୨ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> କର୍ତବ୍ୟନିଷ୍ଠା ବୋଲଗଡ ତହସିଲଦାରଙ୍କ ମାତ୍ର ୧ ବର୍ଷର କାର୍ଯ୍ୟକାଳ ମଧ୍ୟରେ ବଦଳିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ବୋଲଗଡ ତହସିଲ ଅନ୍ତର୍ଗତ ବିଭିନ୍ନ ସଙ୍ଗଠନ/ଅନୁଷ୍ଠାନର କର୍ମକର୍ତ୍ତା ,ବୋଲଗଡ ବଣିକ ମହାସଂଘ, ଅବସରପ୍ରାପ୍ତ କର୍ମଚାରୀ ସଂଘ , ବୋଲଗଡ ବ୍ଲକ ମିଶନ ଶକ୍ତି ମହାସଂଘ ,ବହୁ ସାମ୍ବାଦିକ ଓ ସାମାଜିକ କର୍ମି ମିଳିତଭାବେ ତଥା ଜନସାଧାରଣ ରାଜ୍ୟ ମୁଖ୍ୟମନ୍ତ୍ରୀ , ରାଜସ୍ୱ ବିଭାଗ ମନ୍ତ୍ରୀ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମେଲ ଓ ଡାକ ବିଭାଗ ଜରିଆରେ ତହସିଲଦାର ନିବେଦିତା ପରିଡାଙ୍କ ବଦଳି ବାତିଲ ପାଇଁ ନିବେଦନ କରିଛନ୍ତି ।

ଦରଖାସ୍ତରୁ ପ୍ରାପ୍ତ ସୂଚନାରୁ ଜଣାଯାଏ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡିଶା ସରକାରଙ୍କ ପକ୍ଷରୁ ୧୭ ଅକ୍ଟୋବର ୨୦୨୪ରିଖରେ ଓଏଏସ ଅଫିସରଙ୍କ ବଦଳି ସମ୍ପର୍କିତ ଏକ ବିଜ୍ଞପ୍ତି ତାଲିକା ପ୍ରକାଶ ପାଇଥିଲା । ତାଲିକାର କ୍ରମିକସଂଖ୍ୟା ୧୦୬ ରେ ବୋଲଗଡ ତହସିଲଦାର ନିବେଦିତା ପରିଡାଙ୍କୁ ଖୋର୍ଦ୍ଧା ଜିଲ୍ଲା କଲେକ୍ଟରଟେକୁ ଡେପୁଟିକଲେକ୍ଟର ଭାବେ ବଦଳିକରାଯାଇଛି । ସେ ବୋଲଗଡ ତହସିଲରେ ଗତବର୍ଷ ଅକ୍ଟୋବର ୬ ତାରିଖରେ ଯୋଗଦେଇଥିଲେ। ତାଙ୍କୁ କାର୍ଯ୍ୟକରିବାର ମାତ୍ର ଏକ ବର୍ଷରେ ବଦଳିନୋଟିସ କରାଯାଇଛି ।

ତହସିଲଦାର ନିବେଦିତା ପରିଡା ଜଣେ ସଚ୍ଚୋଟ କର୍ତ୍ତବ୍ୟ ପରାୟଣ ଦକ୍ଷ ପ୍ରଶାସିକା ଏବଂ ତାଙ୍କ କାର୍ଯ୍ୟଶୈଳୀ ବୋଲଗଡ ତହସିଲରେ ଦୁର୍ନୀତି ଓ ଦଲାଲ ରାଜକୁ ନିୟନ୍ତ୍ରଣକୁ ଆଣିପାରିଛି l କ୍ଷମତାର ସୁବିନିଯୋଗକରି ଜନସାଧାରଣଙ୍କର ବିଶ୍ୱାସ ଭାଜନ ହୋଇପାରିଛନ୍ତି । ତହସିଲ କାର୍ଯ୍ୟାଳୟର ବିକାଶ ଓ ସୁପରିଚାଳନା ପାଇଁ ତହସିଲଦାର ନିବେଦିତା ପରିଡାଙ୍କ ବଦଳିକୁ ବାତିଲ କରି ତାଙ୍କ କାର୍ଯ୍ୟାକାଳକୁ ଏଠାରେ ଆଉ କିଛି ବର୍ଷ ବୃଦ୍ଧିକରି ଅବସ୍ଥାପିତ କରାଗଲେ ବୋଲଗଡର ବିକାଶରଧାରା ଜାରି ରହିବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଓ ବୋଲଗଡ଼ ବ୍ଲକ ଅଞ୍ଚଳର ଜନସାଧାରଣମାନେ ଦର୍ଶାଯାଇଛିନ୍ତି l