No Result
View All Result
୧୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ଼ :- ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟକାରିଣୀ ବୈଠକ ଓ ରଣପୁର ଶାଖା ପ୍ରତିଷ୍ଠା ଦିବସ ରଣପୁର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ରଣପୁର ବ୍ଲକ ଶାଖା ସଭାପତି ପ୍ରସନ୍ନ କୁମାର ସାମନ୍ତରାୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ, ଜିଲ୍ଲା ଶାଖା ସମ୍ପାଦକ ବୈଦ୍ୟ ଭୂଷଣ ମହାପାତ୍ର,
ରଣପୁର ଶାଖା ସମ୍ପାଦକ ମଧୁସୁଦନ ପରିଡ଼ା ପ୍ରମୂଖ ଯୋଗ ଦେଇଥିଲେ । ବାଚସ୍ପତି ଶ୍ରୀମତି ପାଢ଼ୀ ତାଙ୍କ ବକ୍ତବ୍ୟରେ ସାମ୍ବାଦିକ ସମସ୍ୟା ସମାଧାନ କରିବା ଦିଗରେ ମାର୍ଗ ପ୍ରସ୍ତୁତ କରିବି ବୋଲି କହିଥିଲେ । ସାରା ରାଜ୍ୟର ସାମ୍ବାଦିକ ଦାବି ଗୁଡ଼ିକ ପୂରଣ କରିବା ଦିଗରେ ଉତ୍କଳ ସାମ୍ବାଦିକ ସଂଘ ପ୍ରବେଶ ଦ୍ୱାର ହେଉ ବୋଲି କହିଥିଲେ । ଉପଯୁକ୍ତ ଫୋରମରେ ଦାବି ଗୁଡ଼ିକ ଉପସ୍ଥାପନ କରିବାର ବାଟ ବତାଇବା ସହ ସାମ୍ବାଦିକମାନେ ନିଜର ଦାବି ଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପାସ୍ଥାପନ କରିବା ପାଇଁ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।
ସାମ୍ବାଦିକମାନେ କେବଳ ସହର ସମସ୍ୟାକୁ ଦୃଷ୍ଟି ନଦେଇ ଗ୍ରାମ ଅଭିମୂଖୀ ହେବାକୁ ଆହ୍ୱାନ ଦେଇଥିଲେ । ତାହା ଦ୍ୱାରା ସାଧାରଣ ଲୋକଙ୍କ ସ୍ୱର ଭାବେ ଗଣମାଧ୍ୟମ ପ୍ରତିଷ୍ଠା ଲାଭ କରିବ ବୋଲି କହିଥିଲେ । ସଂଘ ଦ୍ୱାରା ଏକତା ବଜାୟ ରୁହେ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ । ରାଜ୍ୟ ସଭାପତି ଶ୍ରୀଯୁକ୍ତ କର ଉତ୍କଳ ସାମ୍ବାଦିକ ସଂଘର ଦାବି ଉପସ୍ଥାପନ କରିଥିଲେ । ସାମ୍ବାଦିକ ସୁରକ୍ଷା ଆଇନ, ବୟସ୍କଙ୍କୁ ପେନସନ ପ୍ରଦାନ, ସ୍ୱାସ୍ଥ୍ୟ ବୀମା ଯୋଜନାକୁ ବର୍ଦ୍ଧିତ କରିବା ଉପରେ ଆଲୋକପାତ କରିଥିଲେ ।
ରାଜ୍ୟ ସରକାର ଏହାକୁ ବିଚାର କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଥିବା ସୂଚନା ଦେଇଥିଲେ । ସାମ୍ବାଦିକ ଏକତା ବଜାୟ ରଖିବାକୁ ସମସ୍ତ ଚେଷ୍ଟା କରିବା ଆବଶ୍ୟକ ବୋଲି ମତ ରଖିଥିଲେ । କାର୍ଯ୍ୟକାରିଣୀ ବୈଠକ ଅବସରରେ ଓଡ଼ଗାଁ ବ୍ଲକ ସଂଯୋଗକ ଅଶୋକ କୁମାର ମହାପାତ୍ର, ଗଣିଆ ସଂଯୋଜକ ଦେବୀ ପ୍ରସାଦ ଦାଶ, ଦଶପଲ୍ଲା ସଂଯୋଜକ ପ୍ରଫୁଲ କୁମାର ଦାଶ, ଖଣ୍ଡପଡ଼ା ସଂଯୋଜକ ଜନ୍ମେଜୟ ଦଳେଇ, ଭାପୁର ବ୍ଲକ ସଂଯୋଜକ ଶିଶିର କୁମାର ସାହୁ, ନୂଆଗାଁ ବ୍ଲକ ସଂଯୋଜକ ଶିବଦତ୍ତ ପାତ୍ର, ନୟାଗଡ଼ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ହୁସେନ ଖାନ୍ ନିଜର ମତ ବ୍ୟକ୍ତ କରିଥିଲେ ।
ଏହି ଅବସରରେ ଗୋ ସେବକ ସନାତନ ରଣା, ସ୍ମଶାନ ରକ୍ଷକ ପ୍ରମୋଦ କୁମାର ମଲ୍ଲିକ, ଗଛ ସାର କୈଳାଶ ଚନ୍ଦ୍ର ରଥ, ସମାଜସେବୀ ତ୍ରିନାଥ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରଣପୁର ଶାଖା ସଦସ୍ୟ ଚିରଞ୍ଜିବି ଦାଶ, ସୁଶାନ୍ତ ଡାକୁଆ, ଲିସାରାଣୀ ମହାପାତ୍ର, ରୀନା ସାହୁ, କ୍ରୀଷ୍ଣା ଘଡ଼େଇ, ପ୍ରଫୁଲ କୁମାର ସାହୁ, ରାଜେଶ କୁମାର ମଲ୍ଲିକ ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଖଣ୍ଡପଡ଼ା ବ୍ଲକର ୧୨ ଜଣ ନୂତନ ସଦସ୍ୟଙ୍କୁ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।
No Result
View All Result