No Result
View All Result
୧୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ଼ :- ସ୍ବେଛାସେବୀ ଅନୁଷ୍ଠାନ ସେବା ପରିସରରେ ଓଡିଶା ରାଇଜିଂ ଫାଉଣ୍ଡେସନ , ଭୁବନେଶ୍ୱର ଙ୍କ ଦ୍ବାରା ବିକଶିତ ଓଡିଶା ୨୦୩୬ପାଇଁ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପ୍ରସ୍ତୁତି ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ଓ ଅଭିଭାବକ ଶିକ୍ଷକ ସମ୍ମିଳନୀ “ସମ୍ପର୍କ” ଅନୁଷ୍ଠିତ ହୋଇଯାଇଅଛି l ଏହି ଅବସରରେ ଓଡିଶା ରାଇଜିଂ ଫାଉଣ୍ଡେସନ ର କାର୍ଯ୍ୟକ୍ରମ ସଂଯୋଜିକା ସାଗରିକା ଚଇନି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଅର୍ଚ୍ଚନା କହଁର ଓ ମୁଖ୍ୟ ବକ୍ତା ରୂପେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କାମଦେବ ନାୟକ ଯୋଗଦେଇ ଭିନ୍ନକ୍ଷମ ଶିଶୁ ବିଶେଷ କରି ବୌଦ୍ଧିକ ଅକ୍ଷମତା ଯୁକ୍ତ ଶିଶୁ ମାନଙ୍କୁ ସମାଜର ମୁଖ୍ୟସ୍ରୋତ ରେ ସାମିଲ୍ କରାଇବାକୁ ହେଲେ ଆମ ସମସ୍ତଙ୍କ ର ଏକ ସମନ୍ଵିତ ପଦକ୍ଷେପ ଆବଶ୍ୟକ l

ସେମାନଙ୍କ ପାଇଁ ଥିବା ସରକାରୀ ଓ ବେସରକାରୀ ସ୍ତରରେ ସୁବିଧା ସୁଯୋଗ ଗୁଡ଼ିକର ଲାଭ ଉଠାଇବା ଆବଶ୍ୟକ l ଏକ୍ଷେତ୍ରରେ ଓଡିଶା ରାଇଜିଁ ଫାଉଣ୍ଡେସନ ର ଭୂମିକାକୁ ପ୍ରଶଂସା କରିଥିଲେ l ଓଡିଶା ରାଇଜିଁ ଫାଉଣ୍ଡେସନ ଓ ଭିଗାର୍ଡ କମ୍ପାନୀ ଦ୍ବାରା ନବଦର୍ଶନ ପ୍ରକଳ୍ପ ମାଧ୍ୟମରେ ସେବା, ଜିତେନ୍ଦ୍ର ଫାଉଣ୍ଡେସନ ଓ ଅଲଟ୍ରା ସ୍ବେଛାସେବୀ ଅନୁଷ୍ଠାନକୁ ଦିଆଯାଉଥିବା ଆର୍ଥିକ ଅନୁଦାନରେ ଏକ ଶହ ରୁ ଅଧିକ ବୌଦ୍ଧିକ ଭିନ୍ନକ୍ଷମ ଶିଶୁ ମାନଙ୍କୁ ଶିକ୍ଷାଓ ବୈଷୟିକ ପ୍ରଶିକ୍ଷଣ ପ୍ରଦାନ କରାଯାଇ କିପରି ଆତ୍ମ ନିର୍ଭରଶୀଳ କରାଯାଇ ପାରିଛି ତାର ଉଦାହରଣ ସେବାର ସଞ୍ଜୟ କୁମାର ସୁବୁଦ୍ଧି ବକ୍ତବ୍ୟ ରଖିଥିଲେ l

ଏହି କାର୍ଯ୍ୟକ୍ରମ ରେ ଅ ଲଟ୍ରା ର ସମ୍ପାଦକ ରାଜ କିଶୋର ରାୟ ଓ ଜିତେନ୍ଦ୍ର ଫାଉଣ୍ଡେସନର ସମ୍ପାଦକ ଜିତେନ୍ଦ୍ର ଲେଙ୍କା ଯୋଗଦେଇ ତାଙ୍କର ବକ୍ତବ୍ୟ ରଖିଥିଲେ l ଓ ଆର୍ ଏଫ୍ ର ବରିଷ୍ଠ କର୍ମଚାରୀ ସାଗରିକା ରାୟ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ବୌଦ୍ଧିକ ଅକ୍ଷମତା ଯୁକ୍ତ ଶିଶୁ ମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ “ସମ୍ଭାର ” ର ପ୍ରଦର୍ଶନୀ ଓ ବିକ୍ରୟ କେନ୍ଦ୍ର କୁ ମୁଖ୍ୟ ଅତିଥି ଉଦ୍ଘାଟନ କରିଥିଲେ l ସେବା ନବ ଦର୍ଶନ ପ୍ରକଳ୍ପର ଶିକ୍ଷକ ଆଲୋକ ଭୋଇ, ବିଚିତ୍ର ପ୍ରଧାନ ଓ ଶିକ୍ଷୟିତ୍ରୀ ପୟସ୍ମିନି ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅଭିଭାବକ , ଶିକ୍ଷକ ଓ ଭିନ୍ନକ୍ଷମ ଶିଶୁଙ୍କ ସମେତ ଏକ ଶହ ଜଣ ଅଂଶ ଗ୍ରହଣ କରିଥିଲେ l

No Result
View All Result