No Result
View All Result
୧୧ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନିଆଳି :- ରୀମାକ୍ରିଏସନ ଟୋଲା ଗୋପିନାଥପୁର, ନିଆଳୀ ଠାରେ ଓଡ଼ିଶାର ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ସ୍ବର୍ଗତ ଉତ୍ତମ ମହାନ୍ତିଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ କଳା ଅନୁଷ୍ଠାନର ସଭ୍ୟ ସଭ୍ୟା, ସମାଜସେବୀ,ରାଜନେତା, ଜନସାଧାରଣ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜଲ୍ଲାରପୁର ସରପଞ୍ଚ ଶ୍ରୀମତୀ ମଞ୍ଜୁଲତା ପଣ୍ଡା , କଳାପାଞ୍ଚଣର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଅଭିମନ୍ୟୁ ପଣ୍ଡା, ରବିନାରାୟଣ ମିଶ୍ର ,

ପଣ୍ଡିତ ଦେବେନ୍ଦ୍ର ମିଶ୍ର , ସମାଜ ସେବୀ ମହମ୍ମଦ ମହସୀନ୍ , ପ୍ରଭାକର ସ୍ୱାଇଁ , କ୍ଷେତ୍ରମୋହନ ବାରିକ୍,ରବୀନ୍ଦ୍ର ମିଶ୍ର , ଉମେଶ ଚନ୍ଦ୍ର ପାଢି, ବେଣୁଧର ଜେନା , ନିରଞ୍ଜନ ମିଶ୍ର , ମୁରଲୀଧର ମଲ୍ଲିକ ,ଚନ୍ଦ୍ରଶେଖର ମିଶ୍ର ପ୍ରମୁଖ ଯୋଗଦେଇ ସ୍ବର୍ଗତ ମହାନ୍ତିଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ସହିତ ତାଙ୍କର ଗୁଣ ଗାନ କରିଥିଲେ। ଏଥିରେ ଉମେଶଚନ୍ଦ୍ର ପାଢୀ ଓ କୁନି କଳାକାର ଆୟୁଷ୍ମାନ ମିଶ୍ର ଶାନ୍ତିଶ୍ଳୋକ ଆବ୍ରୁତି କରିଥିଲେ ।

ରୀମା କ୍ରିଏସନ୍ରର ଅଧକ୍ଷ ଅଭିନେତା ତଥା ପ୍ରଯୋଜକ ଡାକ୍ତର ଚିତ୍ତରଂଜନ ମିଶ୍ର ଏବଂ କ୍ରିଏଟିଭ୍ ହେଡ୍ ଅଭିନେତା ସମୀର ତ୍ରିପାଠୀ ତାଙ୍କର ବିଗତ ଦିନର ସ୍ମୃତି ଚାରଣ କରିବା ସହ ପାରିବାରିକ ସମ୍ପର୍କ ବିଷୟରେ ଆଲୋକ ପାତ କରିଥିଲେ । ସର୍ବ ଶେଷରେ ରୀମା କ୍ରିଏସନର କାର୍ଯ୍ଯାଳୟ ମୁଖ୍ଯ ହେମନ୍ତ ମିଶ୍ର ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result