ମୃତ୍ୟୁ ୩୬ରେ ପହିଛି ।
କରୋନା ସିଧାସଳଖ ଭାବେ ମଣିଷ ଜୀବନ ସହିତ ଜଡିତ ଥିବାରୁ ଏହା ତାର ଜୀବିକା ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଇଛି । ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ମାନ୍ଦା ଅବସ୍ଥା ଦେଖା ଦେଇଛି । ବିଶେଷ କରି ଶିକ୍ଷା ବ୍ୟବସ୍ଥା ଉପରେ ଏହାର ପ୍ରଭବ ବେଶ୍ ଅନୁଭୂତ ହେଉଛି । କୋଭିଡ-୧୯ପାଇଁ ସ୍କୁଲ ବନ୍ଦ ଥିବାରୁ ପିଲାଙ୍କ ପାଠପଢା ମାର୍ଚ୍ଚ ମାସରୁ ଏ ପର୍ଯ୍ୟନ୍ତ ପ୍ରଭାବିତ ହୋଇଛି । ନାଁ ଶିକ୍ଷକ ସ୍କୁଲ ଆସିପାରୁଛନ୍ତି ନାଁ ପିଲା । ସେହିପରି କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲାଥିଲେବି ଛାତ୍ରଛାତ୍ରୀ ଆସୁନାହାଁନ୍ତି ।କରୋନା ଜନିତ ସ୍ଥିତି ଯୋଗୁଁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନରେ ପାଠପଢା ବନ୍ଦ ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାର ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅନ୍ଲାଇନ ପାଠପଢାର ବ୍ୟବସ୍ଥା କରିଛନ୍ତି । ତେବେ ସରକାରୀ ବିଦ୍ୟାଳୟରେ ଅନ୍ଲାଇନ ସବୁ ଛାତ୍ରଛାତ୍ରୀଙ୍କ ପାଖରେ ପହିପାରୁନାହିଁ । ସୂଚନାଯୋଗ୍ୟ ଯେ, ରାଜ୍ୟରେ ସରକାରୀ ବିଦ୍ୟାଳୟ ଗୁଡିକରେ ପଢୁଥିବା ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ୨୨ଲକ୍ଷ ପିଲା ଅନ୍ଲାଇନରେ ପଢୁଛନ୍ତି ।
ଖାଲି ସେତିକି ନୁହେଁ କେବଳ ହ୍ୱାଟସ୍ଅପ ଗ୍ରୁପ୍ ପ୍ରସ୍ତୁତ ହୋଇଛି ସତ ତାହା ପର୍ଯ୍ୟାପ୍ତ ନୁହେଁ । କେବଳ ଖୋର୍ଦ୍ଧା ଓ ବରଗଡ ଜିଲ୍ଲାକୁ ଛାଡିଦେଳେ ଆଉ କୈାଣସି ଜିଲ୍ଲାରେ ୫୦ପ୍ରତିଶତ ଛାତ୍ରଛାତ୍ରୀ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇପାରିନାହାନ୍ତି । ଏପରିକି ଅଧା ଜିଲ୍ଲାରେ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ୩୦ପ୍ରତିଶତ ବି ଛୁଇଁନି । କନ୍ଧମାଳ, ମାଲକାନାଗିରି, ନବରଙ୍ଗପୁର, ରାୟଗଡା, ଗଜପତି, ଦେବଗଡ ଜିଲ୍ଲାର ୮୦ରୁ ୯୦ପ୍ରତିଶତ ପିଲାଙ୍କର ସ୍ମାର୍ଟ ଫୋନ ନାହିଁ । ରାୟଗଡା, ମାଲକାନାଗିରି, କନ୍ଧମାଳ ପରି ଉପାନ୍ତ ଜିଲ୍ଲାର ଅଭିଭାବଙ୍କ ପାଖରେ ମୋବାଇଲହିଁ ନାହିଁ । ଅଧିକାଂଶ ଅଭିଭାବକ ମୋବାଇଲ୍ କଣ ଜାଣିନାହାନ୍ତି । ଖୋର୍ଦ୍ଧା, ବରଗଡ, ଝାରସୁଗୁଡା, କେନ୍ଦ୍ରାପଡା, ସୋନପୁର, ଜଗତସିଂହପୁର, କଟକ, ଢେଙ୍କାନାଳ, ପୁରୀ, ବାଲେଶ୍ୱର, ସୁନ୍ଦରଗଡ, ଯାଜପୁର, ଓ ନୟାଗଡ ଜିଲ୍ଲା ବ୍ୟତୀତ ଆଉ କୈାଣସି ଜିଲ୍ଲାରେ ୩୦ପ୍ରତିଶତ ଅଭିଭାବଙ୍କ ନିକଟରେ ମୋବାଇଲ ନାହିଁ । ସେହିପରି ଦଶମ ଶ୍ରେଣୀ ପିଲାଙ୍କ ପାଇଁ ପ୍ରସାରିତ ହୋଇଥିବା କାର୍ଯ୍ୟକ୍ରମ ପିଲାମାନେ ଟିଭି ଦେଖି ଜାଣି ପାରୁଛନ୍ତି । ମାତ୍ର କେବଳ ୬୧.୯୩ ପ୍ରତିଶତ ପିଲାଙ୍କ ଘରେ ଟିଭି ଅଛି ।
ତେଣୁ ଅନେକ ପିଲା ଅନ୍ଲାଇନରେ ପାଠପଢାରୁ ବିତ ହେଉଛନ୍ତି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ଓ ବେସରକାରୀ କଲେଜ ଗୁଡିକ ଜୁନ୍ ୧୭ ତାରିଖ ଠାରୁ ଖୋଲିଛି । ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ପାଠକୁ ଭରଣା କରିବା ପାଇଁ ଜୁଲାଇ ୧୩ ତାରିଖଠାରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଅନ୍ଲାଇନ ପାଠପଢା ଚାଲୁ ରହିଛି । ମାତ୍ର ଏଠାରେ ସ୍ଥିତି ମଧ୍ୟ ଆହୁରି ତଦ୍ରୁପ । ଭିି ଭୂମିର ଅଭାବ, ଅଧ୍ୟାପକ ପଦବୀ ଖାଲି, ଏପରିକି ଗୋଟିଏ ଗୋଟିଏ ବିଭାଗରେ ଅଧ୍ୟାପକଙ୍କ ସଙ୍କଟ, ସ୍ମାର୍ଟ ଫୋନର ଅଭାବ ଅନଲାଇନ ଶିକ୍ଷା ଦାନ କ୍ଷେତ୍ରରେ ବାଧା ସୃଷ୍ଟି କରୁଛି । ମାତ୍ର ଏହା ଦ୍ୱାରା ପ୍ରକୃତ ଉଦ୍ଦେଶ୍ୟ ଫଳପ୍ରଦ ହେଉନି । ମିଳିଥିବା ସୂଚନା ଅନୁସାରେ ସହରାଳରେ ହାରାହାରି ୭୫ ପ୍ରତିଶତ ଛାତ୍ରଛାତ୍ରୀ ଅନ୍ଲାଇନ ପଢୁଥିବା ବେଳେ ୨୫ପ୍ରତିଶତ ଛାତ୍ରଛାତ୍ରୀ ବିତ ହେଉଛନ୍ତି । ତେବେ ଗ୍ରାମାଳରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପ୍ରାୟ ୪୦ ପ୍ରତିଶତ ରହିଥିବା ବେଳେ ୬୦ ପ୍ରତିଶତ ବିଦ୍ୟାର୍ଥୀ ଅନ୍ଲାଇନ ପାଠ ପଢିପାରୁନାହାଁନ୍ତି । କାରଣ ବିଦ୍ୟାର୍ଥୀଙ୍କ ପାଖରେ ସ୍ମାର୍ଟ ଫୋନ୍ , ଲାପଟପ୍ ନଥିବାବେଳେ ଇରନେଟ୍ ସବୁଧା ମିଳୁନାହିଁ । ଏପରିକି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ମହର୍ଷି କଲେଜ ଅଫ୍ ନେଚୁରାଲ ଲ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ଫଳପ୍ରଦ ହେଉନି ଅନ୍ଲାଇନ ଶିକ୍ଷା । ସବୁଠୁ ବଡକଥା ଅଧିକାଂଶ ସମୟରେ ଅଧ୍ୟାପକଙ୍କ କଥା ବିଦ୍ୟାର୍ଥୀ ଶୁଣିପାରୁନାହାଁନ୍ତି । ଫଳରେ ଛାତ୍ରଛାତ୍ରୀ ଅନ୍ଲାଇନରେ ଅଧିକ ସମୟ ପଢିପାରୁନାହାଁନ୍ତି ।
ଏଥିସହିତ କିଛି ବିଭାଗରେ ଅଧ୍ୟାପକ ନଥିବାରୁ ପାଠପଢା ହେଇପାରୁନି । ଏଥିରୁ ଅନ୍ଲାଇନ ଶିକ୍ଷାର ବାସ୍ତବ ଚିତ୍ର ବେଶ୍ ବାରି ହୋଇ ପଡୁଛି । ସହରାଳ ଅପେକ୍ଷା ଗ୍ରାମାଳର ସ୍ଥିତି ଆହରି ଗମ୍ଭୀର । ଏଠାରେ ଉଲେଖ୍ୟଯୋଗ୍ୟ ଯେ, ଭାରତରେ ପ୍ରାୟ ୬,୪୯୪୮୧ ଗ୍ରାମ ଅଛି । ସେଥି ମଧ୍ୟରୁ ୨୭,୭୨୧ ଗ୍ରାମରେ ଏ ପର୍ଯ୍ୟନ୍ତ ମୋବାଇଲ୍ ନେଟ୍ ନାହିଁ । ସେହିପରି ଆମ ରାଜ୍ୟରେ ୬,୫୪୯ ଟି ଗ୍ରାମରେ ମଧ୍ୟ ନେଟ୍ ସୁବିଧା ନାହିଁ । କିନ୍ତୁ ଅନଲାଇନ ଶିକ୍ଷା ଦାନରେ ମୋବାଇଲ ଓ ନେଟ୍ର ଯଥେଷ୍ଟ ଗୁରୁତ୍ୱ ରହିଛି । ମାତ୍ର ମଧ୍ୟବିତ ପରିବାରର ପିଲାମାନଙ୍କ ପାଇଁ ଦାମୀ ମୋବାଇଲ୍ କିଣିବା କଷ୍ଟସାଧ୍ୟ । ତେଣୁ ଦୈନିକ ଖବର କାଗଜ ଟିଭିରେ ଅନଲାଇନ ଶିକ୍ଷାର ଦୟନୀୟ ଦୃଶ୍ୟ ଦେଖିବାକୁ ମିଳୁଛି । କେଉଁଠି ବିଦ୍ୟାର୍ଥୀକୁ ପାହାଡ ଚଢିବାକୁ ପଡିଲାଣିତ କେଉଁଠି ଗଛ ତଳେ ବା ଆଉ କେଊଁଠି ରାସ୍ତା କଡରେ ଶିକ୍ଷକଙ୍କ ଚାରିପଟେ ରହି ଶିକ୍ଷା ଗ୍ରହଣ କରିବାକୁ ପଡୁଛି । ଏ ପ୍ରସଙ୍ଗରେ କୁଳପତି, ଶିକ୍ଷାବିତ୍, ଅଧ୍ୟକ୍ଷ, ଅଧ୍ୟାପକ ତଥା ବୁଦ୍ଧିଜୀବୀ ମତ ଦେଉଛନ୍ତି ଯେ ଶ୍ରେଣୀ ଗୃହର ପାଠପଢା ଜାଗା ଅନ୍ଲାଇନ ନେଇପାରିବ ନାହିଁ । ଅନ୍ୟଅର୍ଥରେ କହିଲେ, ଗୁରୁଙ୍କ ସ୍ଥାନ କେବେବି ଗୁଗଲ୍ ନେଇପାରିବ ନାହିଁ । ଅନ୍ୟପଟେ ଏବେ ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ସିଲାବସ୍କୁ ୩୦ପ୍ରତିଶତ ହ୍ରାସ କରିଛନ୍ତି ।
ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଏହା ଦ୍ୱାରା ପିଲାମାନେ ପୂର୍ବରୁ ପଢିଥିବା ପାଠର କିଛି ଅଂଶ କଟିଥାଇପାରେ । ଏଥି ଯୋଗୁଁ ପୂର୍ବରୁ ପିଲାମାନେ ପଢିଥିବା ପାଠ ଜଦି କଟିଯାଇଥାଏ ତାହେଲେ ସେମାନଙ୍କ ସବୁ ପରିଶ୍ରମ ବୃଥା ଯିବ । ଅନ୍ୟପଟେ ସିଲାବସ୍ ହ୍ରାସ ଦ୍ୱାରା ଗଣିତ,ବିଜ୍ଞାନ ଓ ଇଂରାଜୀ ବିଷୟ ଗୁଡିକ ବେଶୀ ପ୍ରଭାବିତ ହେବ । ଏଣେ ଆସନ୍ତା ପୂଜା ଛୁଟି ଯାଏ ସ୍କୁଲ୍ କଲେଜ ବନ୍ଦ ରହିବ ବୋଲି ଗତ କାଲି ବୁଧବାର ଅଗଷ୍ଟ୨୬ ତାରିଖରେ ମାନ୍ୟବର ମୁଖ୍ୟମବୀ ଘୋଷଣା କରିଛନ୍ତି । ରାଜ୍ୟର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଉଦ୍ବେଗକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ବନ୍ଦ ରହିବ ବୋଲି ସେ କହିଛନ୍ତି । ତେଣୁ ସେପ୍ଟେମ୍ବରରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ଶିକ୍ଷା ହିଁ ପ୍ରଗତିର ଚାବିକାଠି । ଏହା ବିଦ୍ୟାର୍ଥୀମାନଙ୍କ ଭବିଷ୍ୟତ ଗଢିବାରେ ସହାୟକ ହୋଇଥାଏ । କିନ୍ତୁ ମହାମାରୀ କରୋନା ଆମକୁ ସାମାଜିକ ଦୂରତା ବଜାୟ ରଖିବାକୁ ବାଧ୍ୟ କଲା । ଏହି ମହାମାରୀ କେତେଦିନ ଧରି ରହିବ ତାହା ଏବେଠୁ କହିହେଉନାହିଁ । ତଥାପି ଆମକୁ ମନେ ରଖିବାକୁ ହେବ ଯେ, ଜୀବନ ଆଗ-ଆଉ ସବୁ ପଛ । ତେଣୁ ପରିସ୍ଥିତିର ଭୟାବହତାକୁ ଦେଖି ‘ଧୀର ପାଣି ପଥର କାଟେ’ ନ୍ୟାୟରେ ଆମକୁ ଅପେକ୍ଷା କରିବାକୁ ହେବ । ଏହାହିଁ ସମୟର ଆହ୍ୱାନ ! (ରିପୋର୍ଟ – ହିମାଂଶୁ ଶେଖର ଆଚାର୍ଯ୍ୟ )