No Result
View All Result
୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ପୁରୀ ଜିଲ୍ଲା ସ୍ବେଛାସେବୀ ସାମାଜିକ ସଂଗଠନ ଦି ବେଲ୍ ଓମେନ୍ସ କ୍ଲବ୍ ,ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ନାବାର୍ଡ ମିଳିତ ଆନୁକୁଲ୍ୟରେ ବିଶ୍ଵ ମହିଳା ଦିବସ ଅବସରରେ ରକ୍ତଦାନ ଓ ଚକ୍ଷୁଦାନ ଅର୍ପଣ ଶିବିର ଚକ୍ରତୀର୍ଥ ରୋଡ ସ୍ଥିତ ଷ୍ଟେଟ ବ୍ୟାଙ୍କ ହଲିଡେ ହୋମ ଠାରେ ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଓ ଚକ୍ଷୁଦାନ କ୍ଷେତ୍ରରେ କମ୍ ଭାଗିଦାରୀତା ରହିଛି । ଏ କ୍ଷେତ୍ରରେ ମହିଳା ମାନଙ୍କୁ ଆଗକୁ ଆଣିବା ପାଇଁ ଦି ବେଲ ପକ୍ଷରୁ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ ୩୦ ଜଣ ବ୍ଯକ୍ତି ଚକ୍ଷୁଦାନ ଓ ୫୫ ଜଣ ବ୍ଯକ୍ତି ରକ୍ତଦାନ କରିଥିଲେ ।
ଶିବିରରେ ମୁଖ୍ଯ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶରତ ଚନ୍ଦ୍ର ବେହେରା ଶିବିରକୁ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ନାବାର୍ଡର ଡିଷ୍ଟ୍ରିକ୍ଟ ଜିଲ୍ଲା ଉନ୍ନୟନ ପରିଚାଳିକା ସସ୍ମିତା ପୃଷ୍ଟି ,ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ,ପୁରୀ ଷ୍ଟେଟ ବ୍ୟାଙ୍କର ଉପଶାଖା ପ୍ରବନ୍ଧକ ରାଜେଶ କୁମାର ସାହୁ ଓ ବରିଷ୍ଠ ସହାୟକ ଶେଖର କୁମାର ସାହୁ ଯୋଗଦେଇ ଅନୁଷ୍ଠାନ ର ଏଭଳି ପ୍ରୟାସ କୁ ପ୍ରଶଂସା କରିବା ସହିତ ନାରୀ ମାନେ ସବୁ କ୍ଷେତ୍ର ରେ ଭାଗିଦାରିତା ଦେଖାଇବା ଓ ସ୍ବାବଲମ୍ବୀ ହେବା ପାଇଁ ପ୍ରୟାସ କରିବା ଆବଶ୍ୟକ ବୋଲି କହିଥିଲେ।
ଏହି ଅବସର ନାବାର୍ଡ ସହାୟତାରେ ଉଦ୍ୟୋଗ ଆରମ୍ଭ କରି ସଫଳ ୧୦ ଜଣ ଗ୍ରାମୀଣ ମହିଳା ମାନଙ୍କୁ ନାବାର୍ଡ ତରଫରୁ ସମ୍ମାନିତ କରାଯାଇଥିଲା । ଦି ବେଲ୍ ଅଧ୍ୟକ୍ଷ ର ସିଦ୍ଧାର୍ଥ ରାୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ମହିଳା ମାନଙ୍କ ସେବା ମନୋଭାବ ପ୍ରତି ଏକ ସମର୍ପିତ ଉଦ୍ୟମ ବୋଲି କହିଥିଲେ। ଦିଲ୍ଲୀର ଦୁଇଜଣ ପର୍ଯ୍ୟଟକ ମୋହିତ ପାୱାର ଓ କସ୍ତୁରୀ ଶ୍ରୀବାସ୍ତବ ରକ୍ତଦାନ କରିଥିଲେ । ଶିବିରକୁ ଅନୁଷ୍ଠାନ ଉପାଧ୍ୟକ୍ଷ ସୁକାନ୍ତ ପଣ୍ଡା ପରିଚାଳନା କରିଥିଲେ । ଦି ବେଲ୍ ଓମେନ୍ କ୍ଲବ୍ ସମ୍ପାଦିକା ରାଜ ଲକ୍ଷ୍ମୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଶିବିର ପରିଚାଳନା ରେ ଦି ବେଲ୍ ଓମେନସ୍ କ୍ଲବ୍ ଓ ୟୁଥ୍ କ୍ଲବ ସଦସ୍ୟ ମାନେ ସହଯୋଗ କରିଥିଲେ।
No Result
View All Result