No Result
View All Result
କଟକ :- କଟକ ସଦର ବ୍ଲକ ଆମଣ ପଞ୍ଚାୟତର ଫୁଲନଖରା ନିକଟସ୍ଥ ବାଗଧରାପୁର ଗ୍ରାମର ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠାର ଅଷ୍ଟମ ବାର୍ଷିକ ମହୋତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ୬ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଏହି ମହାଯଜ୍ଞର ପୂର୍ଣ୍ଣାହୁତି ୯ ତାରିଖ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହେବ । ଏନେଇ ଶୁକ୍ରବାର ଦିନ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।
ବାଗଧରାପୁର ଗ୍ରାମର ପୁରୁଷ ଏବଂ ମହିଳା ମାନେ ଫୁଲନଖରା ନିକଟସ୍ଥ ପୁରୁଣା କାଚରାମାଳ ଗ୍ରାମ ନିକଟରେ ଥିବା ପୁରୀ ମେନ କେନାଲଠାରେ ପହଞ୍ଚି ପୂଜାପାଠ କରିସାରିବା ପରେ ସ୍ନାନ କରି କଳସ ବୁଡାଇ ଦୀର୍ଘ ଦୁଇ କିମି ରାସ୍ତା ଶୋଭାଯାତ୍ରାରେ ଯାଇ ରାଧାକୃଷ୍ଣ ମନ୍ଦିରରେ ପହଞ୍ଚି ଯଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ ।
ପରେ ପରେ ପୂଜକ ଅଗ୍ନି ସ୍ଥାପନ କରିଥିଲେ । ଶନିବାର ସୂର୍ଯ୍ୟପୂଜା , ଉପଚାର, ଗୀତାପାଠ ,ଆହୁତୀ କରାଯିବ । ରବିବାର ସୂର୍ଯ୍ୟପୂଜା ,ଗୋପୂଜା, ଚଣ୍ଡୀପାଠ କରାଯାଇ ସନ୍ଧ୍ୟାରେ ପୂର୍ଣ୍ଣାହୁତୀ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।
ରଣଜିତ ବେହେରା, ରାମ ଗୋପାଳ, ବିଶ୍ୱନାଥ ଦାଶ (ଝୁଲୁ ଭାଇନା ) ଉପେନ୍ଦ୍ର ବେହେରା , ସତ୍ୟ ରଞ୍ଜନ ବେହେରା , ପ୍ରମୁଖ ବାଗଧରାପୁର ଗ୍ରାମର ସମସ୍ତ ଯୁବକ ଏବଂ ବୟଜ୍ୟେଷ୍ଠ ବ୍ୟକ୍ତିମାନେ ଯଞ କାର୍ଯ୍ୟ ପରିଚାଳନା କାରୁଛନନ୍ତି । ଏହି ଯଞରେ ଯୋଗ ଦେଉଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରତ୍ୟେହ ଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।
No Result
View All Result