No Result
View All Result
୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା-ଜଟଣୀ :- ପୂର୍ବତଟ ଖୋର୍ଦ୍ଧାରୋଡ଼ ରେଳ ବିଭାଗ ଦ୍ଵାରା ସ୍ଥାନୀୟ ଖୋର୍ଦ୍ଧାରୋଡ଼ (ଜଟଣୀ) ସ୍ଥିତ ରେଳ ଷ୍ଟାଡିୟମ୍ ଠାରେ ଆୟୋଜିତ ୬୮ ତମ ସର୍ବ ଭାରତୀୟ ରେଳ ଟି ୨୦-୨୦ କ୍ରିକେଟର ଷଷ୍ଠ ଦିନର ପ୍ରଥମ ମ୍ୟାଚ୍ ପୂର୍ବତଟ ରେଳୱେ ଓ ପୂର୍ବ ରେଳୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପୂର୍ବତଟ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ ୧୨୩ ରନ୍ କରିଥିଲା । ଦଳ ପକ୍ଷରୁ ଅଙ୍କିତ ଯାଦବ ୫୮ ଲଗ୍ନଜିତ୍ ସାମଲ ୨୫ ରନ୍ କରିଥିଲେ। ପୂର୍ବ ରେଳ ପକ୍ଷରୁ ଅର୍ଜିତ ବାନାର୍ଜୀ ୨ ୱିକେଟ୍ ନେଇଥିଲେ ।
ଏହାର ଜବାବରେ ପୂର୍ବ ରେଳ ୧୮.୩ ଓଭର ରେ ୫ ୱିକେଟ୍ ହରାଇ ୧୨୪ ରନ୍ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଅମିତ୍ କୁମାର୍ ୫୨ ଦେବେନ୍ଦ୍ର ସିଂ ୩୪ ରନ୍ କରିଥିବା ବେଳେ ବିପକ୍ଷ ଦଳର ସୌରଭ ସେହଗଲ ୨ ୱିକେଟ୍ ନେଇଥିଲେ । ସମ୍ମାନୀତ ଅତିଥି ଭାବେ ଭରତୀୟ ରେଳର ସିନିୟର୍ ଆମ୍ପେୟର ଅସୀମ କୁମାର୍ ମଲ୍ଲିକ ଯୋଗ ଦେଇ ଖେଳର ମ୍ୟାନ ଅଫ ଦି ମ୍ୟାଚ୍ ଅମିତ୍ କୁମାରଙ୍କୁ ଙ୍କୁ ପୁରସ୍କୃତ କରିଥିଲେ ।
ଦ୍ୱିତୀୟ ମ୍ୟାଚ୍ ଉତ୍ତର ମଧ୍ୟ ରେଳ ଓ ମେଟ୍ରୋ ରେଳ ମଧ୍ୟରେ ଅନୁଷ୍ଟିତ ହୋଇଥିଲା । ପ୍ରଥମେ ଉତ୍ତର ମଧ୍ୟ ରେଳ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ୧୩୩ ରନ୍ କରିଥିଲା । ଦଳ ପକ୍ଷରୁ ପ୍ରଥମ ମିଶ୍ରା ୬୪ ରନ୍ କରିଥିବା ବେଳେ ବିପକ୍ଷ ଦଳର ତଫିକ୍ ଉଦ୍ଦିନ୍ ୨ କୌସିକ୍ ୨ ୱିକେଟ୍ ନେଇଥିଲେ । ଏହାର ଜବାବରେ ମେଟ୍ରୋ ରେଳ ୧୭.୧ ଓଭରରେ ୨ ୱିକେଟ୍ ହରାଇ ୧୩୫ ରନ୍ କରି ବିଜୟୀ ହୋଇଥଲା । ଦଳ ପକ୍ଷରୁ ସୌରଭ ସିଂହ ଅପରାଜିତ ୫୭ ସାକିର୍ ହବିବ ଅପରାଜିତ ୪୪ ରନ୍ କରିଥିଲେ ।
ଏଥିରେ ସମ୍ମାନୀତ ଅତିଥି ଭାବେ ସିନିୟର୍ ଡିଏନ ଶିବଶଙ୍କର ସାହୁ ଯୋଗ ଦେଇ ଖେଳର ମ୍ୟାନ ଅଫ ଦି ମ୍ୟାଚ୍ ସୌରଭ ସିଂ ଙ୍କୁ ପୁରସ୍କୃତ କରିଥିଲେ । ଖେଳ ଶେଷରେ ଭରତୀୟ ରେଳର ବୟୋଜ୍ୟେଷ୍ଠ ମ୍ୟାଚ୍ ପରିଚାଳକ ଅସୀମ କୁମାର୍ ମଲ୍ଲିକ ଙ୍କୁ ପୂର୍ବତଟ ରେଳବାଇ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ଏହି ଟୁର୍ଣ୍ଣାମେଣ୍ଟକୁ ଖେଳ ସଚିବ ଏମ୍ ଡି ଯାକିରୁଦିନ୍ ସଂଯୋଜନା ଓ ପରିଚାଳନା କରିଥିଲେ । ଆସନ୍ତା କାଲି ସୋମବାର ଶେଷ ଦିନ ମ୍ୟାଚ୍ ପୂର୍ବରେଳ ଏଵଂ ପଶ୍ଚିମ,ମଧ୍ୟ ରେଳ ଓ ଦକ୍ଷିଣପୂର୍ବ ମଧ୍ୟ ଏବଂ ମେଟ୍ରୋ ରେଳ ମଧ୍ୟରେ ୨ଟି ମ୍ୟାଚ୍ ଖେଳାଯିବ ।
No Result
View All Result