ବିଭାଗୀୟ ଅଧିକାରୀ ଙ୍କ ଉପସ୍ଥିତି କାର୍ଯ୍ୟ ସୁଚାରୁରୂପେ ଆରମ୍ଭ ହୋଇଛି

୧୨ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଗୋପ :- ବିଗତ ସରକାର ଙ୍କ ସମୟରେ ଯେଉଁ ସବୁ କାର୍ଯ୍ୟ ର ଉର୍ନ୍ନତିକରଣ ହୋଇନଥିଲା ଏଵେ ତାହା ହେବାକୁ ଯାଉଛି l ଯଥା ପୁରୀ ଜିଲ୍ଲାର ଗୋପ ବ୍ଲକ ଅଧିନସ୍ଥ ନାଗପୁର ଠାରୁ ନୟାହାଟ କୁ ରାସ୍ତାର ନବୀକରଣ ନିର୍ମାଣ ନିମନ୍ତେ ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି l ଉକ୍ତ ବିଭାଗ ପକ୍ଷରୁ ପୁରୀ ଜିଲ୍ଲାର ଦୁଇ ପ୍ରମୁଖ ବ୍ୟବସାୟ କେନ୍ଦ୍ର ଗୋପ ବ୍ଲକ ନାଗପୁର ଠାରୁ ନୟାହାଟ ପର୍ୟ୍ୟନ୍ତ ରାସ୍ତା ଉନ୍ନତିକରଣ କାର୍ଯ୍ୟ ଜୋରଦାର ଆରମ୍ଭ ହୋଇଛି । ଦୀର୍ଘ ବର୍ଷ ଧରି ରାସ୍ତାର ଅବସ୍ଥା ଶୋଚନୀୟ ହୋଈ ପଡ଼ିଥିଲା। ନାଗପୁର ଓ ନୟାହାଟ ଗୋପ ବ୍ଲକ ପ୍ରମୁଖ ବ୍ୟବସାୟ କେନ୍ଦ୍ର ।

ଏହି ଦୁଇ ବାଜରକୁ ସଂଯୋଗ କରୁଥିବା ୨୧ କିମି ରାସ୍ତା ଉପରେ ହଜାର ହଜାର ଲୋକ ଦୈନିକ ନିର୍ଭର କରନ୍ତି । ରାସ୍ତା ଅବସ୍ଥା ଦୀର୍ଘ ବର୍ଷ ହେବ ପରିତ୍ୟକ୍ତ ହୋଇପଡ଼ିଥିଲା । ଭାଜପା ସରକାର ଆସିବା ପରେ ଉପ ମୂଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ସହଯୋଗ ମନ ଯୋଗୁଁ ଏହାକୁ ଉନ୍ନତିକରଣ ପାଇଁ ବ୍ୟବସ୍ତା କରାଗଲା । ଗତ ଫେବୃୟାରୀ ୨୭ ତାରିଖରେ ଏହାର ଉନ୍ନତିକରଣ କାର୍ଯ୍ୟ ପାଇଁ ଉପ ମୂଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୬କୋଟି ୩୫ଲକ୍ଷ ବ୍ୟୟ ଅଟକଳରେ ହେଉଥିବା ଏହି କାର୍ଯ୍ୟକୁ ଗୁରୁତ୍ୱ ଭାବି ଠିକାଦାର ଏଜେନ୍ସି ପକ୍ଷରୁ ଜୋରଦାର କାର୍ଯ୍ୟ ଆରମ୍ଭ ହୋଇଛି ।

ରାସ୍ତା ଯାକ ଅନେକ ଖାଲଖମା ଥିବାରୁ ପ୍ରଥମେ ସେ ସବୁ ଠିକ୍ ଭାବେ କାର୍ଯ୍ୟ କରାଯାଇ ପିଚୁ କାର୍ଯ୍ୟ କରାଯିବ । ଠିକାଦାର ସଂସ୍ଥା ପକ୍ଷରୁ ଯନ୍ତ୍ରୀଙ୍କ ତତ୍ତ୍ଵାବଧାନରେ ଜୋରଦାର କାର୍ଯ୍ୟ ଆରମ୍ଭ ହୋଇଛି । ବର୍ଷେ ମଧ୍ୟରେ ଏହା ଏକ ସୁନ୍ଦର ରାସ୍ତା ହେବା ସହ ଏହା ଉପରେ ନିର୍ଭର କରୁଥିବା ଲୋକମାନଙ୍କ ଗମନାଗମନ ସୁବିଧା ହେବ । ତେଣୁ ରାସ୍ତା କାର୍ଯ୍ୟ ନିର୍ଦ୍ଧାରିତ ନିୟମ ଓ ସମୟ ଅନୁସାରେ ସମ୍ପନ୍ନ କରାଯିବ ବୋଲି ପୂର୍ତ୍ତ ବିଭାଗ ଅଧିକାରୀ ଓ ଯନ୍ତ୍ରୀ ପ୍ରକାଶ କରିଛନ୍ତି ।