No Result
View All Result
୧୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- କଟଟ ସଦର ଥାନା ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ କୁମ୍ଭରାଜପୁର ଗ୍ରାମର କର ଘର ପକ୍ଷରୁ ଆୟୋଜିତ ତ୍ରୟୋଦଶୀ ଦୋଳ ମେଳଣ ବୁଧବାର ରାତିରେ ଅନୁଷ୍ଠିତ ହୋଇଥିଲା । ନୂଆଗଡ଼, କୋଠସାହି ,ଭାଣପୁର ,ସୁଭଦ୍ରାପୁର ,ନଛିପୁର ,
ସଇଁନ୍ଧା ଆଦି ଗ୍ରାମର ୨୦ ଟି ଦୋଳ ବିମାନ ଏହି ମେଳଣରେ ଯୋଗ ଦେଇଥିଲେ । ୪୮ ସଂକୀର୍ତ୍ତନ ମଣ୍ଡଳୀର ମହନ୍ତ ବନମାଳୀ ଦାଶଙ୍କ ନେତୃତ୍ୱରେ ଆୟୋଜିତ ସଂକିର୍ତ୍ତନରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଓଡିଶୀ ସଂକୀର୍ତ୍ତନ ପରିବେଷଣ କରିଥିଲେ ।
ସୁକାନ୍ତ କିଶୋର କର ,ସୌମ୍ୟରଞନ କର, ନଟବର କର ,ଚିତ୍ତରଞ୍ଜନ କର, ନିହାର ରଞ୍ଜନ ପଣ୍ଡା ,ମିହର କର ,ଚୌଧୁରୀ ଦେବଦତ୍ତ ଦାଶ , ଶରତ ଚନ୍ଦ୍ର ଭଟ୍ଟ ଲକ୍ଷଣ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ମେଳଣ କାର୍ଯ୍ୟ ପରିଚାଳନା କରିଥିଲେ । ମେଳଣ ଶେଷରେ ସମସ୍ତ ଦୋଳ ବିମାନକୁ କର ଘର ପକ୍ଷରୁ ଭୋଗହାଣ୍ଡି ପ୍ରଦାନ କରାଯାଇଥିଲା ।

No Result
View All Result