No Result
View All Result
୧୪ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ପୂଜ୍ୟପୂଜା ସଂସଦ, ଓଡ଼ିଶା ପକ୍ଷରୁ ଶୁକ୍ରବାର ଦିନ ପୁରୀ ଗାନ୍ଧିଘାଟ ସ୍ଥିତ ଗାନ୍ଧୀମୂର୍ତ୍ତି ତଳେ ଜନ ସତ୍ୟାଗ୍ରହ କରାଯାଇଛି l ଏ ସମ୍ପର୍କରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ଏକ ଦାବିପତ୍ର ଦିଆଯାଇଛି l ବେଆଇନ୍ ଗୋହତ୍ୟା, ଗୋଚାଲଣ ଓ ଗୋମାଂସ ବିକ୍ରି ବନ୍ଦକରିବା ପାଇଁ କଠୋର ଆଇନ୍ ପ୍ରଣୟନ କରିବାକୁ ଦାବୀ କରିଛନ୍ତି । ସମ୍ପ୍ରତି ଓଡ଼ିଶାରେ ପ୍ରଚଳିତ ଗୋହତ୍ୟା ନିରୋଧ ଆଇନ ଏକ ଦନ୍ତ ବିହୀନ ହୁଗୁଳା ଆଇନ ହୋଇଯାଇଛି ବୋଲି ସଂସଦ ର କର୍ମକର୍ତ୍ତା କହିଛନ୍ତି l
ଫଳରେ ଗୋହତ୍ୟା , ଗୋଚାଲାଣ ଏବଂ ଗୋମାଂସ ବିକ୍ରି ବଢ଼ି ଚାଲିଛି l ଫଳରେ ସମଗ୍ର ରାଜ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି |ପଶୁହତ୍ୟା ସ୍ପଷ୍ଟ ଦିବାଲୋକରେ କରାଯାଉଛି l ରାଜ୍ୟରେ ଜୀବ ନିଷ୍ଠୁରତା ନିରୋଧ ଆଇନ୍ ବଳବତ୍ତର ଅଛି । ଗୋହତ୍ୟା, ଗୋଚାଲାଣ ଏବଂ ଗୋମାଂସ ବିକ୍ରିଭଳି ଜଘନ୍ୟ କାର୍ଯ୍ୟ ନିଧଡ଼କ ଭାବେ ଚାଲିଆସୁଛି l
ଫଳରେ ଖାଲି ସଂଖ୍ୟା ଗରିଷ୍ଠ ହିନ୍ଦୁମାନଙ୍କ ଧାର୍ମିକ ଭାବାବେଗ ପ୍ରତିଗଭୀର ଆଘାତ ଲାଗୁଛିଃ l ରାଜ୍ୟର କୃଷି ଅର୍ଥନୀତି ଭୁଷୁଡ଼ି ପଡ଼ୁଛି । ଏହି ପୃଷ୍ଟଭୂମି ରେ ରାଜ୍ୟରେ ସଂପୂର୍ଣ୍ଣ ଗୋହତ୍ୟା, ଗୋଚାଲାଣ ଏବଂ ଗୋମାଂସ ବିକ୍ରିଭଳି ଅପରାଧକୁ ସଂପୂର୍ଣ୍ଣଭାବେ ବନ୍ଦ କରିବା ପାଇଁ କଠୋର ଆଇନ୍ ପ୍ରଣୟନ ସହିତ ଅପରାଧ ଓ ଅପରାଧୀଙ୍କବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଏକ କଠୋର ଆଇନ୍ ପ୍ରଣୟନ ତଥା ଅନୁସଙ୍ଗକ ବ୍ୟବସ୍ଥା ନିମନ୍ତେ ପାଞ୍ଚଦଫା ଦାବି ଉପସ୍ଥାନା କରୁଛନ୍ତି ।
୧) ରାଜ୍ୟ ବିଧାନ ସଭାରେ ଗୋ ସୁରକ୍ଷା, ଗୋହତ୍ୟା, ଗୋଚାଳାଣ ତଥା ଗୋମାଂସବିକ୍ରି କୁ ସଂପୂର୍ଣ ନିଷେଧ କରିବା ପାଇଁ କଠୋର ଆଇନ୍ ପ୍ରଣୟନ କରାଯାଉ ।
୨) ଗୋହତ୍ୟା ଓ ଗୋଚାଲାଣ କରୁଥିବା ଅପରାଧୀଙ୍କୁ ଆଜୀବନରାଦଣ୍ଡରେଦଣ୍ଡିତ କରିବାକୁ ଭାରତୀୟ ଦଣ୍ଡ ସଂହିତାରେ ପ୍ରାବଧାନ ରହୁ।
୩) ସାକ୍ଷ୍ୟ ଗ୍ରହଣ ବ୍ୟବସ୍ଥାକୁ ସ୍ଵଚ୍ଛ ତଥା ସାକ୍ଷ୍ୟ ପ୍ରଦାନକାରୀଙ୍କ ସୁରକ୍ଷା ବ୍ୟବସ୍ଥାକଡ଼ାକଡ଼ି କରାଯାଉ ।
୪) ଗୋହତ୍ୟାକାରୀ ଏବଂ ଗୋଚାଲାଣକାରୀ ର ସମସ୍ତ ସ୍ଥାବର ଅସ୍ଥାବର ସଂପତିକୁ ବାଜ୍ୟାପ୍ତ କରିବା ପାଇଁ ଆଇନ୍ରେ ବ୍ୟବସ୍ଥାକରାଯାଉ ।
ଗୋହତ୍ୟାକାରୀ ଓ ଗୋଚାଲାଣକାରୀଙ୍କୁ ସହଯୋଗ କରୁଥିବା ପୁଲିସ୍ ଅଧିକାରୀଓ ପ୍ରଶାସନିକ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ଓ ଭାରତୀୟଦଣ୍ଡବିଧି ଏବଂ ଭାରତୀୟ ଦଣ୍ଡ ସଂହିତାରେ ଆବଶ୍ୟକ ସଂଶୋଧନ କରାଯାଉ ବୋଲି ପୂଜ୍ୟପୂଜା ସଂସଦ ର ସଭାପତି କୃଷ୍ଣ ଜଗଦେବ କହିଛନ୍ତି l ଏହି ଜନ ସତ୍ୟାଗ୍ରହ ରେ ପ୍ରାକ୍ତନ କାଉନସିଲର ମାନସ କୁମାର ଲେଙ୍କା ଓ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ l
No Result
View All Result