No Result
View All Result
୧୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡ଼ା :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଗାୟତ୍ରୀ ମନ୍ଦିର କଲ୍ୟାଣ ମଣ୍ଡପ ସଭାଗୃହ ଠାରେ ବାଲିଗୁଡା ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ସମିତି ପକ୍ଷରୁ ଏକ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଭତ୍ତା ହିତାଧିକାରୀ ମାନଙ୍କ ସୁରକ୍ଷା ଓ ନ୍ୟାର୍ଯ୍ୟ ଦାବୀ ପୂରଣ ସମ୍ପର୍କରେ ଆଲଚନା ହୋଇଥିଲା l ଆମ ରାଜ୍ୟରେ ନୂତନ ସରକାର ଗଠନ ହେବା ପୂର୍ବରୁ ଏକ ହଜାର ଟଙ୍କା ପାଉ ଥିବା ଭତ୍ତା ହିତାଧିକାରୀ ତିନି ହଜାର ଟଙ୍କା ପାଇବେ ବୋଲି ପ୍ରତିଶୃତି ଦେଇଥିଲେ, କିନ୍ତୁ ଏପର୍ଯ୍ୟନ୍ତ ସରକାର ନିଜ ପ୍ରତିଶୃତି ରଖି ନାହାନ୍ତି ଯାହାରି ଫଳରେ ସମସ୍ତ ଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି l
ସରକାରଙ୍କ ଠାରୁ ପାଉଥିବା ଭତ୍ତା ରାଶି ଦ୍ୱାରା ଗରିବ, ବିଧବା, ଭିନ୍ନକ୍ଷମ, ବାର୍ଦ୍ଧକ୍ୟ, ସ୍ୱାମୀ ପରିତ୍ୟାକ୍ତା ଅସହାୟ ହିତାଧିକାରୀ ମାସ ତମାମ ସୁରୁଖୁରୁ ରେ ଅତି କଷ୍ଟର ସହ ଚଳି ଆସୁଥିବା ସ୍ଥଳେ, ଠିକ ସମୟ ରେ ଭତ୍ତା ନପାଇବା, ଓ ବ୍ୟାଙ୍କ ଦ୍ୱାରା ଭତ୍ତା ପାଉଥିବା ହିତାଧିକାରୀ ବହୁତ କଷ୍ଟ ରେ ଟଙ୍କା ଉଠାଉଛନ୍ତି, ଏବଂ ଅନେକ ସମୟରେ ବ୍ୟାଙ୍କ କର୍ମଚାରୀଙ୍କ ଦ୍ରୁବ୍ୟବହାର ଯୋଗୁଁ ଅସନ୍ତୋଷ ପ୍ରକାଶ ପାଉଛି , ସରକାର ମଙ୍ଗଳ ଯୋଜନାରେ ଅସହାୟ ବିଧବା ର ଉପକାର ନିମନ୍ତେ ଯେଉଁ ସହାୟତା ରାଶି ପ୍ରଦାନ କରୁଛନ୍ତି, ତାହା ମଧ୍ୟ ହିତାଧିକାରୀ ଆବେଦନ କରୁଛନ୍ତି ସତ ହେଲେ ବର୍ଷ ବର୍ଷ ଧରି ଉକ୍ତ ଟଙ୍କା ମିଳିବାରେ ବିଳମ୍ୱ ହେଉଛି, ଶେଷରେ ନିରାଶ ହୋଇ ନିଜ ଭାଗ୍ୟ କୁ ଆଦରି ରହୁଛନ୍ତି ହିତାଧିକାରୀ l
ନୂତନ ଭତ୍ତା ମଞ୍ଜୁର ହେବାରେ ବିଳମ୍ୱ ସହ କିଛି ଭତ୍ତାଧାରୀ ଙ୍କ ନୂତନ ଭତ୍ତା ମଞ୍ଜୁର ହୋଇଥିଲେ ସୁଧା ଭତ୍ତା ଧାରୀ ଜାଣିପାରୁ ନାହାନ୍ତି l ଷାଠିଏ ବର୍ଷ ରୁ ଉର୍ଦ୍ଧ ହୋଇଥିଲେ ସୁଧା କାଗଜ ପତ୍ର ର ସଂଶୋଧନ ପ୍ରଶାସନ ଦ୍ୱାରା ସୁବିଧା ମିଳୁନ ଥିବାରୁ ଅନେକ ଯୋଗ୍ୟ ହିତାଧିକାରୀ ସରକାର ଙ୍କ ଭତ୍ତା ଯୋଜନା ରୁ ବଞ୍ଚିତ ହେଉଛନ୍ତି, l ଭିନ୍ନକ୍ଷମ, ବିଧବା ମହିଳା ଙ୍କୁ ସ୍ୱତନ୍ତ୍ର ପକ୍କା ଘର ଯେପରି ସୁବିଧାରେ ମିଳି ପାରିବ , ସେ ଦିଗରେ ସରକାର ଗୁରୁତ୍ୱ ଦେବା ନିହାତି ଦରକାର ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ l ପରେ ପରେ ବାଲିଗୁଡା ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ସମିତିର ନୂତନ କର୍ମକର୍ତ୍ତା ଗଠନ କରାଯାଇଥିଲା l
ଏଥିରେ ସର୍ବସମ୍ମତି କ୍ରମେ ତିନି ଜଣ ଉପଦେଷ୍ଟା ଙ୍କୁ ମନୋନୟନ କରାଯାଇଥିଲା, ସେମାନେ ହେଲେ ରଘୁନାଥ ମଲିକ, ଫିଲିପ କୁମାର ଦିଗାଲ, ଇମାନୁଏଲ ନାୟକ, ସଭାପତି ଭାବେ ପରମାନନ୍ଦ ନାୟକ, ସମ୍ପାଦକ ଭାବେ ସୁରକ୍ଷିତ ନାୟକ, ଉପ ସଭାପତି ଭାବେ ଶ୍ୟାମସନ ନାୟକ, ସୁଲେଶ୍ଵର ବେହେରା ମାଝୀ, ଯୁଗ୍ନ ସମ୍ପାଦକ କୁମଶ୍ରୀ ପ୍ରଧାନ, କୋଷାଧକ୍ଷ ମହେଶ ଦିଗାଲ, କାର୍ଯ୍ୟକାରି ସଦସ୍ୟ ଶାମ ଦିଗାଲ, ଉଦୟ ନାଥ ନାୟକ ଦେବ କୁମାର, ପୂର୍ଣ୍ଣ8ଚନ୍ଦ୍ର ନାୟକ, ଜଳେଶ୍ୱର ନାୟକ, ବାସୁଦେବ ଦିଗାଲ, ଜିସାୟ ନାୟକ, ଜୁଆନ ପ୍ରଧାନ, ଦୟାନିଧି ଦିଗାଲ, ନାହକା ଦିଗାଲ, ରବୀନ୍ଦ୍ର ବଡ଼ ମାଝୀ, ସୁଶାନ୍ତ ମୁଠା ମାଝୀ,
ସିମାଞ୍ଚଳ ପ୍ରଧାନ ପ୍ରମୁଖ ନିର୍ବାଚିତ ହୋଇ ଏହି ସମିତି ଉପଖଣ୍ଡ ସ୍ତରରେ ଭତ୍ତା ହିତାଧିକାରୀ ଙ୍କ ସୁରକ୍ଷା ଓ ମୌଳିକ ସମସ୍ୟା ର ସମାଧାନ ନିମନ୍ତେ ସ୍ୱର ଉଠାଇବା ସହ ସହ ନିସ୍ଵାର୍ଥ ପର ଭାବେ କାମ କରିବେ ବୋଲି ନବ ନିର୍ବାଚିତ ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ l ଏ ସମସ୍ତ ଅଭାବ ଅସୁବିଧା ସମ୍ପର୍କରେ ଖୁବ ଶୀଘ୍ର ବାଲିଗୁଡା ରେ ଉପଜିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ୭ ଦଫା ସମ୍ବଳିତ ଦାବୀ ପତ୍ର ଭତ୍ତା ଧାରୀ ଙ୍କ ନ୍ୟାର୍ଯ୍ୟ ଦାବୀ ପୂରଣ ନିମନ୍ତେ ପ୍ରଦାନ କରାଯିବ ବୋଲି ନିଷ୍ପତି ନିଆଯାଇଛି l ଉକ୍ତ ବୈଠକରେ ଉପଖଣ୍ଡ ସ୍ତରୀୟ ପ୍ରତ୍ୟେକ ବ୍ଲକ ରୁ ହିତାଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜ ର ସମସ୍ୟା ଉପସ୍ଥାପନା କରିବା ସହ ସମସ୍ତେ ଖୁସୀ ବ୍ୟକ୍ତ କରିଥିଲେ l
No Result
View All Result