No Result
View All Result
୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ବିଜୁ ଭବନ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥଲା । ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହିଳା ସମାବେଶରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥା ପ୍ରଚଳନ ,
ଗ୍ରାମୀଣ ମହିଳା ସଶକ୍ତି କରଣ , ପଂଚାୟତରାଜ ବ୍ୟବସ୍ଥାରେ ମହିଳା ମାନଙ୍କ ଯୋଗଦାନ ଓ ଭୂମିକା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିପରି ମହିଳା ମାନଙ୍କୁ ସଶକ୍ତି କରଣ କରିଛନ୍ତି ସେ ଉପରେ ବକ୍ତବ୍ୟ ରଖିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ମହିଳା ସ୍ବାବଲମ୍ବୀ ହେବା ସହ ରାଜନୀତି କ୍ଷେତ୍ରରେ ମଧ୍ୟ ପାରିଦର୍ଶିତା ଦେଖାଇପାରିଛନ୍ତି ଯାହାକି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ତିନୋଟି ବ୍ଳକ୍ ରେ ବିଜେଡିର ମହିଳା ବ୍ଲକ୍ ଅଧ୍ୟକ୍ଷା ଅଛନ୍ତି।ବର୍ତ୍ତମାନ ସରକାର ରେ ମହିଳା ମାନଙ୍କ ବିକାଶ ର ଆଶା ନାହିଁ ବୋଲି ବିଧାୟକ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଦଶପଲ୍ଲା ଏନ୍ ଏ ସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ ,
ନୂଆଗାଁ ବ୍ଲକ୍ ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳୀ ସାହୁ,ଗଣିଆ ବ୍ଲକ୍ ମହିଳା ସଭାନେତ୍ରୀ ବୈଜୟନ୍ତୀ ବେହେରା,ନୂଆଗାଁ ସରପଞ୍ଚ ଅମିତା ପରିଡ଼ା,ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲ,କୋରଡ଼ା ସରପଞ୍ଚ ନିରୁପମା ପାତ୍ର, ମାଇଛେଳି ସରପଞ୍ଚ ସ୍ୱାଗତିକା ପ୍ରିୟଦର୍ଶିନୀ ପ୍ରଧାନ, ଢେଙ୍କେଣା ସରପଞ୍ଚ ଯୁଗଳ କିଶୋର ସାହୁ,ପୂର୍ବତନ ସରପଞ୍ଚ ଗୋଲଖ ବିହାରୀ ଗୋଚ୍ଛାୟତ ସମେତ ୨୨ ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ,
ସଭ୍ୟା ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ମହିଳା କିପରି ଆଗକୁ ଅଗ୍ରସର ହୋଇଛନ୍ତି , ମହିଳାଙ୍କୁ କିପରି ସମ୍ମାନ ଦେଉଛନ୍ତି ଏବଂ ନବୀନ ପଟ୍ଟନାୟକଙ୍କ ସରକାର ରେ ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ କିପରି ଅଗ୍ରାଧିକାର ମିଳୁଥିଲା ଏବଂ ବର୍ତ୍ତମାନ ସରକାର ରେ ତାହା ନାହିଁ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ହଜାରରୁ ଉର୍ଦ୍ଧ୍ବ ମହିଳା ଯୋଗଦେଇ ବିଜୁ ପଟ୍ଟନାୟକ ଅମର ରହେ ,ନବୀନ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନ , ହୁଳ ହୁଳି ଦେବା ସହ ବିଜୁ ଜନତା ଦଳକୁ ଅଧିକ ମଝଭୁତ କରିବା ପାଇଁ କହିଥିଲେ ।
No Result
View All Result