No Result
View All Result
୧୧ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- ଫଗୁଣର ଫୁଲେ ଫୁଲେ କୋଇଲିର ପ୍ରୀତିବୋଳା ଡାକ । ଏହିଭଳି ଏକ ମନୋରମ ପରିବେଶରେ ଆସିଛି ସାଂସ୍କୃତିକ ବାର୍ତ୍ତା ବହନ କରି ଦୋଳପର୍ବ ପ୍ରେମମୟୀ ରାଧା ଓ ପ୍ରେମମୟ କୃଷ୍ଣଙ୍କ ମିଳନର ପର୍ବ ହେଉଛି ଦୋଳପର୍ବ । ସୁସଜ୍ଜିତ ବିମାନରେ ବସି ସାହି ସାହି ବୁଲି ଚାଚେରୀ ଭୋଗ ଖାଇବାର ପରମ୍ପରା ହେଉଛି ଦୋଳପର୍ବ ।
ଫଗୁ ଦଶମୀ ଠାରୁ ଆରମ୍ଭ ହୁଏ ଦୋଳ ମେଳଣ । ଏକାଦଶୀ ମଧ୍ୟରାତ୍ରରୁ କଟକ ସଦର ଥାନା ଫୁଲନଖରା ନିକଟସ୍ଥ ପୁରୁଣା କାଚରାମାଳ ଗ୍ରାମରେ ପାଳିତ ହୋଇଆସୁଛି ଦୋଳ ଯାତ୍ରା । ପ୍ରତିବର୍ଷ ଭଳି ଚଳିତ ବର୍ଷ ଦୋଳ ଯାତ୍ରା ସୋମବାର ମଧ୍ୟରାତିରୁ ଆରମ୍ଭ ହୋଇ ମଙ୍ଗଳବାର ସକାଳେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ।
ଗ୍ରାମର ଉତ୍ସାହି ଯୁବକ ଏବଂ ବୟଜ୍ୟେଷ୍ଠ ବ୍ୟକ୍ତିଙ୍କ ସହଯୋଗରେ ବାଜା ବାଣ ରୋଷଣୀ କରି ୫ ଗୋଟି ଦୋଳ ବିମାନ ନଖରାର ଲକ୍ଷେଶ୍ୱର, ନହରକଣ୍ଟାର ସ୍ୱପ୍ନେଶ୍ୱର, ବରିମୁଣ୍ଡର ଲକ୍ଷେଶ୍ୱର, ଜରିପାଟଣାର ରାଧାକାନନ୍ତ, ଭିମପୁର ର ବାଙ୍କବିହାରୀଦେବ ଓ ଗୋପିନାଥ ଦେବଙ୍କ ଦୋଳ ବିମାନକୁ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ନିଆଯାଇଥିଲା ।
ଦୋଳ ବିମାନ ଗୁଡିକ ଗ୍ରାମର ବିଭିନ୍ନ ଘରକୁ ଘର ଯାଇ ଦୋଳ ଭୋଗ ଖାଇଥିଲେ । ଦୋଳ ବିମାନ ଆଗେଆଗେ ଗ୍ରାମର ଯୁବକ ଏବଂ ପିଲାମାନେ ଆନନ୍ଦରେ ନାଚିକୁଦି ବିମାନ ଗୁଡିକୁ ପାଛୋଟି ନେଉଥିଲେ । ଏଥିରେ ଗ୍ରାମର ସମସ୍ତ ବ୍ୟକ୍ତି ବିମାନ ଶୋଭାଯାତ୍ରାରେ ଗଲାବେଳେ ସହଯୋଗ କରିଥିଲେ ।
ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଟକ ସଦର ପିସିଆର ବିମାନ ଗୁଡିକ ପଛେ ପଛେ ଯାଉଥିବ ଦେଖିବାକୁ ମିଳିଥିଲା । ପରେ ପରେ ଲକ୍ଷେଶ୍ୱରଙ୍କ ଦୋଳ ବିମାନ ଓମଫେଡ଼ କଲୋନୀ ଏବଂ ନୂଆ କାଚରାମାଳ କୁ ଯାଇ ଦୋଳ ଭୋଗ ଖାଇଥିଲେ ।

No Result
View All Result